ଭସ୍ମୀଭୂତ ହେଲା ଚାରି ଏକର ଜମିର ଧାନ ଫସଲ, ଥାନାରେ ମାମଲା

Published By : Prameya-News7 Bureau | December 24, 2022 IST

ସୋନପୁର ୨୪/୧୨: ନିଆଁର ଆଁରେ ଭସ୍ମୀଭୂତ ହେଲା ଚାରି ଏକର ଜମିର ଧାନ ଫସଲ । ପଦ୍ମପୁର ଉପଖଣ୍ଡ ଗାଇସିଲାଟ ଥାନା ହଳନକନାସି ଗାଁର ଆନନ୍ଦ ସାହୁ ଓ ଗୋବିନ୍ଦ ସାହୁ ଦୁଇ ଭାଇ ନିଜ ୪ ଏକର ଚାଷଜମିରେ ଧାନଚାଷ କରିଥିଲେ ।

ଧାନ କାଟି ଖଳାରେ ଖରି କରିକି ରଖିଥିଲେ । ହେଲେ ସେହି ଗାଁର ସୁରେଶ ସାହୁ, ଡିଲେଶ୍ବର ସାହୁ ଓ ରାଜେଶ ସାହୁ ତାଙ୍କ ଧାନ ଖରିରେ ନିଆଁ ଲଗାଇ ଦେଇଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଧାନ ଖରିରେ ନିଆଁ ଲାଗିଥିବା ଖବର ପାଇ ସେ ଦମକଳ ବାହିନୀକୁ ଖବର ଦେଇଥିଲେ ହେଲେ ଦମକଳ ପହଞ୍ଚିବା ବେଳକୁ ଧାନ ସବୁ ଜଳି ପାଉଁଶ ହୋଇଯାଇଥିଲା । ପୋଡି ଯାଇଥିବା ଧାନ ଖରିରୁ ପ୍ରାୟ ୨୦୦ ପ୍ୟାକେଜ ଧାନ ଅମଲ ହୋଇଥାନ୍ତା ବୋଲି ସେ ଲିଖିତ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.