ଦୀପ ଜଳାଇ ବସ୍‌ରେ ଶୋଇପଡ଼ିଥିଲେ ଡ୍ରାଇଭର ଓ କଣ୍ଡକ୍ଟର, ନିଆଁ ଲାଗି ଜିଅନ୍ତା ଜଳିଗଲେ

Published By : Prameya-News7 Bureau | October 25, 2022 IST

ରାଞ୍ଚି ୨୫/୧୦ଦୀପାବଳି ରାତିରେ ଦେଶର ବିଭିନ୍ନ ସ୍ଥାନରେ ନିଆଁ ଲାଗିବାର ଅନେକ ଘଟଣା ସାମ୍ନାକୁ ଆସିଛି। ଏହାରି ମଧ୍ୟରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ଝାରଖଣ୍ଡ ରାଞ୍ଚିରୁ। ଯେଉଁଠାରେ ଦୀପରୁ ନିଆଁ ଲାଗି ଦୁଇ ଜଣ ଜୀବନ୍ତ ଦଗ୍ଧ ହୋଇାଯାଇଛନ୍ତି । ସୂଚନା ଅନୁଯାୟୀ,  ରାଞ୍ଚି ଲୋୟର ବଜାର ଥାନା ଅଞ୍ଚଳର ଖାଦଗଢ଼ା ବସ୍‌ ଷ୍ଟାଣ୍ଡ୍‌ରେ ଘଟିଛି ଏହି ଅଭାବନୀୟ ଘଟଣା । ଏଠାରେ ବସ୍‌ରେ ଶୋଇଥିବା ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କ ନିଆଁ ଲାଗି ମୃତ୍ୟୁ ହୋଇଛି।

କୁହାଯାଉଛି ଗତକାଲି ଦୀପାବଳି ପାଇଁ ଏମାନେ ବସ୍‌ରେ ଦୀପ ଲଗାଇଥିଲେ, ଏହାପରେ ଶୋଇପଡ଼ିଥିଲେ। ଯାହାପରେ ହଠାତ୍ ନିଆଁ ଲାଗିଯାଇଥିଲା। ସୂଚନା ମିଳିବା ପରେ ଦମକଳ ଟିମ୍ ପହଞ୍ଚିଥଲା କିନ୍ତୁ ସେତେବେଳକୁ ବସ୍ ଜଳି ପାଉଁଶ ହୋଇଯାଇଥିଲା। ଏହି ମାମଲାରେ ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏବଂ ଶବକୁ ବାହାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.