ମାଓ ନେତା ଦୁବାସୀ ଶଙ୍କରକୁ ଦ୍ବିତୀୟ ଦିନରେ ଜେରା କରୁଛି NIA, ଓଡିଶା ଲିଙ୍କ୍ ନେଇ ଚାଲିଛି ପଚରାଉଚରା

Published By : Prameya-News7 Bureau | December 17, 2021 IST

ଭୁବନେଶ୍ବର ୧୭।୧୨: ଦ୍ବିତୀୟ ଦିନରେ ଝାରପଡା ଜେଲରେ ଏନଆଇଏ ଟିମ୍ । ମାଓ ନେତା ଦୁବାସୀ ଶଙ୍କରକୁ ଚାଲିଛି ପଚରାଉଚରା । ଓଡିଶା ଲିଙ୍କ୍ ନେଇ ଚାଲିଛି ପଚରାଉଚରା ।

ଗୁରୁବାର ଦିନ ଦୁର୍ଦ୍ଦାନ୍ତ ମାଓବାଦୀ ଦୁବାସୀ ଶଙ୍କରକୁ ମାରାଥନ ଜେରା କରିଥିଲା ଏନଆଇଏର ୨ ଜଣିଆ ଟିମ୍ । ଝାରପଡା ଜେଲ ଭିତରେ ଦୁବାସୀକୁ ଜେରା କରିଥିଲା ଜାତୀୟ ତଦନ୍ତକାରୀ ସଂସ୍ଥା । ଏନଆଇଏ ସୂଚନା ଅନୁସାରେ, ମାଓନେତା ଦୁବାସୀ ଅନେକ ହିଂସା ଘଟାଇଛି । ମାଓ ସଂଗଠନକୁ କେଉଁଠୁ ଆସୁଥିଲା ଫଣ୍ଡ୍ । କେଉଁ ସ୍ରୋତରୁ ଆସୁଥିଲା ଟଙ୍କା । କୌଣସି ଆତଙ୍କୀ ସଙ୍ଗଠନରୁ ଆସୁଥିଲା କି ଟଙ୍କା ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜିବାକୁ ଚେଷ୍ଟା କରୁଛି ଏନଆଇଏ ।

ଦୁବାସୀ ଥିଲା ୩ଟି ରାଜ୍ୟର ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ଼ । ତା ମୁଣ୍ଡରେ ୨୦ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା । ମାଓ ସଙ୍ଗଠନ ଘଟାଇଥିବା ଅନେକ ହିଂସାକାଣ୍ଡରେ ମାଓନେତା ଦୁବାସୀର ସଂପୃକ୍ତି ରହିଛି  । ୨୦୦୯ ଦାମନଯୋଡି ପୋଲିସ-ମାଓବାଦୀ ଗୁଳି ବିନିମୟରେ ୧୦ ସିଆଇଏସଏଫ ସହିଦ ଘଟଣା ହେଉ ଅବା ୨୦୧୨ ଚିତ୍ରକୋଣ୍ଡା ହିଂସାକାଣ୍ଡରେ ବିଏସଏଫର ଜଣେ କମାଣ୍ଡାଣ୍ଟଙ୍କ ସହ ୩ ଜବାନ ସହିଦ।  ସବୁ ପଛରେ ଦୁବାସୀର ହାତ ଥିଲା । ଗତ ସେପ୍ଟେମ୍ବର ମାସରେ ବୈପାରିଗୁଡାରୁ ତାକୁ ଗିରଫ କରିଥିଲା ପୋଲିସ । ଓଡିଶା, ବିଶାଖାପାଟଣା ଓ ତେଲେଙ୍ଗାନାରେ ୭୬ଟି ମାଓ ହିଂସାକାଣ୍ଡରେ ଦୁବାସୀର ସମ୍ପୃକ୍ତି ରହିଛି । ଦୁବାସୀ ନାଁରେ ଓଡ଼ିଶାରେ ରହିଛି ୨୦ଟି ମାମଲା ।  ୧୮ଟି ମାମଲାରେ ଦେଶଦ୍ରୋହ ଦଫା ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.