Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ ।। ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ।। ରବିବାର ପୂର୍ବାହ୍ନରେ ବ୍ରଜରାଜନଗର ଗାନ୍ଧିଛକ ନିକଟରେ ହୋଇଥିଲା ଗୁଳିମାଡ।। ଏସଆଇଙ୍କ ଗୁଳିରେ ଗୁରୁତର ଆହତ ହୋଇଥିଲେ ନବ ଦାସ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ କିରୋସିନି ଢାଳି ଜାଳିଦେଲା ସ୍ତ୍ରୀ
  • ||
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

ରାଜସ୍ଥାନ କହ୍ନେୟା ଲାଲ୍ ହତ୍ୟା ଘଟଣା: ୧୧ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କଲା NIA

22/12/2022 at 9:50 PM

ଜୟପୁର: ରାଜସ୍ଥାନ ଉଦୟପୁରର ଟେଲର କହ୍ନେୟା ଲାଲ୍ ହତ୍ୟା ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା(NIA) ୧୧ ଜଣଙ୍କ ନାଁରେ ଚାର୍ଜଶିଟ୍ ଦାଖଲ କରିଛି। ଏହି ୧୧ ଜଣ କହ୍ନେୟାଙ୍କ ହତ୍ୟାରେ ସାମିଲ୍ ଥିବା ଅଭିଯୋଗ ହୋଇଛି। ନୂପୁର ଶର୍ମାଙ୍କ ବିବାଦୀୟ ବୟାନ ଦେଶରେ ସାମ୍ପ୍ରଦାୟିକ ହିଂସାରେ କହ୍ନେୟାଙ୍କ ଜୀବନ ଯାଇଥିଲା। ଦୁଇଜଣ ଆତଙ୍କବାଦୀ କହ୍ନେୟାଙ୍କ ଦୋକାନରେ ପଶି ତାଙ୍କୁ ଗଳା କାଟି ହତ୍ୟା କରିଥିଲେ। ଯାହାର ସମସ୍ତ ଘଟଣା ବଳି ସିସିଟିଭିରେ କଏଦ ହୋଇଥିଲା। ପରେ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ବି ହୋଇଥିଲା।

କହ୍ନେୟାଙ୍କୁ ହତ୍ୟା କରିବା ପରେ ଏହି ଦୁଇ ଆତଙ୍କବାଦୀ ଭିଡିଓ ରେକର୍ଡ କରି ଦୋଷ ସ୍ୱୀକାର କରିଥିଲେ। ହତ୍ୟାକାଣ୍ଡ ପରେ କେନ୍ଦ୍ର ଗୃହମନ୍ତ୍ରାଳୟ ଘଟଣାକୁ ଗୁରୁତର ସହ ନେଇବା ସହିତ ମାମାଲର ତଦନ୍ତ କରିବା ପାଇଁ ୪ ଜଣିଆ ଏନ୍‌ଆଇଏ ଟିମ୍ ଉଦୟପୁର ପଠାଇବା ସହିତ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।  ଏନ୍‌ଆଇଏ ମାମଲାର ତଦନ୍ତ କରି ୧୧ ଜଣଙ୍କୁ ଏହି ହତ୍ୟାକାଣ୍ଡରେ ଦୋଷୀ ବୋଲି ଦର୍ଶାଇଛି। ସମସ୍ତ ଦୋଷୀଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ କରାଯାଇଛି।

ସୂଚନା ଥାଉକି ବିଜେପି ନେତ୍ରୀ ନୂପୁର ଶର୍ମା ଟିଭି ଡିବେଟ୍ ବଳେ ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ବୟାନ ଦେଇଥିଲେ। ଯାହାକୁ ନେଇ ଦେଶରେ ହଙ୍ଗମା ହେବା ପରେ ନୂପୁର କ୍ଷମା ମାଗିଥିଲେ। ତା ସହିତ ବିଜେପି ମଧ୍ୟ ତାଙ୍କୁ ଦଳରୁ ବହିସ୍କାର କରିଥିଲା। ଉଦୟପୁରର କହ୍ନେୟା ତାଙ୍କୁ ସମର୍ଥନ ଜଣାଇଥିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଗଳା କାଟି ହତ୍ୟା କରିଥିଲେ।

   Related Posts