Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲା; ୟାସୀନ ମଲ୍ଲିକକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ

25/05/2022 at 6:20 PM

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିଛିନ୍ନତାବାଦୀ ନେତା ୟାସୀନ ମଲ୍ଲିକକୁ ଆଜାବୀନ କାରାଦଣ୍ଡ ଶୁଣାଇଲେ ଦିଲ୍ଲୀର ପଟିଆଲା କୋର୍ଟ। ମଲ୍ଲିକକୁ ଫାସୀ ଦଣ୍ଡ ଦେବାକୁ କୋର୍ଟରେ ଜାବି କରିଥିଲା ଏନ୍‌ଆଇଏ। ଅନ୍ୟପଟେ କୋର୍ଟ ନିଯୁକ୍ତ କରିଥିବା ଆମିକସ କ୍ୟୁରି ମଲ୍ଲିକଙ୍କୁ ଆଜୀବନକାରାଦଣ୍ଡାଦେଶ ଦିଆଯାଉ ବୋଲି କୋର୍ଟରେ କହିଥିଲେ। କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ମଲ୍ଲିକକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ।

ଗୁରବାର ୟାସୀନ ମଲ୍ଲୀକ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲା। ଅଭିଯୋଗ ନିଜେ ମଧ୍ୟ ସ୍ୱୀକାର କରିଥିଲା ୟାସୀନ। ଏଣୁ ତାଙ୍କ ବିରୋଧରେ କୋର୍ଟରେ ଶୁଣାଣି ବେଳେ ଏନ୍‌ଆଇଏ ମୃତ୍ୟୁ ଦଣ୍ଡ ଦାବି କରି ସ୍ୱତନ୍ତ୍ର ବିଚାରପତି ପ୍ରବୀଣ ସିଂହଙ୍କ ସମ୍ମୁଖରେ ନିଜର ପକ୍ଷ ରଖିଥିଲେ। ଏପଟେ କୋର୍ଟ ଯାହାଦଣ୍ଡି ବିଧାନ କରିବେ ମଲ୍ଲିକ ତାହା ସ୍ୱୀକାର କରିବ ବୋଲି କହିଥିଲା। କୋର୍ଟ ଉଭୟ ପକ୍ଷର ତର୍କ ଶୁଣିବା ପରେ କୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଥିଲେ। ଏବେ ରାୟ ଶୁଣାଇଛନ୍ତି କୋର୍ଟ।

ମେ ମାସ ଆରମ୍ଭରୁ ୫୬ ବର୍ଷୀୟ ମଲ୍ଲିକ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ସେ ସ୍ୱୀକାର କରିଥିଲେ। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ବେଆଇନ କାର୍ଯ୍ୟକଳାପ ପ୍ରତିରୋଧକ ଆଇନ(UAPA) ହୋଇଥିବା ଅଭିଯୋଗକୁ ମଧ୍ୟ ମାନିଥିଲା ମଲ୍ଲିକ।

ମେ ୧୯ ତାରିଖରେ ସ୍ୱତନ୍ତ୍ର ବିଚାରପତି ପ୍ରବୀଣ ସିଂହ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ଏନ୍‌ଆଇଏକୁ ତାର ସମ୍ପତ୍ତିର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅଭିଯୁକ୍ତର ଓକିଲଙ୍କ ସୂଚନା ଅନୁସାରେ ୟାସୀନ ମଲ୍ଲିକ ପାଖରେ ୫୫୬୪ ବର୍ଗି ମଟିର ଜମି ରହିଛି ବୋଲି ସୂଚନା ମିଳିଛି।

ମାମଲାର ସମ୍ପର୍କରେ-

ଆତଙ୍କବାଦୀ କାର୍ଯ୍ୟକଳାପ, ଆତଙ୍କବାଦୀ ସଂଗଠନଙ୍କୁ ପାଣ୍ଠି ଯୋଗାଇବା ଏବଂ ଦେଶ ବିରୋଧୀ ମନ୍ତବ୍ୟ ଦେବା ଅଭିଯୋଗରେ ୨୦୧୭ ୟାସୀନ ମଲ୍ଲିକକଙ୍କୁ ଗିରଫ କରିଥିଲା ପୁଲିସ୍। କୋର୍ଟ ଏହି ମାମଲାର ଶୁଣାଣି କରିବା ସହିତ ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଆଇନ (UAPA) ଆଧାରରେ ଦୋଷୀ ସାବ୍ୟସ୍ତ କରିଥିଲେ।

ୟାସୀନ ମଲିକ ବିରୁଦ୍ଧରେ ଆଇପିସି ଧାରା ୧୬ ଅନୁଯାୟୀ ଆତଙ୍କବାଦୀ କାର୍ଯ୍ୟକଳାପ, ଧାରା ୧୭ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଇବା, ଧାରା ୧୮ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଷଡଯନ୍ତ୍ର କରିବା ଏବଂ ଧାରା ୨୦ ଅନୁଯାୟୀ ଆତଙ୍କବାଦୀ ସଂଗଠନ ସହ ଜଡିତ ହେବା ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଅନ୍ୟପଟେ ଧାରା ୧୨୦-ବି ଆଧାରରେ ଅପରାଧିକ ଷଡ଼ଯନ୍ତ୍ର ରଚିବା ଅଭିଯୋଗରେ ବି ସେ ଦୋଷୀ ସାବ୍ୟସ୍ତ ହୋଇଥିଲା।

   Related Posts