ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଅହମ୍ମଦ ମୁର୍ତଜାକୁ ଫାଶୀ ଦଣ୍ଡାଦେଶ, ଗୋରଖନାଥ ମନ୍ଦିରରେ ସୁରକ୍ଷାକର୍ମୀଙ୍କୁ ଉପରେ କରିଥିଲା ଆକ୍ରମଣ

30/01/2023 at 5:31 PM

ନୂଆଦିଲ୍ଳୀ, ୩୦/୦୧: ଗୋରଖନାଥ ମନ୍ଦିରରେ ପଶି ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ମାମଲାରେ କୋର୍ଟଙ୍କ ବଡ଼ ନିଷ୍ପତ୍ତି। ସୋମବାର ଏଟିଏସ-ଏନଆଇଏ କୋର୍ଟ ଏହି ମାମଲାରେ ଦୋଷୀ ଅହମଦ ମୁର୍ତଜାକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ମୁର୍ତଜାକୁ ଦେଶ ବିରୋଧୀ କାର୍ଯ୍ୟକଳାପ (ୟୁଏପିଏ), ଦେଶ ବିରୋଧରେ ଯୁଦ୍ଧ ଏବଂ ଆତ୍ମଘାତୀ ଆକ୍ରମଣ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲା। ସୋମବାର ମୁର୍ତଜାକୁ ଶୁଣାଣି ପାଇଁ କୋର୍ଟରେ ହାଜର କରାଯାଇଥିଲା। ଏଟିଏସ-ଏନଆଇଏ କୋର୍ଟ ମୁର୍ତଜାକୁ ଫାଶୀ ଦଣ୍ଡ ଶୁଣାଇଛନ୍ତି।  

ସୂଚନାଯୋଗ୍ୟ, ଗତବର୍ଷ ଏପ୍ରିଲ୍‌ ୩ ତାରିଖେର ମୁର୍ତଜା ଗୋରଖନାଥ ମନ୍ଦିରରେ ପଶି ସୁରକ୍ଷାକର୍ମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା। ୪ ଏପ୍ରିଲରେ ଗୋରଖନାଥ ଥାନାର ମୁଖ୍ୟ କନଷ୍ଟେବଲ ବିନୟ କୁମାର ମିଶ୍ରା ମୁର୍ତଜା ବିରୋଧରେ ମାମଲା ରୁଜୁ କରିଥିଲେ। ସେ ମନ୍ଦିରର ୧ ନମ୍ବର ଗେଟ୍‌ର ସୁରକ୍ଷା ମୁଖ୍ୟ ଥିଲେ। ମୁର୍ତଜା ପିଏସିର ସିପାହୀ ଅନିଲ କୁମାର ପାସଓ୍ବାନଙ୍କ ଉପରେ ଆକ୍ରମଣ କରି ତାଙ୍କଠାରୁ ହତିଆର ଛଡ଼େଇବାକୁ ଚେଷ୍ଟା କରିଥିଲା। ଅନ୍ୟ ସୁରକ୍ଷାକର୍ମୀ ସେଠାକୁ ସାହାଯ୍ୟ ପାଇଁ ଆସିବାବେଳେ ମୁର୍ତଜା ତାଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲା। ଏହାପରେ ସେ ହତିଆର ଧରି ଧାର୍ମିକ ନାରା ଲଗାଇଥିଲା। ପୋଲିସ୍‌ ଗିରଫ କରି ଜେଲ୍‌ ପଠାଇଥିଲା। ଯାଞ୍ଚରେ ତା’ ପାଖରୁ ହତିଆର ଆଦି ଉଦ୍ଧାର ହୋଇଥିଲା।

ଏହି ମାମଲାରେ ଏଟିଏସ ଏହି ମାମଲାରେ ମୁର୍ତଜାଙ୍କୁ ୨୫ ଏପ୍ରିଲ ୨୦୨୨ ରେ ସ୍ବତନ୍ତ୍ର ଅଦାଲତରେ ହାଜର କରିଥିଲା ଏବଂ ରିମାଣ୍ଡରେ ପୋଲିସ୍‌ ହେପାଜତକୁ ନେଇଥିଲା। ୨୭ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ ପରେ ଏଟିଏସ-ଏନଆଇଏ କୋର୍ଟ ନିଷ୍ପତ୍ତିରେ ପହଞ୍ଚିଥିଲେ ଏବଂ ସୋମବାର ଦୋଷୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ।

   Related Posts