ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଚାନ୍ଦବାଲି : ଦୁର୍ଘଟଣା ପରେ ଡଙ୍ଗାରୁ ନଦୀକୁ ଖସିପଡିଲେ ୨ ଜଣ, ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସୁରକ୍ଷିତ ଉଦ୍ଧାର
  • ||
  • ରାହୁଲ ଗାନ୍ଧିଙ୍କୁ ଝଟକା ।। ରଦ୍ଦ ହେଲା ଲୋକସଭା ସଦସ୍ୟତା
  • ||
  • ସମ୍ବଲପୁର : ସମ୍ବଲପୁରରୁ ନକଲି ମଦ କାରଖାନା ଠାବ, ମଦ ତିଆରି ସାମଗ୍ରୀ ଜବତ
  • ||
  • ଭୁବନ : ମାମୁଁ ଘର ଯିବାବେଳେ ଧକ୍କା ଦେଲା ଟ୍ରକ୍ : ଚାଲିଗଲା ଝିଅର ଜୀବନ, ବାପା ଗୁରୁତର
  • ||
  • ସାନଖେମୁଣ୍ଡି : ମନ୍ଦିର ନିର୍ମାଣରେ ବ୍ୟବହୃତ ଗାଡି ପୋଡିଦେଲେ ଅଜଣା ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ବର : କେଶରୀ ରିୟଲ ଇଷ୍ଟେଟ୍ ଅଫିସରେ ED ରେଡ୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ପୁରୀ : ପୁରୀ ବେଳାଭୂମିରେ ମରିପଡିଛି ଅଲିଭ୍ ରିଡ୍‌ଲେ, ନିକଟରେ ପଡିରହିଛି ଅଣ୍ଡା
  • ||
  • କାମାକ୍ଷାନଗର : ମାରଣାସ୍ତ୍ର ଦେଖାଇ ଲୁଟ୍, ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କଠାରୁ ୨ଲକ୍ଷ ଟଙ୍କା ଲୁଟିନେଲେ ଦୁଇ ଲୁଟେରା
  • ||
  • ଯାଜପୁର : ଦୀର୍ଘ ୧୬ ଘଣ୍ଟା ପରେ ନଦୀରୁ ମିଳିଲା ମହିଳାଙ୍କ ମୃତଦେହ, ଗୁରୁବାରଠୁ ଥିଲେ ନିଖୋଜ
  • ||
  • ଘଟଗାଁ : ଶିକ୍ଷକଙ୍କ ମନମୁଖି କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ, ଆଉ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ଦାବି
  • ||

ଆତଙ୍କୀ-ଗ୍ୟାଙ୍ଗଷ୍ଟର ଠିକଣାରେ NIAର ଚଢ଼ାଉ, ଦେଶର ୭୦ଟି ସ୍ଥାନରେ ଛାପାମାରୀ

21/02/2023 at 10:07 AM

ନୂଆଦିଲ୍ଲୀ: ଆତଙ୍କବାଦୀ ଓ ଗ୍ୟାଙ୍ଗଷ୍ଟରଙ୍କ ଉପରେ ଏନଆଇଏର ବଡ଼ ପ୍ରହାର । ଜାତୀୟ ଯାଞ୍ଚ ଏଜେନ୍ସି ଦେଶର ଭିନ୍ନ ଭିନ୍ନ ସ୍ଥାନରେ ରେଡ୍ କରିଛି । ପଞ୍ଜାବ, ହରିୟାଣା, ରାଜସ୍ଥାନ, ଦିଲ୍ଲୀ, ଚଣ୍ଡିଗଡ଼, ୟୁପି, ଗୁଜରାଟ, ମଧ୍ୟପ୍ରଦେଶ ଆଦି  ଦେଶର ୭୦ଟି ସ୍ଥାନରେ ଛାପାମାରୀ କରିଛି ଏନଆଇଏ ଟିମ୍ ।  ଆତଙ୍କୀ-ଗ୍ୟାଙ୍ଗଷ୍ଟର ଲିଙ୍କକୁ ଭାଙ୍ଗିବାକୁ ୬ମାସ ହେଲା ଜାତୀୟ ଯାଞ୍ଚ ଏଜେନ୍ସି ଉଦ୍ୟମ ଚଳାଇଛି ।

ଗ୍ୟାଙ୍ଗଷ୍ଟର ଗ୍ରୁପ ଦେଶ ବିରୋଧୀ କାମରେ ଲିପ୍ତ ରହୁଥିବା ସୂଚନା ମିଳିବା ପରେ ୬ମାସ ହେଲା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ଏନଆଇଏ । ଗ୍ୟାଙ୍ଗଷ୍ଟାର ଓ ତାଙ୍କର ଅପରାଧିକ ସିଣ୍ଡିକେଟକୁ ଭାଙ୍ଗି ପାଇଁ ଯାଞ୍ଚ ଏଜେନ୍ସି ମାମଲା ରୁଜୁ କରିଛନ୍ତି ତଦନ୍ତ ଚଳାଇଛି । ଗତ ୩ମାସରେ  ଏନଆଇଏ ଟିମ୍ ଲାରେଂସ ବିଷ୍ଣୋୟୀ ଗ୍ୟାଙ୍ଗର ସଦସ୍ୟ ମାନଙ୍କୁ ପଚରାଉଚରା କରିଥିଲା । ଏହାକୁ ଆଧାର କରି ଟିମ୍ ଆତଙ୍କୀ-ଗ୍ୟାଙ୍ଗଷ୍ଟାର ସିଣ୍ଡିକେଟକୁ ଭାଙ୍ଗିବାକୁ ଛାପାମାରୀ କରୁଛି ।  

ଏହାଛଡ଼ା ପଞ୍ଜାବରେ ସକ୍ରିୟ ଥିବା ବିଭିନ୍ନ ଗ୍ୟାଙ୍ଗ ଉପରେ ଏନଆଇଏ ଟିମ୍ ରେଡ୍ ମାରିଛି । ବେଆଇନ ଅସ୍ତ୍ରଶସ୍ତ୍ର କାରବାର କରୁଥିବା ସୂଚନା ମିଳିବା ପରେ କାର୍ଯ୍ୟାନୁଷ୍ଠାନ ନେଇଛି ଟିମ୍ । ଲାରେଂସ ବିଷ୍ଣୋୟୀ ଗ୍ୟାଙ୍ଗ, କାଲା ଜଠେଡି ଗ୍ୟାଙ୍ଗ, ନିରଜ ବଓ୍ବାନା ଗ୍ୟାଙ୍ଗ ଏଥିରେ ସାମିଲ ଥିବା ଜଣାପଡ଼ିଛି । ଗୁଜରାଟରେ ଗ୍ୟାଙ୍ଗଷ୍ଟର ଲରେଂସ ବିଷ୍ଣୋୟୀର ସାଥି କୁଲବିନ୍ଦରର ଠିକଣା ରେଡ୍ ମାରିଛି ଜାତୀୟ ଯାଞ୍ଚ ଏଜେନ୍ସି । କୁଲବିନ୍ଦରର ଅନ୍ତରାଷ୍ଟ୍ରୀୟ ଡ୍ରଗ୍ସ ସିଣ୍ଡିକେଟ୍ ସହିତ ଜଡ଼ିତ ରହିଥିବା ଜଣାପଡ଼ିଛି ।   

ସୂଚନା ଅନୁଯାୟୀ, ଏନଆଇଏ ଟିମ୍ ଏପର୍ଯ୍ୟନ୍ତ ଆତଙ୍କୀ-ଗ୍ୟାଙ୍ଗଷ୍ଟର ଲିଙ୍କକୁ ନେଇ ୪ଥର ଚଢାଉ କରିଛି । ଦେଶ ବିରୋଧୀ କାର୍ଯ୍ୟକଳାପ, ଅର୍ଥ କାରବାର, ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଓ ଡ୍ରଗ୍ସ କାରବାର ଆଦି ବିଭିନ୍ନ ଦିଗକୁ ନେଇ ଯାଞ୍ଚ କରୁଛି ଟିମ୍ ।

   Related Posts