Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଖୋର୍ଦ୍ଧା : ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଧର୍ମଗଡ଼ : ବନୀକରଣ ନାଁରେ ଦୁର୍ନୀତି, ଜେଲ୍‌ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ
  • ||
  • ମୁମ୍ବାଇ : କିରଣ ଖେର୍‌ କୋଭିଡ଼ ପଜିଟିଭ୍‌, ଟ୍ୱିଟ୍‌ ଜରିଆରେ ଲୋକଙ୍କୁ କଲେ ଖାସ୍‌ ଅପିଲ୍‌
  • ||
  • ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା କମିବ, ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ
  • ||

ସାରା ଦେଶରେ ୭୨ଟି ସ୍ଥାନରେ NIAର ଚଢଉ, ଟାର୍ଗେଟରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇର ସହଯୋଗୀ

21/02/2023 at 10:08 PM

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ ସହ ସହଯୋଗୀ କୁଲୱିନ୍ଦର ଏବଂ ଅନ୍ୟ ଠିକଣା ଗୁଡିକରେ ଏନଆଇଏ ବଡ଼ ଧରଣର ଚଢଉ କରିଛି । ଗ୍ୟାଙ୍ଗଷ୍ଟର ବିରୋଧରେ ୭୨ଟି ସ୍ଥାନରେ ଚଢଉ କରାଯାଉଛି । କୁଲୱିନ୍ଦର ଦୀର୍ଘ ସମୟ ଯାଏ ଲରେନ୍ସ ବିଷ୍ନୋଇ ସହ ମିଶି କାମ କରିଥିଲା । ଏହାସହ ଗ୍ୟାଙ୍ଗର ସଦସ୍ୟଙ୍କୁ ନିଜ ପାଖରେ ଲୁଚାଇ ରଖୁଥିଲା ।

ମଙ୍ଗଳବାର ଏନଆଇଏ ପଞ୍ଜାବ, ହରିୟାଣା, ରାଜସ୍ଥାନ, ଦିଲ୍ଲୀ ଏନସିଆର, ଚଣ୍ଡିଗଡ, ଉତ୍ତର ପ୍ରେଦଶ, ଗୁଜରାଟ ଏବଂ ମଧ୍ୟ ପ୍ରଦେଶର ୭୨ଟି ସ୍ଥାନରେ ଚଢଉ କରିଛି । ଲରେନ୍ସ ବିଷ୍ଣୋଇ, ନୀରଜ ବାୱାନା, ଟିଲୁ ତାଜପୁରିଆ ଏବଂ ଅନ୍ୟ ଗ୍ୟାଙ୍ଗ ବିରୋଧରେ ଏହା ଏଜେନ୍ସିର ଚତୁର୍ଥ ରାଉଣ୍ଡ ରେଡ୍ ।

ଲରେନ୍ସ ବିଷ୍ଣୋଇକୁ ୨୦୨୨ ନଭେମ୍ୱର ୨୪ରେ ଏନଆଇଏ ଗିରଫ କରିଥିଲା । ଗ୍ୟାଙ୍ଗଷ୍ଟର, ଡ୍ରଗ୍ସ ଚାଲାଣ ସହ ଲୋକଙ୍କ ମଧ୍ୟ ଭୟ ସୃଷ୍ଟି କରିବା ମାମଲାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ଗିରଫ କରାଯାଇଛି ।

   Related Posts