ଗ୍ୟାଙ୍ଗଷ୍ଟରଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ: ୫ ରାଜ୍ୟର ୫୦ ରୁ ଉର୍ଦ୍ଧ୍ୱ ସ୍ଥାନରେ NIA ରେଡ୍

Published By : Prameya-News7 Bureau | October 18, 2022 IST

ନୂଆଦିଲ୍ଲୀ ୧୮/୧୦: ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) । ଏନଆଇଏ ମଙ୍ଗଳବାର ଦେଶର ବିଭିନ୍ନ ରାଜ୍ୟରେ ଅନେକ ଠିକଣାରେ ରେଡ୍ କରିଛି । ଏହି ରେଡ୍ ଭାରତ ଏବଂ ବିଦେଶରେ ଥିବା ଆତଙ୍କବାଦୀ, ଗ୍ୟାଙ୍ଗଷ୍ଟାର ଏବଂ ଡ୍ରଗ୍ସ ତସ୍କରୀ ମଧ୍ୟରେ ଥିବା ସାଲିସ୍‌କୁ ଶେଷ କରିବା ପାଇଁ ଏହି ରେଡ୍ ଚାଲିଛି । ଏନଆଇଏର ଏହି ରେଡ୍ ଦିଲ୍ଲୀ, ପଞ୍ଜାବ, ହରିୟାଣା, ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶରେ ୫୦ ରୁ ଅଧିକ ଠିକଣାରେ ହୋଇଛି । ଲରେନ୍ସ ବିଶ୍ନୋଇ, ନୀରଜ ବଭାନା ସହ ଅନେକ ଗ୍ୟାଙ୍ଗ ସହ ଜଡ଼ିତ ଲୋକଙ୍କ ଠିକଣା ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଆହୁରି ମଧ୍ୟ ଝଜ୍ଜରରେ ଗ୍ୟାଙ୍ଗଷ୍ଟର ନରେଶ ସେଠୀ ଠିକଣା ଉପରେ ମଧ୍ୟ ରେଡ୍ ହୋଇଛି। ସକାଳ ୪ ଟାରେ ଏନଆାଇଏ ଟିମ୍ ସ୍ଥାନୀୟ ପୋଲିସ୍ ସହାୟତାରେ ରେଡ୍ କରିଥିଲା। ସେଠୀର ଅବୈଧ ସମ୍ପତ୍ତି ଏବଂ ବ୍ୟାଙ୍କ ତଥ୍ୟ ଯାଞ୍ଚ କରାଯାଉଛି। ହତ୍ୟା, ଦାଦାବଟି, ଭଳି ଅନେକ ସଙ୍ଗୀନ ମାମଲାରେ ସାମିଲ ରହିଛି ଗ୍ୟାଙ୍ଗଷ୍ଟାର ସେଠୀ। ବର୍ତ୍ତମାନ ସେ ତିହାର ଜେଲ୍ରେ ସଜା କାଟୁଛି। ସହିପରି ଭଟିଣ୍ଡାରେ ଜଣ୍ଡିଆ ଗାଁରେ ଜଗ୍ଗା ଜଣ୍ଡିଆ ଘରେ ମଧ୍ୟ ରେଡ୍ କରାଯାଉଛି।

ଏହା ପୂର୍ବରୁ ୧୨ ସେପ୍ଟେମ୍ବରରେ ଏନଆାଇଏ ପଞ୍ଜାବ, ହରିୟାଣା, ରାଜସ୍ଥାନ, ଦିଲ୍ଲୀ-ଏନସିଆାର ରେ ୫୦ ରୁ ଅଧିକ ସ୍ଥାନରେ ରେଡ୍ କରିଥିଲା। ଚଳିତ ବର୍ଷ ୨୬ ଅଗଷ୍ଟରେ ଦିଲ୍ଲୀ ପୋଲିସ୍ ଦୁଇଟି ମାମଲା ରୁଜୁ କରିଥିଲା। ଭାରତ ଏବଂ ବିଦେଶରେ ଥିବା କିଛି ଗ୍ୟାଙ୍ଗଷ୍ଟାର ଦେଶରେ ଆତଙ୍କ ଏବଂ ଅପରାଧିକ ଗତିବିଧିରେ ଲିପ୍ତ ରହିଛନ୍ତି। ଏଭଳି ଗ୍ୟାଙ୍ଗଷ୍ଟାରଙ୍କ ଚିହ୍ନଟ କରି ମାମଲା ରୁଜୁ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.