ଆତଙ୍କବାଦ ଏବଂ ଗ୍ୟାଙ୍ଗଷ୍ଟର କନେକ୍ସନ ମାମଲାରେ ୧୨ ଜଣକ ବିରୋଧରେ ଏନଆଇର ଚାର୍ଜସିଟ୍
21/03/2023 at 10:04 PM

ନୂଆଦିଲ୍ଲୀ, ୨୧/୦୩: ଆତଙ୍କବାଦ ଏବଂ ଗ୍ୟାଙ୍ଗଷ୍ଟରଙ୍କ ମଧ୍ୟରେ ଥିବା ସମ୍ପର୍କ ମାମଲାରେ ଏନଆଇଏ ୧୨ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ଯାଞ୍ଚ ସମୟରେ ଏନଆଇଏକୁ ଏହି ଗ୍ୟାଙ୍ଗଷ୍ଟରଙ୍କ ଖଲିସ୍ତାନୀ ଆତଙ୍କୀ ଏବଂ ପାକିସ୍ତାନରେ ଥିବା ଷଡ଼ଯନ୍ତ୍ରକାରୀଙ୍କ ବିଷୟରେ ସୂଚନା ମିଳିଛି। ଏଆଇଏ ଏହି ଚାର୍ଜସିଟ୍ ୪ ରାଜ୍ୟରେ ୯୧ ସ୍ଥାନରୁ ଗତ ୬ ମାସ ଧରି ଚାଲିଥିବା ସର୍ଚ୍ଚ ଅପରେସନ ପରେ ଦାଖଲ କରିଛି।
ଯାଞ୍ଚ ସମୟରେ ସବୁ ଗ୍ୟାଙ୍ଗଷ୍ଟରଙ୍କ ଖଲିସ୍ତାନ ଟାଇଗର ଫୋର୍ସର ମୁଖ୍ୟ ଅର୍ଶଦୀପ ସିଂହ ଗିଲ ଓରଫ୍ ଅର୍ଶାଲ ଡଲ୍ଲା ସହ ସଂପର୍କ ସାମ୍ନାକୁ ଆସିଛି। ଏନଆଇଏ ଏହି ଚାର୍ଜସିଟ୍ ଗ୍ୟାଙ୍ଗଷ୍ଟର ଅର୍ଶ ଡଲ୍ଲା, ଗୌରବ ପଟିୟାଲ, ସୁଖପ୍ରୀତ ବୁଦ୍ଧା, କୌଶଲ ଚୌଧୁରୀ, ଅମିତ ଡାଗର, ନବୀନ ବାଲୀ, ଛୋଟୁ ଭଟ୍ଟ, ଆସିଫ ଖାନ୍, ଜଗ୍ଗା ତଖଟମଲ, ଟିଲ୍ଲୁ ତାଜପୁରିୟା, ଭୂପୀରାନା ଏବଂ ସନ୍ଦୀପ ବନ୍ଦରଙ୍କ ବିରୋଧରେ କରିଛି।
ଏନଆଇଏ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ୨୫ ଜିଲ୍ଳାରେ ରେଡ୍ କରିବା ପରେ ଚାର୍ଜସିଟ୍ ଦାଖଲ କରିଛି। ଏହି ସମୟରେ ଏନଆଇଏ ବିଭିନ୍ନ ସଂଗଠିତ ଅପରାଧ ସମର୍ଥନ ନେଟଓ୍ବର୍କର ପ୍ରାୟ ୧୦୦ ସଦସ୍ୟଙ୍କ ଯାଞ୍ଚ କରିଥିଲା।
ରେଡ୍ରୁ ବିପୁଳ ମାତ୍ରାରେ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଥିଲା। ଏନଆଇଏ ଏମାନଙ୍କ ତିଆରି ହୋଇଥିବା କେନ୍ଦ୍ରର ମଧ୍ୟ ପତ୍ତା ଲଗାଇଥିଲା। ଯାଞ୍ଚରୁ ଏମାନଙ୍କର ସଙ୍ଗୀତ କ୍ଷେତ୍ର, ଗାୟକ, କବାଡ଼ି ଖେଳାଳିଙ୍କ ଏବଂ ଓକିଲଙ୍କ ସହ ସଂପର୍କ ଥିବା ଜଣାପଡ଼ିଛି।