NIA ଦ୍ୱାରା ପୁଲବାମା ଆକ୍ରମଣର ମୁଖ୍ୟ ସୂତ୍ରଧର ଜୈସ୍ Operative ଗିରଫ

Published By : Prameya-News7 Bureau | February 28, 2020 IST

ଶ୍ରୀନଗର ୨୮।୨:  ଜାତୀୟ ତଦନ୍ତ ସଂସ୍ଥାନ (ଏନଆଇଏ) ଶୁକ୍ରବାର ପୁଲୱାମା ଆତଙ୍କବଦୀ ଆକ୍ରମଣର ମୁଖ୍ୟ ସୂତ୍ରଧର ଶାକିର ବଶିର ମାଗ୍ରେକୁ ଗିରଫ କରିଛି। ୨୨ ବର୍ଷ ବୟସ୍କ ମାଗ୍ରେ ପୁଲୱାମା କାକପୋରା ହଜିବଲର ବାସିନ୍ଦା ।  ଲଥୋପରା ପୋଲ ନିକଟରେ  ତାର ଏକ ଫର୍ଣ୍ଣିଚର ଦୋକାନ ଥିବା ବେଳେ ପାକ୍ ଜୈସ୍-ଏ-ମୋହମ୍ମଦର ସେ ଜଣେ ପୂର୍ଣ୍ଣକାଳୀନ ଓଭର ଗ୍ରାଉଣ୍ଡ କର୍ମୀ ବୋଲି ପ୍ରମାଣିତ ହୋଇଛି।    ୧୪ ଫେବୃଆରୀ ୨୦୧୯ ପୁଲବାମା ଆକ୍ରମଣର ଫିଦାଇନ୍ ଆକ୍ରମଣକାରୀ ଆଦିଲ ଅହମ୍ମଦ ଡାରକୁ ସେ ରହିବା ଲାଗି ଘର ଓ ଅନ୍ୟ ସହାୟତା କରିଥିଲା। 

{"id":230520,"width":581,"height":384,"sizeSlug":"large"}
Secirity personnal near awantipora blast site. Express Photo by Shuaib Masoodi 14/02/2019

ଏନଆଇଏ ପଚରା ଉଚରାରେ ମାର୍ଗେ ପୁଲୱାମାର ସମସ୍ତ ରହସ୍ୟ ଉଦଗାରୀ ଦେଇଛି। ଏଥିରେ ପାକ୍ ଆତଙ୍କବାଦ ସଙ୍ଗଠନ ଜୈସ ସହ ତାର ସମ୍ପୃକ୍ତି ଓ  ଆତ୍ମଘାତୀ ଆକ୍ରମଣକାରୀ ଆଦିଲ ଡାର ସହ ପରିଚୟ ଓ ଅନ୍ୟ ବିବରଣୀ ମଧ୍ୟ ପ୍ରଦାନ କରିଛି।  ମାର୍ଗେକୁ ଶୁକ୍ରବାର ଏନଆଇଏ ସ୍ପେଶାଲ କୋର୍ଟରେ ଉପସ୍ଥାପନ କରାଯାଇଥିବା ବେଳେ ମାମଲାର ଅଧିକ ତଦନ୍ତ ଲାଗି ୧୫ ଦିନ ରିମାଣ୍ଡ ନିବେଦନ କରାଯାଇଥିଲା। କୋର୍ଟ ଏନଆଇଏଙ୍କ ନିବେଦନକୁ ମଞ୍ଜୁର କରିଛନ୍ତି।

{"id":230521,"width":579,"height":324,"sizeSlug":"large"}

ଏନଆଇଏ ପ୍ରାରମ୍ଭିକ ପଚରା ଉଚରା ବେଳେ ସେ ୨୦୧୮ ମସିହାରେ ଆଦିଲ ଡାର ସମ୍ପର୍କରେ ଆସିଥିବାର ସୂଚନା ଦେଇଥିଲା। ଏହା ସହ ସେ ଜୈସର ଜଣେ ପୂର୍ଣ୍ଣ କାଳୀନ ଓଭରଗ୍ରାଉଣ୍ଡ ସଦସ୍ୟ ହୋଇଯାଇଥିଲା। ଜୈସର ଆକ୍ରମଣ ଲାଗି ୨୦୧୮ଶେଷ ବେଳକୁ ଡାର ତାର ସହଯୋଗ କାମନା କରିଥିବା ବେଳେ ମାର୍ଗେ ତାକୁ ରହିବାକୁ ଘର ଓ ଅନ୍ୟ ସହଯୋଗ କରିଥିଲା। ଏଥିରେ ଡାର ସହ ପାକିସ୍ତାନୀ ଆତଙ୍କବାଦୀ ମହମ୍ମଦ ଉମର ଫାରୁକ୍ ବି ରହିବାକୁ ଲାଗିଥିଲା । ସେମାନେ ମାର୍ଗେ ସହ ଫେବୃଆରୀ ୨୦୧୯ ପର୍ଯ୍ୟନ୍ତ ଅବସ୍ଥାନ କରୁଥିଲେ। ଏହି ସମୟରେ ସେମାନଙ୍କୁ ମାର୍ଗେ ଆଇଇଡି ତିଆରିରେ ସହଯୋଗ କରିଥିଲା।

{"id":230522,"width":583,"height":363,"sizeSlug":"large"}

ଲାଥୋପରା ପୋଲ ନିକଟରେ ତାର ଦୋକାନ ଥିଲା। ଏଣୁ  ସିଆରପିଏଫର ଗତିବିଧି ଉପରେ ନଜର ରଖିବାକୁ ତାକୁ ମହମ୍ମଦ ଫାରୁକ୍ ପରାମର୍ଶ ଦେଇଥିଲା। ସେହି ଅନୁସାରେ ଜମ୍ମୁ-ଶ୍ରୀନଗର ରାଜମାର୍ଗରେ ଜାନୁୟାରୀ ୨୦୧୯ରେ ସିଆରପିଏଫର ଟିକନିଖ୍ ଗତିବିଧି ସମ୍ପର୍କରେ ସେ ଅହରହ ଉମାରକୁ ଖବର ଦେଉଥିଲା। ତାକୁ ପଚରା ଉଚରା କରିବା ବେଳେ ବିସ୍ଫୋରଣ ଲାଗି ଆତଙ୍କବାଦୀ ବ୍ୟବହାର କରିଥିବା କାରର ମେକ୍,ମଡେଲ ଓ ନାମ ବେଶ ସହଜରେ କହିଦେଇଥିଲା। ବିସ୍ଫୋରଣ ଲାଗି ବ୍ୟବହୃତ କାରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ତେବେ ଘଟଣା ସ୍ଥଳରୁ ଜବତ କିଛି ଅବଶେଷରୁ ଏହା ଏକ ମାରୁତି କାର ହୋଇପାରେ ବୋଲି ଆକଳନ କରାଯାଉଥିବା ବେଳେ ମାର୍ଗେ ତାହା ମାରୁତିର ଇକୋ କାର ଥିଲା ବୋଲି କହିଛି।

{"id":230525,"sizeSlug":"large"}

ଆତଙ୍କବାଦୀଙ୍କ ଆକ୍ରମଣ ଲାଗି ସେ ଏହି କାରଟିକୁ ଯୋଗାଡ କରିବା ସହ ତାର ମୋଡିଫିକେସନ ବି କରାଇଥିଲା। ଯେଉଁଥିରେ ସେ ଆଇଇଡି ବି ଲଗାଇଥିବାର ତଦନ୍ତରୁ ଜଣାପଡିଛି। ମୃତ ଆତଙ୍କବାଦୀ ଆଦିଲ ଡାର ବୋଲି ତା ପିତାଙ୍କ ଡିଏନଏରୁ ଜଣାପଡିଥିଲା। ସେହିପରି ଏହି ଆକ୍ରମଣରେ ଅନ୍ୟ ଯେଉଁମାନେ ଥିଲେ ସେମାନେ ହେଲେ ଦକ୍ଷିଣ କାଶ୍ମୀରର ଜୈସ କମାଣ୍ଡର ମୁଦାସିର ଅହମ୍ମଦ ଖାନ, ପାକ୍ ଆତଙ୍କବାଦୀ ମହମ୍ମଦ ଉମର ଫାରୁକ, ଆଇଇଡି ଏକ୍ସପର୍ଟ କମ୍ରାନ, କାର ମାଲିକ ସାଜିଦ ଅହମ୍ମଦ ଭଟ୍ଟ ଓ କ୍ୱାରୀ ୟାସିର। ଘଟଣାର ସମସ୍ତ ସହଯୋଗୀ କାଶ୍ମୀର ଆତଙ୍କବାଦ ମୁକାବିଲାରେ ପ୍ରାଣ ହରାଇଛନ୍ତି।  ମାମଲାର ଅଧିକ ତଦନ୍ତ ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.