ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ବୁଲେଟ୍ ଟ୍ରେନ ପରିଯୋଜନାର ଅଧ୍ୟକ୍ଷଙ୍କୁ ବିଦା କଲେ ସରକାର, ବ୍ୟାଚମେଣ୍ଟ ଆଣିଥିଲେ ଅଭିଯୋଗ !

7/07/2022 at 10:15 PM

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଗୁରୁବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ନିଜର ବହୁ ମହାତ୍ୱାକାଂକ୍ଷୀ ବୁଲେଟ ଟ୍ରେନ ପରିଯୋଜନାର ମୁଖ୍ୟ ସତୀଶ ଅଗ୍ନିହୋତ୍ରୀଙ୍କୁ ବହିଷ୍କାର କରିଛନ୍ତି । ଅଧିକାରୀଙ୍କ ସୂଚନା ଅନୁସାରେ ନ୍ୟାସନାଲ ହାଇସ୍ପିଡ୍ ରେଲ କର୍ପୋରେସନ ଲିମିଟେଡର ଅଧ୍ୟକ୍ଷ ଏବଂ ସିଏମଡି ଭାବେ କାର୍ଯ୍ୟରତ ଅଗ୍ନିହୋତ୍ରୀଙ୍କୁ ଦୁର୍ନୀତି ଅଭିଯୋଗ ପରେ ତତ୍କାଳ ପ୍ରଭାବରୁ ବିଦା କରାଯାଇଛି ।

ଜୁଲାଇ ୭ ଗୁରୁବାର ଏକ ନିର୍ଦ୍ଦେଶରେ କୁହାଯାଇଛି, ତିନି ମାସର ଅବଧି ପାଇଁ NHSRCLରେ ନିର୍ଦ୍ଦେଶକ(ପରିଯୋଜନା) ଭାବେ କାର୍ଯ୍ୟରତ ଭାରତୀୟ ରେଲୱେ ଇଞ୍ଜିନିୟର ରାଜେନ୍ଦ୍ର ପ୍ରସାଦଙ୍କୁ NHSRCLର ପ୍ରବନ୍ଧ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି।

NHSRCLର ମୁଖ୍ୟପାତ୍ର ଏହି ମାମଲା ଉପରେ କୌଣସି ଟପ୍ପଣୀ କରି ନାହାନ୍ତି । ଅଗ୍ନିହୋତ୍ରୀଙ୍କ ବିରୋଧରେ ଅଭିଯୋଗ ଉପରେ ରେଳ ମନ୍ତ୍ରଣାଳୟ ଅଧିକାରୀ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି । ଅଗ୍ନିହୋତ୍ରୀ ୧୯୮୨ ବ୍ୟାଚର ଆଇଆରଏସଇ ଅଧିକାରୀ ଏବଂ ଗତ ବର୍ଷ ତାଙ୍କୁ NHSRCLର ସିଏମଡି ନିଯୁକ୍ତ କରାଯାଇଥିଲା ।

ତେବେ ସୂତ୍ର ଅନୁସାରେ ୨୦୧୧ର ଏକ ମାମଲାରେ ଅଗ୍ନିହୋତ୍ରୀଙ୍କୁ ବିଦା କରାଯାଇଛି । ଏହି ମାମଲାର ତଦନ୍ତ ଏବେ ସିବିଆଇ ହାତରେ ରହିଛି । ତେବେ ହିନ୍ଦୁସ୍ତାନର ରିପୋର୍ଟ ଅନୁସାରେ, ଅଭିଯୋଗକାରୀ ଅଗ୍ନିହୋତ୍ରୀଙ୍କ ବ୍ୟାଚ୍ ମେଣ୍ଟ । ସେ ଅଭିଯୋଗ କରିଥିଲେ ଯେ, ଅଗ୍ନିହୋତ୍ରୀ ରେଳ ବିକାଶ ନିଗମ ଲମିଟିଡରେ ଥିବା ବେଳେ, ସେହି କମ୍ପାନିକୁ ଠିକା ଦେଇଥିଲେ ଯେଉଁଥିରେ ତାଙ୍କ ପୁଅ କାମ କରୁଥିଲେ । ଅଭିଯୋଗକାରୀ ଏହା ମଧ୍ୟ ଅଭିଯୋଗ କରିଥିଲେ ଯେ, ଅବସର ପରେ ଅଗ୍ନିହୋତ୍ରୀ ନିର୍ଦ୍ଧାରିତ ସମୟ ପୂର୍ବରୁ ଏକ ଘରୋଇ କମ୍ପାନିର ଯୋଗ ଦେଇଥିଲେ। ନିୟମ ଅନୁସାରେ ଜଣେ ସରକାରୀ ଗୋଟିଏ ବର୍ଷ ପୂର୍ବରୁ କୌଣସି ଘରୋଇ କମ୍ପାନିରେ ଯୋଗ ହୋଇପାରିବେ ନାହିଁ।  

   Related Posts