ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଡାକ୍ତରୀ ଛାତ୍ର ନିଶାନ୍ତ କୁମାର ସନ୍ଦେହଜନକ ମୃତ୍ୟୁ ଘଟଣା, ବଲାଙ୍ଗୀରରେ ପହଞ୍ଚିଲେ NHRCର ୩ ଜଣିଆ ଟିମ୍‌

28/06/2022 at 9:57 PM

ବଲାଙ୍ଗୀର, ୨୮/୦୬: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ଡାକ୍ତରୀ ଛାତ୍ର ନିଶାନ୍ତ କୁମାର ସନ୍ଦେହଜନକ ମୃତ୍ୟୁ ଘଟଣାରେ ବଲାଙ୍ଗୀରରେ ପହଁଞ୍ଚିଲେ ଜାତୀୟ ମାନବାଧିକାର କମିସନଙ୍କ ତିନି ଜଣିଆ ତଦନ୍ତକାରୀ ଟିମ୍ I ଗତ ଏପ୍ରିଲ, ୨୨ ତାରିଖରେ ଇନଣ୍ଟନ ହଷ୍ଟେଲ ଛାତରୁ ପଡି ନିଶାନ୍ତ ମୃତ୍ୟୁ ଘଟିଥିଲା I ଘଟଣାରେ ୧୦ଦିନ ପୂର୍ବରୁ ନିଶାନ୍ତ ହରିୟାଣାରୁ ହଷ୍ଟେଲକୁ ଆସିଥିଲେ I ସୁଇସାଇଡ ନୋଟରେ ଅସହ୍ୟ ରାଗିଂ ଯୋଗୁଁ ଆତ୍ମହତ୍ୟା କରିଥିବା ଉଲ୍ଲେଖ ରହିଥିଲା I ତଦନ୍ତ ପାଇଁ ପୋଲିସ ସୁଇସାଇଡ ନୋଟ ଜବତ କରିଛି I

ପୋଲିସ ତଦନ୍ତରେ ଅସନ୍ତୋଷ ପ୍ରକାଶ କରି NHRCର ଦ୍ୱାରସ୍ଥ ହୋଇଥିଲେ ଛାତ୍ରର ପରିବାର ଲୋକେ I ଟିମରେ ବିମଲଜିତ ଉପଲଙ୍କ ନେତୃତ୍ବରେ ଚନ୍ଦ୍ରଶେଖର ଓ ମାଧବାନନ୍ଦ ରାଉତ ତଦନ୍ତ ପାଇଁ ବଲାଙ୍ଗୀରରେ ପହଂଚିଛନ୍ତି I ସର୍କିଟ ହାଉସରେ ରାତ୍ରୀ ଯାପନ କରିବା ପରେ ଆସନ୍ତା କାଲି ସକାଳୁ ତଦନ୍ତ ଆରମ୍ଭ କରିବ ଟିମ୍ I ଚାରିଦିନ ଧରି ଛାତ୍ର ମୃତ୍ୟୁ ରହସ୍ୟ ଖୋଜିବ NHRC ଟିମ୍ I ମେଡିକାଲ କଲେଜ, ଛାତ୍ର ରହୁଥିବା ଇଣ୍ଟନ୍ ହଷ୍ଟେଲ, ସହପାଠୀ ଓ ତଦନ୍ତକାରୀ ପୋଲିସ ଟିମ୍ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି I

   Related Posts