ଡାକ୍ତରୀ ଛାତ୍ର ମୃତ୍ୟୁ ମାମଲା : ବଲାଙ୍ଗୀରରେ NHRC ଟିମ୍‌ର ତଦନ୍ତ

Published By : Prameya-News7 Bureau | June 29, 2022 IST

ବଲାଙ୍ଗୀର ୨୯।୬: ଡାକ୍ତରୀ ଛାତ୍ର ନିଶାନ୍ତଙ୍କ ମୃତ୍ୟୁର ତଦନ୍ତ ପାଇଁ ବଲାଙ୍ଗୀରରେ ପହଞ୍ଚିଲେ  ଏନଏଚଆରସି ଟିମ୍ । ମଙ୍ଗଳବାର ବଲାଙ୍ଗୀରରେ ପହଞ୍ଚିବା ପରେ ସ୍ଥାନୀୟ ସର୍କିଟ୍ ହାଉସରେ ରାତ୍ରିଯାପନ କରିଥିଲେ । ବୁଧବାର ସକାଳ ୯ଟାରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ପହଞ୍ଚି ଟିମ୍ ତଦନ୍ତ ପ୍ରକ୍ରିୟା ଆରମ୍ଭ  କରିଥିଲା ।

{"id":648945,"width":839,"height":342,"sizeSlug":"full","linkDestination":"none"}

ତିନି ଜଣିଆ ଟିମ୍ ଛାତ୍ରଙ୍କ ମୃତ୍ୟୁକୁ ନେଇ ତଦନ୍ତ  କରିବ । କଲେଜ  ଡିନ୍‌ଙ୍କଠାରୁ  ଆରମ୍ଭ କରି  ଏଚଓଡି, ସହପାଠୀ, ଷ୍ଟାଫ୍ ସହ  ଆଣ୍ଟି ର୍ୟାଗିଂ ସେଲ୍ ଓ ଟିମ୍‌କୁ ମଧ୍ୟ ଏହି ଟିମ୍ ପଚରାଉଚରା କରିବ । ଟିମ୍‌ରେ ବିମଲଜୋତି ଉପଲ, ମାଧବା ନନ୍ଦ ରାଉତ  ଓ ଚନ୍ଦ୍ର ଶେଖର  ସାମିଲ ଅଛନ୍ତି । ତଦନ୍ତ କଲେଜରୁ ଆରମ୍ଭ କରାଯାଇଥିବା ବେଳେ ହଷ୍ଟେଲ ସହ ବିଭିନ୍ନ ଦିଗକୁ ନେଇ ଟିମ୍ ତଦନ୍ତ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.