ଦାରିଙ୍ଗବାଡି ଆବସିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ମା ହେବା ଘଟଣା ; ରାଜ୍ୟ ସରକାରଙ୍କୁ ନୋଟିସ୍ କଲେ ଜାତୀୟ ମାନବାଧିକାର କମିଶନ

Published By : Prameya-News7 Bureau | January 15, 2019 IST

ଦାରିଙ୍ଗବାଡି ୧୫|୧: କନ୍ଧମାଳ ଦାରିଙ୍ଗବାଡି ଆବସିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ମା ହେବା ଘଟଣାରେ ହସ୍ତକ୍ଷେପ କଲେ ଜାତୀୟ ମାନବ ଅଧିକାର କମିଶନ । ନିଜ ଆଡୁ ମାମଲା ରୁଜୁ କରିବା ସହ ରାଜ୍ୟ ସରକାରଙ୍କୁ ନୋଟିସ କରିଛନ୍ତି ଜାତୀୟ ମାନବାଧିକାର କମିଶନ । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ନୋଟିସ୍ କରି ଏ ବାବଦରେ ସବିଶେଷ ତଥ୍ୟ ମାଗିଛନ୍ତି  କମିଶନ । ୪ ସପ୍ତାହରେ ରିପୋର୍ଟ ଦେବା ଲାଗି କୁହାଯାଇଛି । ଅଭିଯୁକ୍ତଙ୍କ ବିରୋଧରେ କେଉଁ କେଉଁ ସେକ୍ସସନରେ ଏଫ୍.ଆଇ.ଆର୍ ଦାଖଲ କରାଯାଇଛି । ଛାତ୍ରୀର ରିଲିଫ ଏବଂ ଥଇଥାନ ପାଇଁ କି କି ପଦକ୍ଷେପ ନେଇଛ ଜଣାଇବାକୁ କୁହାଯାଇଛି । ସେପଟେ ବ୍ରହ୍ମପୁର ଏମ୍.କେ.ସି.ଜି.ରେ ଚିକିତ୍ସାଧୀନ ଅବସ୍ଥାରେ ନବଜାତକ ଶିଶୁକନ୍ୟାର ମୃତ୍ୟୁ ହୋଇଛି । ସନ୍ତାନ ପ୍ରସବ ପରେ ନାବାଳିକା ମା ର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି । ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀ ରାଧାରାଣୀ ଦଳେଇଙ୍କ ସମେତ ୪ ଜଣ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଥିବା ବେଳେ  ମାଟ୍ରନ୍. ଏ.ଏନ୍.ଏମ୍, ରୋଷେୟାଙ୍କ ସମେତ ୬ ଜଣଙ୍କୁ ବହିଷ୍କାର କରାଯାଇଛି । ଏହାସହ ୧୦ ଜଣଙ୍କୁ ବଦଳି କରାଯାଇଛି । ଏଭଳି ଘଟଣାର ଯେପରି ପୁନାରବୃତ୍ତି ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ କହିଛନ୍ତି । ଏଥିପାଇଁ ରାଜ୍ୟର ୧ ହଜାର ଆଦିବାସୀ ବିଦ୍ୟାଳୟରେ ସିସିଟିଭି ଲାଗିବ ବୋଲି ଆଦିବାସୀ ଉନ୍ନୟନ ମନ୍ତ୍ରୀ ରମେଶ ମାଝୀ ସୂଚନା ଦେଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.