oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଆପୋଲୋ ହସ୍ପିଟାଲର ଅଡ଼ୁଆ ତୁଟୁନି : କିଡନି ଚୋରି ମାମଲାରେ ଆକ୍ସନ ପାଇଁ ଚିଫ୍ ସେକ୍ରେଟାରୀଙ୍କୁ NHRCଙ୍କ ନିର୍ଦେଶ

28/12/2019 at 1:06 PM

ଭୁବନେଶ୍ବର ୨୮/୧୨: କିଡନୀ ଚୋରି ମାମଲାରେ ଭୁବନେଶ୍ବର ଆପୋଲୋ ହସ୍ପିଟାଲକୁ ନିସ୍ତାର ନାହିଁ । ଜାତୀୟ ମାନବାଧିକାର କମିଶନ ଆପୋଲୋ ହସ୍ପିଟାଲ୍ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ  ମୁଖ୍ୟ ଶାସନ ସଚିବଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଆଗରୁ ମଧ୍ୟ ହସ୍ପିଟାଲ ରେଜିଷ୍ଟ୍ରେସନ୍ ରଦ୍ଦ କରିବା ପାଇଁ NHRC ନିର୍ଦ୍ଦେଶ ଦେଇଥିଲେ । ଏବେ ପୁଣି ଥରେ ନିର୍ଦ୍ଦେଶ ଦେବା  ପରେ ଆପୋଲୋ ହସ୍ପିଟାଲ୍ ଅଡୁଆରେ ପଡିଛି ।

୨୦୧୩ ରେ ବରଗଡ ଜିଲ୍ଲାର ଅନିଲ୍ କୁମାର ସ୍ବାମୀଙ୍କ କିଡନୀକୁ ତାଙ୍କ ପଡୋଶୀ ରାଘବ ରାମ ଦୋରାଙ୍କ ଶରୀରରେ ଆପୋଲ ହସ୍ପିଟାଲରେ ପ୍ରତିରୋପଣ କରାଯାଇଥିଲା । ଏହା ସଂପୂର୍ଣ୍ଣ ବେଆଇନ ଭାବେ କରାଯାଇଥିବା ନେଇ ୨୦୧୬ ରେ ଅନିଲ୍ ବରଗଡ ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ସେପଟେ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ପିଟିସନ ଦାଖଲ କରିଥିଲେ । ସ୍ବାସ୍ଥ୍ୟ ସଚିବ ଓ ମୁଖ୍ୟ ଶାସନ ସଚିବଙ୍କୁ  ଏନେଇ ରିପୋର୍ଟ ତଲବ କରାଯାଇଥିଲା ।

ଡନୀ ପ୍ରତ୍ୟାରୋପଣ ବେଆଇନ ବୋଲି ସ୍ବାସ୍ଥ୍ୟ ବିଭାଗ ରିପୋର୍ଟରୁ ଜାଣିଥିଲେ NHRC । ତେବେ NHRCଙ୍କ  ନିର୍ଦ୍ଦେଶ ବିରୋଧରେ ଆପୋଲୋ ହସ୍ପିଟାଲ୍ ହାଇକୋର୍ଟରେ ଆବେଦନ କରିଥିଲା । ଆପୋଲୋ ହସ୍ପିଟାଲକୁ ପକ୍ଷ ରଖିବା ଲାଗି ସୁଯୋଗ ଦେବାକୁ ହାଇକୋର୍ଟ କହିଥିଲେ । ତେବେ ହସ୍ପିଟାଲ୍ ଯୁକ୍ତିରେ କୌଣସି ଆଧାର ନଥିବା ଦର୍ଶାଇଥିଲେ NHRC । ହସ୍ପିଟାଲ ରେଜିଷ୍ଟ୍ରେସନ୍ ରଦ୍ଦ ସହ ପୀଡିତଙ୍କୁ ଛଅ ସପ୍ତାହ ମଧ୍ୟରେ ୨ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଦେବାକୁ ମଧ୍ୟ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

   Related Posts