ଋଷ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲା, ରାୟଗଡା SPଙ୍କୁ ମାନବାଧିକାର କମିଶନଙ୍କ ରିପୋର୍ଟ ତଲବ

Published By : Prameya-News7 Bureau | January 02, 2023 IST

ରାୟଗଡା ୦୨/୦୧: ରାୟଗଡାରେ ୨ ଋଷ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲା । ରାୟଗଡା SPଙ୍କୁ ଜାତୀୟ ମାନବାଧିକାର କମିଶନଙ୍କ ରିପୋର୍ଟ ତଲବ । ୪ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ । କିପରି ଓ କେଉଁ ପରିସ୍ଥିତିରେ ମୁତ୍ୟୁ ହେଲା ରିପୋର୍ଟ ନିର୍ଦ୍ଦେଶ । ମତ୍ୟୁ ପଛର କାରଣ ଓ କାର୍ଯ୍ୟାନୁଷ୍ଠାନ ନେଇ ରିପୋର୍ଟ ତଲବ କରିଛନ୍ତି ।

ବହୁ ଚର୍ଚ୍ଚିତ ୨ ରୁଷ ପର୍ଯ୍ୟଟକ ମୃତ୍ୟୁ ଘଟଣାରେ ରାୟଗଡ଼ାରେ ଥିବା କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ ଜାରି ରଖିଛି । କ୍ରାଇମବ୍ରାଞ୍ଚ ଡିଏସପି ସରୋଜକାନ୍ତ ମହନ୍ତଙ୍କ ନେତୃତ୍ୱରେ ଆସିଥିବା ୧୨ଜଣିଆ ଟିମ୍ ମଧ୍ୟରେ ଆଜି ସାଇଣ୍ଟିଫିକ ଓ ଫରେନସିକ ଟିମ୍ କିନ୍ତୁ ସାମିଲ ହୋଇନାହାନ୍ତି । କେବଳ କ୍ରାଇମବ୍ରାଞ୍ଚ ଅଧିକାରୀ ସ୍ଥାନୀୟ ପୋଲିସ ସହିତ ସାକ୍ଷାତ କରି ପୁଣି କିଛି ତଥ୍ୟ ସଂଗ୍ରହ କରିଛନ୍ତି।

ଏହାପରେ ହୋଟେଲ କର୍ମଚାରୀଙ୍କୁ ଜେରା କରିଥିବା ନଜରକୁ ଆସିଛି । ଅଲଗା ଅଲଗା ଭାବରେ ଡିଏସପି ସରୋଜକାନ୍ତ ମହାନ୍ତ ଓ ଇନ୍ସପେକ୍ଟର ମମତା ରାଣୀ ପଣ୍ଡାଙ୍କୁ ଜେରା କରି ସେମାନଙ୍କ ବୟାନ ରେକର୍ଡ କରିଛନ୍ତି । ଶନିବାର ଶ୍ମଶାନରୁ ୨ମୃତକଙ୍କ ପାଉଁଶରୁ ହାଡ଼ ଓ ଶରୀରର ଅନ୍ୟ ଅଂଶ ସଂଗ୍ରହ କରାଯାଇଛି । ତାହା ତଦନ୍ତ ପାଇଁ ଭୁବନେଶ୍ବର ପଠାଯାଇଛି। କ୍ରାଇମବ୍ରାଞ୍ଚ ଡିଏସପି ସରୋଜକାନ୍ତ ମହାନ୍ତ କହିଛନ୍ତି ଯେ, ହୋଟେଲ କର୍ମଚାରୀଙ୍କୁ ପଚରା ଉଚୁରା କରାଯାଇଛି । ତଦନ୍ତ ଆଗକୁ ମଧ୍ୟ ଜାରି ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.