Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିହାର ମୁଜାଫରପୁରରେ ଶିଶୁ ମୃତ୍ୟୁ ଘଟଣା : କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ବିହାର ସରକାରଙ୍କୁ ଏନଏଚଆରସିଙ୍କ ନୋଟିସ୍

18/06/2019 at 11:01 AM

ନୂଆଦିଲ୍ଲୀ ୧୮|୬: ମୁଜାଫରପୁରରେ ଏନ୍ ସେଫାଲାଇଟିସ୍ ରୋଗରେ ଆକ୍ରାନ୍ତ ହୋଇ ୧୦୦ରୁ ଅଧିକ  ଶିଶୁ  ପ୍ରାଣ ହରାଇବା ପରେ ରାଷ୍ଟ୍ରୀୟ ମାନବାଧିକାର ଆୟୋଗ ସୋମବାର କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ ବିହାର ସରକାରଙ୍କୁ ଏ ନେଇ ନୋଟିସ୍ ଜାରି କରିଛନ୍ତି।  ଏହି ରୋଗର କିଭଳି ମୁକାବିଲା କରାଯାଇ ପାରିବ ସେ ନେଇ ରାଷ୍ଟ୍ରୀୟ ମାନବାଧିକାର ଆୟୋଗ ତତ୍ପର ହୋଇଛନ୍ତି । ଏବେ ଡାକ୍ତରଖାନାରେ ଏନ୍ ସେଫାଲାଇଟିସ୍  ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ଶିଶୁମାନଙ୍କୁ କେଉଁ ପ୍ରକାରର ଚିକିତ୍ସା ଯୋଗାଇ ଦିଆଯାଉଛି ଏବଂ ପୀଡ଼ିତ ପରିବାରକୁ କିଭଳି ସାହାଯ୍ୟ ଯୋଗାଇ ଦିଆଯାଉଛି ସେ ନେଇ ନୋଟିସ ଜାରି ହୋଇଛି । ଏହା ସହ ୪ସପ୍ତାହ ମଧ୍ୟରେ ଶିଶୁ ମୃତ୍ୟୁର ସଂପୂର୍ଣ୍ଣ ରିପୋର୍ଟ ଦେବା ପାଇଁ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ ବିହାର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏନ୍ ଏଚ୍ ଆରସି ।

   Related Posts