ଚୀନକୁ ଆଉ ଏକ ଝଟ୍‌କା: ଏହି ଚାଇନିଜ୍ କମ୍ପାନୀକୁ ଅଯୋଗ୍ୟ ଘୋଷଣା କଲା NHAI

Published By : Prameya-News7 Bureau | September 08, 2020 IST

ନୂଆଦିଲ୍ଲୀ ୦୮/୦୯ : ଭାରତ ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦ ଯୋଗୁଁ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ (National Highway Authority of India) ଚୀନର ଏକ କମ୍ପାନୀକୁ ଅଯୋଗ୍ୟ ଘୋଷିତ କରିଛି | ପଶ୍ଚିମବଙ୍ଗରେ ଗଙ୍ଗା ନଦୀ ଉପରେ ଏକ ନିର୍ମାଣାଧୀନ ପୋଲ ଗାର୍ଡର ଭାଙ୍ଗିଯିବା ମାମଲାରେ କମ୍ପାନୀ ଦାୟୀ ଥିବା ଜଣାପଡିଥିଲା | ସେଥିପାଇଁ କମ୍ପାନୀ ଆଗାମୀ ୩ ବର୍ଷ ଯାଏଁ NHAI ର କୌଣସି ପରିଯୋଜନାରେ ଭାଗ ନେବନାହିଁ |

NHAI ରୁ ପ୍ରାପ୍ତ ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗରେ ଏନଏଚ ୩୪ରେ ଫରକ୍କାରୁ ରାଣୀଗଞ୍ଜ ରାସ୍ତାକୁ ୪ ଲେନ ବିଶିଷ୍ଟ କରାଯାଉଛି | ଏହି ଭାଗରେ ଗଙ୍ଗା ନଦୀ ଉପରେ ଏକ ପୋଲ ତିଆରି ହେଉଛି | ସେହି ପୋଲ ଉପରେ ଗାର୍ଡର ଲଂଚିଙ୍ଗ ସମୟରେ ଫେବୃଆରୀ ୧୬ ତାରିଖରେ ଏକ ଦୁର୍ଘଟଣା ହୋଇଥିଲା | ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା | ଏହି ମାମଲାରେ ପୋଲ ବିଶେଷଜ୍ଞଙ୍କ ଦ୍ୱାରା ଯାଞ୍ଚ ହୋଇଥିଲା | ଯାଞ୍ଚ ପ୍ରକ୍ରିୟାରେ ଚୀନର ଏହି କମ୍ପାନୀ ଦାୟୀ ଥିବା ସାମ୍ନାକୁ ଆସିଥିଲା | 

NHAI ଅନୁଯାୟୀ, ଏହି ପରିଯୋଜନାକୁ କାର୍ଯ୍ୟରୂପ ଦେଉଥିବା ଚାଇନିଜ କମ୍ପାନୀ କିଙ୍ଗଦାଓ କନ୍ସଟ୍ରକ୍ସନ ଇଂଜିନିୟରିଂ (Qingdao Construction Engineering) ଗ୍ରୁପ କମ୍ପାନୀ ଲିମିଟେଡ଼ ଏବଂ ଘରୋଇ କମ୍ପାନୀ ଆରକେଇସି ପ୍ରୋଜେକ୍ଟସ ଲିମିଟେଡ଼ (RKEC Projects Ltd) ଉପରେ ସଂଯୁକ୍ତ ରୂପେ ଭବିଷ୍ୟତରେ କୌଣସି ପରିଯୋଜନାରେ ସ୍ୱାମୀ ନ ହେବାକୁ ପ୍ରତିବନ୍ଧକ ଲଗାଯାଇଛି |

ଏହି ପରିଯୋଜନାରେ ହୋଇଥିବା ଦୁର୍ଘଟଣା ପରେ ଏନଏଚଏଆଇ ମାମଲାର ତଦନ୍ତ ପାଇଁ ପୋଲ ବିଶେଷଜ୍ଞ ନିଯୁକ୍ତ କରିଥିଲେ | ଏଥିପାଇଁ ଠିକାଦାର, ଡିଜାଇନ କନ୍ସଲଟାଣ୍ଟ ଏବଂ ଲଂଚିଙ୍ଗ ଗାର୍ଡର ଡିଜାଇନର ମଧ୍ୟରେ ସଠିକ ଯୋଗାଯୋଗ ହୋଇନଥିବା ବିଶେଷଜ୍ଞ ନିଜ ତଦନ୍ତରେ ଜାଣିବାକୁ ପାଇଥିଲେ | ଏଥିପାଇଁ ଠିକାଦାର, ଡିଜାଇନ କନ୍ସଲଟାଣ୍ଟ ଏବଂ ଲଂଚିଙ୍ଗ ଗାର୍ଡର ପ୍ରଣାଳୀକୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା | କିନ୍ତୁ ଏହି ଅସଫଳତା ପାଇଁ ସେ କୌଣସି କାରଣ ଦର୍ଶାଇ ପାରିନଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.