ରାଜପଥରେ ଗାଈ ମୃତଦେହ ଘୋଷାଡି ନେବା ଘଟଣାରେ ଆକ୍ସନ, ଦୁଇ ଜଣଙ୍କୁ ବହିଷ୍କାର କଲେ NHAI କର୍ତ୍ତୃପକ୍ଷ

Published By : Prameya-News7 Bureau | October 24, 2022 IST

ଖଲ୍ଲିକୋଟ ୨୪/୧୦: ଗଞ୍ଜାମ ଜିଲ୍ଲା ଛତ୍ରପୁର ଜାତୀୟ ରାଜପଥରେ ପିକ୍‌ଅପ୍ ଭ୍ୟାନ୍‌ରେ ବାନ୍ଧି ମୃତ ଗାଈକୁ ଘୋଷାଡ଼ି ନେବା ଘଟଣା । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଆକ୍ସନ୍ ନେଇଛି ଏନ୍‌ଏଚ୍‌ଆଇ କର୍ତ୍ତୃପକ୍ଷ । ଗାଡିର ସୁପରଭାଇଜର ଓ ଡ୍ରାଇଭର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଏନ୍‌ଏଚ୍‌ଆଇ ଅଧିକାରୀ । ଦୁଇ ଜଣଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି । ଏଭଳି ନିନ୍ଦା ଜନକ କାର୍ଯ୍ୟ ପୁନରାବୃତ୍ତି ହେବନି ବୋଲି ବ୍ରହ୍ମପୁର ଏନ୍ଏଚ୍‌ଆଇ ପକ୍ଷରୁ ସୂଚନା ଦେଇଛନ୍ତି ।

ସୂଚନା ଥାଉକି, ଗଞ୍ଜାମ ଜିଲ୍ଲା ଛତ୍ରପୁର ଜାତୀୟ ରାଜପଥରେ ଏକ ଅଜଣା ଗାଡି ଧକ୍କାରେ ଗାଈର ମୃତ୍ୟୁ ହୋଇଥିଲା । ତେବେ ଏନଏଚଏଆଇ କର୍ତ୍ତୃପକ୍ଷରୁ ଏକ ପିକ୍‌ଅପ୍ ଭ୍ୟାନ୍ ଗାଡିରେ ଏକ ଦୌଡ଼ିରେ ଗାଈର ଦୁଇଟି ପଛ ଗୋଡ଼କୁ ବାନ୍ଧି ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେଇଥିଲା । ଯାହାକି ଅତି ଘୃଣ୍ୟ କାମ ବୋଲି ଚର୍ଚ୍ଚା ହେଉଛି । ସେପଟେ ଏହି ଘଟଣା ଜଣାପଡିବା ପରେ ସାଧାରଣରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି ହୋଇଥିଲା । ଏହି ଘଟଣା ଗୁରୁତର ସହ ନେଇ ଏନ୍‌ଏଚ୍‌ଆଇ କର୍ତ୍ତୃପକ୍ଷର ଗାଡ଼ିର ସୁପରଭାଇଜର ଓ ଡ୍ରାଇଭରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.