ଇଞ୍ଜିନିୟର ନିଲମ୍ବିତ, ଠିକାଦାରଙ୍କୁ ୫୦ ଲକ୍ଷ ଫାଇନ୍; ଏକ୍ସପ୍ରେସ୍-ଓ୍ବେରେ କାର୍ ଉଡ଼ିବା ପରେ ଆକ୍ସନ

Published By : Prameya-News7 Bureau | September 15, 2024 IST

ନୂଆଦିଲ୍ଲୀ: ବିକାଶଶୀଳ ଦେଶ ପାଇଁ ଜରୁରୀ ଗମନାଗମନର ସୁବିଧା । ଯାହା ଏବେ ଭାରତରେ ଜାରି ରହିଛି । ଦେଶରେ ଗୋଟିଏ ପରେ ଗୋଟିଏ ଏକ୍ସପ୍ରେସ-ଓ୍ବେ ନିର୍ମାଣ ହେବାରେ ଲାଗିଛି । ରାଜଧାନୀ ଦିଲ୍ଲୀକୁ ଯୋଡ଼ୁଛି ଏହି ସବୁ ଜାତୀୟ ରାଜପଥ । ମାତ୍ର ଏଗୁଡ଼ିକର ନିର୍ମାଣ ଏବଂ ମରାମତି କାର୍ଯ୍ୟରେ ଅନିୟମିତତା ଅଭିଯୋଗ ହୋଇଛି । ଦିଲ୍ଲୀ-ଭଦୋଦରା ଏକ୍ସପ୍ରେସ-ଓ୍ବେରେ ନିମ୍ନମାନର କାମ ଯୋଗୁ ଏକ କାର୍ ହମ୍ପ୍ସରେ ପଡ଼ି ଉଡୁଥିବାର ଦେଖିବାକୁ ମିଳିଛି । ଏହି ଭିଡିଓ ସୋସିଆର୍ ମିଡିଆରେ ଭାଇରାଲ୍ ହେବା ପରେ କେନ୍ଦ୍ରୀୟ ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ଆକ୍ସନ ନେଇଛି । ଏଥିରେ ଜଣେ ଇଞ୍ଜିନିୟର ନିଲମ୍ବିତ କରାଯାଇଛି  । ଏହା ସହ ଠିକାଦାରକୁ ୫୦ ଲକ୍ଷ ଟଙ୍କାର ଜୋରିମନା ଲଗାଇଛି ରାଜମାର୍ଗ ମନ୍ତ୍ରାଳୟ । 

ଏନଏଚଏଆଇର ସୂଚନା ଅନୁଯାୟୀ, କେନ୍ଦ୍ରୀୟ ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀଙ୍କ ନିର୍ଦ୍ଦେଶ କ୍ରମେ ଘଟଣାର ଯାଞ୍ଚ ହୋଇଛି । ପରେ ଏଥିରେ ସମ୍ପୃକ୍ତ ଅଧିକାରୀ ଏବଂ ଏଜେନ୍ସି ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସମୟ ପୂର୍ବରୁ ରାଜପଥ କାମ ଶେଷ ନକରିବାରୁ ଠିକାଦାରଙ୍କୁ ୫୦ଲକ୍ଷ ଟଙ୍କାର ଫାଇନ୍ ଲଗାଯାଇଛି । ସେହିପରି ଏକ୍ସପ୍ରେସ୍-ଓ୍ବେ ନିର୍ମାଣ କାମ ନୀରିକ୍ଷଣ କରୁଥିବା ଟିମ୍ ଲିଡର-କମ୍-ରେସିଡେଣ୍ଟ ଇଞ୍ଜିନିୟରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ସାଇଟ୍ ଇଞ୍ଜିନିୟରଙ୍କୁ ମଧ୍ୟ ବହିଷ୍କୃତ କରାଯାଇଛି । ଏହାଛଡ଼ା ପିଡି ଏବଂ ଟେକ୍ନିକାଲ୍ ମ୍ୟାନେଜରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.