ଚଣ୍ଡିଖୋଲ ୪।୮: ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଜାତୀୟ ରାଜପଥ ଅବରୋଧ । ଶନିବାର ଯାଜପୁର ଜିଲ୍ଲା ହରିଦାସପୁର ଠାରେ କୁଆଖିଆ ଥାନା ଅଧୀନ ମାନପୁର ଗ୍ରାମ ଓଡ଼ିସୋ ପଂଚାୟତର ୧୦୮ ଆମ୍ବୁଲାନ୍ସ କର୍ମଚାରୀ ପ୍ରଶାନ୍ତ କୁମାର ଦାସଙ୍କ ଆମ୍ବୁଲାନ୍ସରୁ ଖସିପଡି ମୃତ୍ୟୁ ହୋଇଥିଲା । ମୃତଦେହକୁ ୧୬ ନଂ ଜାତୀୟ ରାଜପଥ ଗୋକନେଶ୍ୱର ଠାରେ ଯାଜପୁର ଜିଲ୍ଲା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନେ ମୃତଦେହକୁ ରଖି ଜାତୀୟ ରାଜପଥ ଅବରୋଧ କରି ପ୍ରତିବାଦ କରିଛନ୍ତି । ମୃତ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିବା ସହ ଠିକା କମ୍ପାନୀ ୧୨ ଘଣ୍ଟା କାମ କରାଉଥିବା ଅଭିଯୋଗ କରିଛନ୍ତି । ଅଧିକ ସମୟ କାମ କରିବା ହେତୁ ଆମ୍ବୁଲାନ୍ସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି ବୋଲି ଅଭିଯୋଗ ମଧ୍ୟ କରିଛନ୍ତି । କାର୍ଯ୍ୟ କରିବା ସମୟ କମାଇବା ପାଇଁ ଆମ୍ବୁଲାନ୍ସ କର୍ମଚାରୀ ମାନେ ଦାବି କରିଛନ୍ତି । ଆଗାମୀ ଦିନରେ ଦାବି ପୂରଣ ନ ହେଲେ ରାଜ୍ୟର ସମସ୍ତ ଆମ୍ବୁଲାନ୍ସ କର୍ମଚାରୀ ଧାରଣାକୁ ଓହ୍ଲାଇବେ ବୋଲି ପ୍ରତିବାଦ କରିଛନ୍ତି । ଘଟଣାସ୍ଥଳରେ ଯାଜପୁର ଏସ୍ଡିପିଓ, ଧର୍ମଶାଳା, କୁଆଖିଆ, ବଡ଼ଚଣା ଥାନା ଅଧିକାରୀ ଓ ଯାଜପୁର ସିଡିଏମ୍ଓ ଉପସ୍ଥିତ ରହି ଆମ୍ବୁଲାନ୍ସ କର୍ମଚାରୀଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି ।
You Can Read:
କଂଶାରୀ ନଦୀ ପଠାରୁ ମହିଳାଙ୍କ ଗଳିତ ଶବ ଉଦ୍ଧାର, ମୃତ୍ୟୁକୁ ନେଇ ସସ୍ପେନ୍ସ