ଶିଖରଚଣ୍ଡୀ ପାହାଡ ବଞ୍ଚାଇବାକୁ ଆନ୍ଦୋଳନ, ପରିଦର୍ଶନ କଲେ ଏନ୍ଜିଟି ଟିମ୍
24/06/2023 at 1:00 PM

ଭୁବନେଶ୍ବର ୨୪।୬: ଭୁବନେଶ୍ବର ଶିଖରଚଣ୍ଡୀ ପାହାଡ ପରିଦର୍ଶନ କରିଲେ ଏନ୍ଜିଟି ଟିମ୍ । ଡେପୁଟି ଡାଇରେକ୍ଟର ଜେନେରାଲ ଆର୍ତ୍ତତ୍ରାଣ ମିଶ୍ର ସହ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଉପସ୍ଥିତ ରହି ପାହାଡ କଟା ସହ ଗଛ କାଟିବା ସ୍ଥାନକୁ ବୁଲି ଦେଖିଛନ୍ତି । ଏହି ସମୟରେ ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା ସମିତି ପକ୍ଷରୁ ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ସମେତ ବହୁ ଆନ୍ଦୋଳନକାରୀ ସାମିଲ ହୋଇଥିଲେ ।

ଶିଖରଚଣ୍ଡୀରେ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ପାହାଡ଼ରେ ଜୈବ ବିବିଧିତା ନଷ୍ଟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । କେତେ ଗଛ କଟାଯାଇଛି କେତେ ବେଆଇନ ଭାବେ କାର୍ଯ୍ୟ ହୋଇଛି ତାହାର ସମସ୍ତ ତଥ୍ୟ ପାଇବାକୁ ଏନଜିଟିର ସ୍ଵତନ୍ତ୍ର ଟିମ୍ ଏହାର ତଦାରଖ କରିଛନ୍ତି । ଶିଖରଚଣ୍ଡୀ ବହୁ ଐତିହ୍ୟ ପାହାଡ ତେଣୁ ଏହାକୁ ବଞ୍ଚାଇବାକୁ ଲାଗିପଡିଛନ୍ତି ଅନ୍ଦୋଳନକାରୀ । ତେଣୁ ସ୍ଵତନ୍ତ୍ର ଟିମ୍କୁ ପାହାଡ ବୁଲାଇବା ସହ ଯେଉଁ ଯେଉଁଠାରେ ସବୁଜିମା ଥିଲା ତାହା ଏବେ ପଦା ହୋଇଯାଇଥିବା ସହ କାମ ତୁରନ୍ତ ବନ୍ଦ କରିବାକୁ ଜଟଣୀ ବିଧାୟକ ସମେତ ଆନ୍ଦୋଳନକାରୀମାନେ ଦାବି କରିଛନ୍ତି ।

ସେପଟେ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ସ୍ଵତନ୍ତ୍ର ଟିମ୍ ତନାଘନା କରିବା ସହିତ ଆଞ୍ଚଳିକ ସୁରକ୍ଷା ସମିତିର ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି । ଏହାରି ମଧ୍ୟରେ ଘୋର ବିରୋଧ କରିବା ସହ ଜଳ ପ୍ରକଳ୍ପ ବନ୍ଦ କରିବା ସହ ଗଛକଟା ସ୍ଥାନରେ ଗଛ ପୋତିବା ସହିତ ପଥର ପକାଇ ବିରୋଧ କରିଥିଲେ ସ୍ଥାନୀୟ ଲୋକେ । ତେଣୁ ଏହି ଘଟଣା ଏବେ ନ୍ୟାୟଳୟରେ ମାମଲା ରହିଥିବାରୁ ଏହାରି ଉପରେ ସବିଶେଷ ରିପୋର୍ଟ ଦେବ ଏନଜିଟିର ସ୍ଵତନ୍ତ୍ର ଟିମ୍ ।
You Can Read :