ଏନ୍‌ଜିଟିରେ ଢେଙ୍କାନାଳ ହାତୀ ମୃତ୍ୟୁ ମାମଲା ; ସେସୁ ଉପରେ ୧କୋଟି ଟଙ୍କାର ଜରିମାନା

Published By : Prameya-News7 Bureau | October 30, 2018 IST

ନୂଆଦିଲ୍ଲୀ ୩୦|୧୦: ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନଜିଟି)ରେ ଢେଙ୍କାନାଳରେ ୭ ହାତୀ ମୃତ୍ୟୁ ମାମଲାର ଶୁଣାଣି ହୋଇଛି । ଏହି ଶୁଣାଣିରେ ସେସୁ ଉପରେ ୧କୋଟି ଟଙ୍କାର ଜରିମାନା ଲଗାଇଛନ୍ତି ଏନଜିଟି । ଏହାସହ ମାମଲାର ତଦନ୍ତ ପାଇଁ ଏକ ୩ଜଣିଆ କମିଟି ଗଠନ କରିଛନ୍ତି । ଢେଙ୍କାନାଳ ଯାଇ ହାତୀ ମୃତ୍ୟୁର ତଦନ୍ତ କରିବା ପରେ ଏନଜିଟିକୁ ରିପୋର୍ଟ ଦେବ ଏହି କମିଟି । ସୂଚନାଯୋଗ୍ୟ ଯେ, ଗତ ୨୭ତାରିଖ ଦିନ ଢେଙ୍କାନାଳରେ ବିଦ୍ୟୁତ୍ ତାର ଲାଗି ୭ଟି ହାତୀଙ୍କର ମୃତ୍ୟୁ ହୋଇଥିଲା । ଢେଙ୍କାନାଳ ଓଡ଼ାପଡ଼ା ନିକଟ କମଳାଙ୍ଗ ବ୍ରାହ୍ମଣୀ ନଦୀପଠାରେ ଘଟିଥିଲା ଏଭଳି ଅଘଟଣ । ରେଲୱେ ଟ୍ରାକ୍ ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ହାତୀପଲରେ ୧୩ରୁ ଅଧିକ ହାତୀ ଥିଲେ । ହାତୀ ପଲ ରେଲୱେ ଟ୍ରାକ୍ ଅତିକ୍ରମ କରିବା ବେଳେ ବିଦ୍ୟୁତ୍ ତାର ଲାଗି ଯାଇଥିଲା । ତେବେ ପ୍ରାଥମିକ ଭାବରେ ଜଣାପଡିଥିଲା ବିଦ୍ୟୁତ୍ ତାର ଲାଗି ୭ହାତୀଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ | ଏଥିସହ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚର ଏକ ଟିମ୍ ଗଠନ ହୋଇଛି । ୭ ଦିନ ଭିତରେ ତଦନ୍ତ ସାରି ରିପୋର୍ଟ ଦେବ କ୍ରାଇମବ୍ରାଞ୍ଚ ଟିମ୍ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.