'ବୈବାହିକ ଦୁଷ୍କର୍ମକୁ ଅପରାଧ ଘୋଷଣା କଲେ ଦୁର୍ବଳ ହେବ ବିବାହ', ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା ପୁରୁଷ ଆୟୋଗ

Published By : Prameya-News7 Bureau | January 21, 2023 IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଏକ ଯାଚିକା ଦାଖଲ କରାଯାଇ ବୈବାହିତ ଦୁଷ୍କର୍ମକୁ ଅପରାଧ ଘୋଷଣା କରିବାକୁ ବିରୋଧ କରାଯାଇଛି । ଯାଚିକାରେ କୁହାଯାଇଛି ଯେ ଯଦି ବୈବାହିତ ଦୁଷ୍କର୍ମକୁ ଅପରାଧ ଘୋଷଣା କରାଯାଏ ତେବେ ଏହାଦ୍ୱାରା ବିବାହ ସ୍ଥିର ହୋଇ ରହି ପାରିବ ନାହିଁ । ଉଲ୍ଲେଖଯୋଗ୍ୟ ଯେ ଏହି ଯାଚିକା ଏକ ଏନଜିଓ ପୁରୁଷ ଆୟୋଗ ପକ୍ଷରୁ ଦାଖଲ କରାଯାଇଛି । ଏନଜିଓ ପୁରୁଷ ଆୟୋଗର ଅଧ୍ୟକ୍ଷ ବରଖା ତ୍ରେହନ ସୁପ୍ରିମକୋର୍ଟରେ କହିଛନ୍ତି ଯେ ବୈବାହିକ ଦୁଷ୍କର୍ମକୁ ଅପରାଧ ଘୋଷଣା ଦାବି କରି ଦାଖଲ କରାଯାଇଥିବା ଯାଚିକା ଉପରେ କୋର୍ଟ ହସ୍ତକ୍ଷେପ କରନ୍ତୁ ।

ଯାଚିକାରେ କୁହାଯାଇଛି ଯେ ଶକ୍ତି ଗୁଡିକର ପୃଥକୀକରଣ ସିଦ୍ଧାନ୍ତ, ସମ୍ୱିଧାନର ବେସିକ୍ ଷ୍ଟ୍ରକଚରର ଅଂଶ ଏବଂ କୌଣସି କୃତ୍ୟକୁ ଅପରାଧ କରି କରିବାର ଶକ୍ତି କେବଳ ବ୍ୟବସ୍ଥାପିକା ପାଖରେ ରହିଛି । ଯାଚିକା ଅନୁସାରେ, ପର୍ଯ୍ୟାପ୍ତ ପ୍ରମାଣ ବିନା ବୈବାହିକ ଦୁଷ୍କର୍ମର ମାମଲା ବିବାହକୁ ଶେଷ କରିପାରେ । ଯଦି ବଳପୂର୍ବକ ଶାରୀରିକ ସମ୍ପର୍କର କୌଣସି ପ୍ରମାଣ ହେବ ତାହା କେବଳ ପତ୍ନୀଙ୍କ ହେବ । ଏହାସହ ସହଜରେ ବିବାହକୁ ଅସ୍ଥିର କରିବ ।

ଏନଜିଓ ପୁରୁଷ ଆୟୋଗ ଆଇନଜୀବୀ ନାରାୟଣ ଶର୍ମାଙ୍କ ଜରିଆରେ ଏହି ଯାଚିକା ଦାଖଲ କରିଛି । ଏଥିରେ କୁହାଯାଇଛି ଯେ ଦେଶରେ ଏହିପରି ଅନେକ ମାମଲା ସାମନାକୁ ଆସିଛି, ଯେଉଁଠି ମିଛି ଅଭିଯୋଗ ପରେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି । ଯାଚିକା ଅନୁସାରେ ଏହିପରି ଅସଂଖ୍ୟ ମାମଲା ଆସିଛି, ଯେଉଁଠି ବିବାହିତ ମହିଳା ଆଇନର ଦୁରୁପଯୋଗ କରିଛନ୍ତି । ଏଥିରେ ଶାରିରୀକ ନିର୍ଯାତନା ଏବଂ ଘରୋଇ ହିଂସାର ମାମଲାର ସାମିଲ ରହିଛି । ଯଦି ଆଇପିସିର ଧାରା ୩୭୫(୨)କୁ ହଟାଯାଏ ତେବେ ନିଜ ସ୍ୱାମୀଙ୍କୁ ପ୍ରତାଡିତ କରିବାରେ ମହିଳାଙ୍କ ସହଜ ରାସ୍ତା ହୋଇଯିବ ।

ଆବେଦନରେ କୁହାଯାଇଛି ଯେ ପତ୍ନୀ ଦ୍ୱାରା ଦୁଷ୍କର୍ମର ଯେକୌଣସି ଅଭିଯୋଗ କେବଳ କହିବା ମାତ୍ର ସତ ଧରାଯାଉଛି । ଅନ୍ୟପଟେ ଅଧିକାଂଶ ମାମଲାରେ ସ୍ୱାମୀ ନିଜର ରକ୍ଷା ପାଇଁ ପ୍ରମାଣ ଦେଇ ପାରନ୍ତି ନାହିଁ । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେତା କୋର୍ଟରେ ଉପସ୍ଥିତ ରହିଥିଲେ । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷାତରେ ଗଠିକ ଖଣ୍ଡପୀଠ କହିଥିଲେ ଯେ ଏହି ମାମଲା ଆଇନଗତ ହେବା ସହ ଏହାର ସାମାଜିକ ପ୍ରଭାବ ରହିଛି । ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ପକ୍ଷ ରଖିବାକୁ କୋର୍ଟ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ବୈବାହିକ ଦୁଷ୍କର୍ମକୁ ଅପରାଧ ଘୋଷଣା କରିବା ଦାବି କରି ଦାଖଲ କରାଯାଇଥିବା ଯାଚିକାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି । ଫେବ୍ରୁଆରୀ ୧୫ ସୁଦ୍ଧ ଜବାବ ଦେବା ପାଇଁ ସରକାରଙ୍କୁ କହିଛନ୍ତି । ମାର୍ଚ୍ଚରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.