oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ଅଡିଟ୍ ଫାର୍ମଙ୍କ ଲାଗି କଡାକଡି ହୋଇପାରେ ନିୟମ, କ୍ଲାଏଣ୍ଟଙ୍କ ବିସ୍ତୃତ ବିବରଣୀ ମାଗିଲେ NFRA

14/12/2019 at 4:22 PM

ମୁମ୍ବାଇ ୧୪।୧୨: ଦେଶର ଶୀର୍ଷ  ଲେଖା ପରୀକ୍ଷା (ଅଡିଟ୍) ନିୟାମକ ନ୍ୟାସନାଲ ଫାଇନାନସିଆଲ ରିପୋର୍ଟିଂ ଅଥରିଟି (ଏନଏଫଆରଏ) ସମସ୍ତ ଅଡିଟ୍ ଫାର୍ମଙ୍କୁ ସେମାନଙ୍କ କ୍ଲାଏଣ୍ଟଙ୍କ ସମ୍ପର୍କରେ ବିସ୍ତୃତ ବିବରଣୀ ମାଗିଛନ୍ତି। ଏଥିରେ ସେମାନଙ୍କୁ ସେମାନଙ୍କ ଅଡିଟ୍ ପ୍ରକ୍ରିୟା, କ୍ଲାଏଣ୍ଟ ସଂଖ୍ୟା, ଫି ବିବରଣୀ, କ୍ଲାଏଣ୍ଟମାନଙ୍କ ଲାଗି କରାଯାଇଥିବା ଅଣ ଅଡିଟ୍ କାର୍ଯ୍ୟ ଓ ଫାଇନାନସିଆଲ ଆକାଉଣ୍ଟରେ ଅଡିଟ୍ ଯୋଗ୍ୟତା ଆଦିର ବିବରଣୀ ପ୍ରଦାନ ଲାଗି କୁହାଯାଇଛି।

ତେବେ ଏ ସମ୍ପର୍କରେ ଅଭିଜ୍ଞତା ରଖୁଥିବା ଲୋକଙ୍କ ଅନୁସାରେ ଏନଏଫଆରଏଙ୍କ ଏଭଳିସୂଚନା ତଲବ କରିବାର ଅର୍ଥ  ଦେଶର ସବୁ ବଡବଡ କମ୍ପାନୀ, ବ୍ୟାଙ୍କ ସମେତ ସୂଚୀଭୁକ୍ତ ହୋଇଥିବା ଓ ହୋଇନଥିବା ସମସ୍ତ କମ୍ପାନୀଙ୍କ ବିବରଣୀ ଏବେ ସରକାରଙ୍କ ନିକଟରେ ରହିବ। ତେବେ ଏନଏଫଆରଏ ଯେଉଁ ସୂଚନା ମାଗିଛନ୍ତି  ତାହା ବହୁତ ଅଧିକ ଓ ଏଥିରୁ ଅନେକ ସମ୍ବେଦନଶୀଳ ।  ଏଣୁ ଏତେ ସବୁ ସୂଚନା ଦେବା ଲାଗି ନିଶ୍ଚିତ ସମୟ ଲାଗିବ। ଏଣୁ ନିୟାମକଙ୍କୁ ସୂଚନା ଦେବା ଲାଗି ଅଧିକ  ସମୟ ମାଗିବୁ ବୋଲି ଦେଶର ଏଡ ଟପ୍ ଅଡିଟ୍ ଫାର୍ମର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି।

ତେବେ ତଥ୍ୟାଭିଜ୍ଞ ମହଲର ସୂଚନା ଅନୁସାରେ ଏନଏଫଆରଏ ହୁଏତ ଦେଶରେ ଅଡିଟରଙ୍କ ଲାଗି କଡା ନିୟମ ଆଣିବାକୁ ଯୋଜନା କରୁଛନ୍ତି। ଏଥିଲାଗି ହୁଏତ ସେମାନଙ୍କ ନିକଟକୁ ବିସ୍ତୃତ ପ୍ରଶ୍ନାବଳୀ ମଧ୍ୟ ପଠାଯାଇ ପାରେ। ଅଡିଟରଙ୍କ ନିୟନ୍ତ୍ରକ ଇଂଷ୍ଟିଚ୍ୟୁଟ୍ ଅଫ ଚାର୍ଟାଡ ଆକାଉଣ୍ଟାଣ୍ଟ ଇଣ୍ଡିଆ (ଆଇସିଏଆଇ)ଙ୍କ ସମସ୍ତ କ୍ଷମତା ପ୍ରାପ୍ତ କରିଥିବା ଏନଏଫଆରଏ ଅଡିଟ୍ ଫାର୍ମଙ୍କ ଲାଗି ଆଇନ ଆହୁରି କଡାକଡି କରିପାରନ୍ତି ବୋଲିଏଥିରୁ ଅନୁମାନ କରାଯାଉଛି।

ଏହିକ୍ରମରେ ଏନଏଫଆରଏ  କେପିଏମଜି, ଇୱାଇ, ଡେଲୟଟ, ପିଡବ୍ଲୁସି, ଗ୍ରାଣ୍ଟ ଥର୍ଣ୍ଣଟନ ଓ ବିଡିଓ ସମେତ ଦେଶର ଶୀର୍ଷ ଅଡିଟ ଫାର୍ମମାନଙ୍କୁ ଏ ନେଇ ଇ-ମେଲ ପ୍ରଶ୍ନାବଳୀ ପଠାଯାଇଛି। ତେବେ ଫାର୍ମମାନେ ଅଚାନକ ଏ ନେଇ କୌଣସି ପ୍ରତିକ୍ରିୟା ବ୍ୟକ୍ତ କରିନାହାନ୍ତି। ହେଲେ କେବିଏମଜିର ସହାୟକ ବିଏସଆର ଏଣ୍ଡ କୋର ମୁଖପାତ୍ର ଏହି ପ୍ରସଙ୍ଗରେ ତାଙ୍କ ସଂସ୍ଥା ଏନଏଫଆରଏଙ୍କୁ ସହଯୋଗ ଲାଗି ସବୁ ସମୟରେ ପ୍ରସ୍ତୁତ ଅଛି। ଏହା ଛଡା ଅଭିଜ୍ଞତାକୁ ଆଧାର କରି ତାଙ୍କ ସଂସ୍ଥା ମଧ୍ୟ ପ୍ରକ୍ରିୟାର ମାନ ବୃଦ୍ଧି ଲାଗି ଅହରହ ଉଦ୍ୟମ ଚଳାଇଥିବା କହିଛନ୍ତି।

ତେବେ ମିଳିଥିବା ସୂଚନା ଅନୁସାରେ ଏନଏଫଆରଏ କେତେକ ଶୀର୍ଷ ଫାର୍ମମାନଙ୍କ ଅଡିଟ୍ ବିଫଳତାରଏବେ ଯାଞ୍ଚ କରୁଛନ୍ତି। ଏଥିରେ ଆଇଏଲ ଏଣ୍ଡ ଏଫଏସ୍, ଆଇଟିଏନଏଲ, ଇନଫୋସିସ୍ ଏବଂ ପିଏମସି ବ୍ୟାଙ୍କ ଅଡିଟ୍ ଭଳି ବିଫଳତାର ଏବେ ଯାଞ୍ଚ କରାଯାଉଥିବା ତଥ୍ୟାଭିଜ୍ଞ ମହଲରୁ ସୂଚନା ମିଳିଛି। ସାଧାରଣତଃ ଆଇସିଏଆଇ ପ୍ରତିବର୍ଷ ଆକାଉଣ୍ଟ ସମୀକ୍ଷା କରିଥାନ୍ତି। ତେବେ ଏନଏଫଆରଏ ଗତ ଏପ୍ରିଲ ମାସରେ ଆଇଏଲ ଏଣ୍ଡ ଏଫଏସ୍ ମାମଲାରେ ଆଇସିଏଆଇଙ୍କୁ ବାହାର କରି ମାମଲାର ତଦନ୍ତଭାର ନିଜେ ହାତକୁ ନେଇଥିଲେ।

   Related Posts