AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ଦନ୍ତା ମୃତଦେହ ଠାବ, ହାତୀକୁ ମାରି ନେଇଗଲେ ଦାନ୍ତ
  • ||
  • MKCG ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଦୁର୍ଘଟଣା: ସ୍କୁଟି-କାର୍ ମୁହାଁମୁହିଁ ଧକ୍କା, ଦୁଇ ମୃତ
  • ||
  • ଭୁବନେଶ୍ୱର: ରାତିରେ ପାରଦ କମିବ ଓ ଶୀତ ବଢ଼ିବ, ଦିନରେ ସ୍ୱାଭାବିକଠାରୁ ଅଧିକ ରହିବ ତାପମାତ୍ରା
  • ||
  • ତୋଲକୋଇ: ଦନ୍ତା ଆକ୍ରମଣରେ ହାତୀଛୁଆର ମୃତ୍ୟୁ, ଜଙ୍ଗଲରେ ପଡିଛି ମୃତଦେହ
  • ||

FIFA World Cup 2022: ପାଞ୍ଚ ଥରର ଚାମ୍ପିୟନ ବ୍ରାଜିଲକୁ ବଡ଼ ଝଟକା, ଆହତ ଯୋଗୁଁ ଗ୍ରୁପ ପର୍ଯ୍ୟାୟ ମ୍ୟାଚ ଖେଳିବେନି ନେମାର

25/11/2022 at 10:07 PM

ନୂଆଦିଲ୍ଲୀ: କତାରରେ ଜାରି ଫିଫା ବିଶ୍ୱ କପ ୨୦୨୨ର ନିଜର ପ୍ରଥମ ମ୍ୟାଚରେ ଆହତ ହେବା ପରେ ବ୍ରାଜିଲର ଷ୍ଟାର ଫରୱାର୍ଡର ନେମାର ଗ୍ରୁପ ପର୍ଯ୍ୟାୟରୁ ବାହାର ହୋଇଛନ୍ତି । ବିଶ୍ୱ କପରେ ସର୍ବିଆକୁ ୨-୦ରେ ବ୍ରାଜିଲ ହରାଇଥିଲା । ତେବେ ମ୍ୟାଚର ଶେଷ ମୁହୂର୍ତ୍ତରେ ନେମାର ଆହତ ହୋଇଥିଲେ। ଟେଷ୍ଟ ପରେ ଏବେ ସେ ଟିମ୍ ହୋଟେଲରେ ଚିକିତ୍ସିତ ହେଉଛନ୍ତି ।

ସର୍ବିଆ ବିପକ୍ଷ ମ୍ୟାଚର ଦ୍ୱିତୀୟାର୍ଦ୍ଧରେ ନେମାର ଆହତ ହୋଇଥିଲେ । ବେଞ୍ଚରେ ନେମାର କାନ୍ଧୁଥିବା ମଧ୍ୟ ନଜରକୁ ଆସିଥିଲେ । ୨୦୧୪ ବିଶ୍ୱ କପ ସମୟରେ ମଧ୍ୟ ନେମାର ଆହତ ହୋଇଥିଲେ । ପୀଠିରେ ଯନ୍ତ୍ରଣା ଯୋଗୁଁ ଟୁର୍ଣ୍ଣାମେଣ୍ଟରୁ ବାହର ହେବାକୁ ପଡିଥିଲା । ଏହାପରେ ସେମିଫାଇନାଲରେ ବ୍ରାଜିଲକୁ ୭-୧ରେ ଜର୍ମାନୀ ପରାସ୍ତ କରିଥିଲା ।

ଆହତ ହେବା ପରେ ନେମାର ସୋସିଆଲ ମିଡିଆରେ ଲେଖିଛନ୍ତି, ‘କଠିନ ମ୍ୟାଚ କିନ୍ତୁ ବିଜୟ ଗୁରୁତ୍ୱପୂର୍ଣ୍ଣ ଥିଲା । ଟିମକୁ ଶୁଭେଚ୍ଛା । ପ୍ରଥମ ପାଦ ବଢାଇ ସାରିଛୁ । ଆଉ ଛଅ ବାକି ରହିଛି’। ଇନଷ୍ଟାଗ୍ରାମ ପୋଷ୍ଟରେ ସେ ଲେଖିଛନ୍ତି, ‘ବିଶ୍ୱାସ ରଖ । ବିଶ୍ୱାସ ରଖିବା ଜରୁରୀ ଯେ ସବୁ କିଛି ଠିକ୍ ହେବ । ଏବେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ବାକି ରହିଛି’।

   Related Posts