suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଭାରତରେ ଆସିବ କରୋନାର ଆଗାମୀ ଲହର! ନୂଆ ସବ୍ ଭାରିଆଣ୍ଟ ବଢାଇଲା ଚିନ୍ତା

17/03/2023 at 8:35 PM

ନୂଆଦିଲ୍ଲୀ ୧୭।୩: ଭାରତରେ କରୋନାର ଆଗାମୀ ଲହରର ଆଶଙ୍କା ଦୃଢ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୭୯୬ ନୂଆ କେସ୍‌ ସାମ୍ନାକୁ ଆସିଛି। ଫଳରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ପାର କରିଯାଇଛି। କରୋନାର ନୂଆ ଭାରିଆଣ୍ଟ ବହୁତ ସଂକ୍ରମଣକାରୀ ଓ ଦ୍ରୁତ ବ୍ୟାପୁଥିବା ବିଶେଷଜ୍ଞମାନେ କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ତାଜା ତଥ୍ୟ ଅନୁସାରେ କର୍ଣ୍ଣାଟକ, ଉତ୍ତରପ୍ରଦେଶ ଓ ପୁଡୁଚେରୀରେ କରୋନା ଆକ୍ରାନ୍ତ ଜଣେ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି।

ନୂଆ ମାମଲା ଦ୍ରୁତ ବଢିବା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଏଥିଲାଗି ସଚେତନତା ଜରୁରି ଓ ସାମାନ୍ୟ ଅବହେଲା ପରିସ୍ଥିତିକୁ ଅନିୟନ୍ତ୍ରିତ ନ କରୁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଦେଶରେ ଏବେ କୋଭିଡ-୧୯ର ତୀବ୍ର ସଂକ୍ରମଣର କାରଣ ହୁଏତ ସବ୍ ଭାରିଆଣ୍ଟ ଏକ୍ସବିବି ୧.୧୬ ଓ ଏକ୍ସବିବି୧.୧୫ ଯୋଗୁ ହୋଇ ପାରେ ବୋଲି ଆକଳନ କରାଯାଉଛି। ଉତ୍ତରପ୍ରଦେଶ, କର୍ଣ୍ଣାଟକ ଓ ପୁଡୁଚେରୀରେ କୋଭିଡ-୧୯କୁ ନେଇ ଉଚ୍ଚ ସତର୍କତା ଅବଲମ୍ବନ କରିବାକୁ କୁହାଯାଉଛି।

ଏକ୍ସବିବି.୧.୧୬ ଓ ଏକ୍ସବିବି.୧.୧୫ ଏକ୍ସବିବିର ସବ ଭାରିଆଣ୍ଟ ବୋଲି ଏକ୍ସପର୍ଟମାନେ କହିଛନ୍ତି। ଯାହାର ସିଧା ପ୍ରଭାବ ଲୋକଙ୍କ ଇମ୍ୟୁନିଟି ଉପରେ ପଡୁଛି। ଏଣୁ କେହି ସଂକ୍ରମିତ ହେଲେ ଗଳା ଖସଖସ୍, ସର୍ଦ୍ଦି, ଯନ୍ତ୍ରଣା ଓ ଜ୍ୱର ଭଳି ଲକ୍ଷଣ ଦେଖାଯାଉଛି। କେତେକ କ୍ଷେତ୍ରରେ ନାକରୁ ପାଣି ବହିବା, ଥଣ୍ଡା, ଥକ୍କା, ମାଂସପେଷୀରେ ଯନ୍ତ୍ରଣା ଓ ମୁଣ୍ଡବିନ୍ଧାର ଲୋକେ ଅଭିଯୋଗ କରୁଛନ୍ତି। ଏବେ ଆମେରିକା ଠାରୁ ୩ ଗୁଣା ଅଧିକ ମାମଲା ଭାରତରେ ରହିଛି। ଏଣୁ ସବ୍ ଭାରିଆଣ୍ଟ ଯୋଗୁ ଦେଶରେ ମହାମାରୀ ବ୍ୟାପିବାର ଆଶଙ୍କା ଉପୁଜିଛି। ସଂକ୍ରମଣ ମାମଲା ଉପରେ ନଜର ରଖୁଥିବା ଇଣ୍ଟରନ୍ୟାସନାଲ ପ୍ଲାଟଫର୍ମ ଅନୁସାରେ ଭାରତରେ ସବ୍ ଭାରିଆଣ୍ଟ ଏକ୍ସବିବି.୧.୧୬ର ସବୁଠୁ ଅଧିକ ମାମଲା ରେକର୍ଡ ହେଉଛି।

ଏହି ସବ୍ ଭାରିଆଣ୍ଟ ଅନ୍ୟ ଦେଶମାନଙ୍କରେ ମଧ୍ୟ ମିଳୁଛି। ତେବେ ଆମେରିକାରେ ୧୫ ଓ ସିଙ୍ଗାପୁରରେ ୧୪ଟି ମାମଲା ଥିବା ବେଳେ ଏବେ ଭାରତରେ ୪୮ଟି ମାମଲା ଠାବ ହୋଇଛି। ଏଣୁ ଏହି ଭାରିଆଣ୍ଟ ଯୋଗୁ ଦେଶରେ ମହାମାରୀ ବ୍ୟାପିବାର ଆଶଙ୍କା ପୁଣି ବଳବତ୍ତର ହୋଇଛି। ଏଥିରେ ଯେଉଁ ମାନଙ୍କର ଇମ୍ୟୁନିଟି କମ୍‌ ସେମାନଙ୍କ ଲାଗି ଭୂତାଣୁ ବିପଦଜନକ ହୋଇପାରେ ବୋଲି ବିଶେଷଜ୍ଞମାନେ ସତର୍କ କରିଛନ୍ତି।

   Related Posts