scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନିଅଣ୍ଟ ବର୍ଷା ଭରଣା କଲା ଅଗଷ୍ଟ, ରାଜ୍ୟରେ ୩% ଅଧିକ ବର୍ଷା ରେକର୍ଡ : ଆସନ୍ତା ୩ଦିନ କାଁ ଭାଁ ବର୍ଷା

6/08/2023 at 7:18 AM

ଭୁବନେଶ୍ୱର ୦୬।୦୮: ରାଜ୍ୟରେ ଆସନ୍ତା ୩ଦିନ କାଁ ଭାଁ ବର୍ଷା ହୋଇପାରେ । ଆଜି କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି । ଚଳିତବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଳମ୍ବରେ ଓଡ଼ିଶା ଛୁଇଁଥିଲା। ୩୫% ନିଅଣ୍ଟ ବର୍ଷାରେ ଜୁନ୍ ମାସ ସରିଥିଲା। ଜୁଲାଇରେ ବି ବର୍ଷାର ପରିମାଣ ୧୨% ନିଅଣ୍ଟ ଥିଲା।

ତେବେ ଗତ ଜୁଲାଇ ୨୯ ତାରିଖର ଲଘୁଚାପ ଓ ପରେ ଅବପାତ ଏହି ପରିସଂଖ୍ୟାନକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି। ୫ ଦିନ ବର୍ଷାର ପରିମାଣ ନିଅଣ୍ଟିଆ ସ୍ଥିତିକୁ ଭରଣା କରି ଆହୁରି ୩% ଅଧିକ ବର୍ଷା ରେକର୍ଡ କରି ସରିଲାଣି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଜୁନ୍ ୧ରୁ ଅଗଷ୍ଟ ୫ ମଧ୍ୟରେ ରାଜ୍ୟରେ ୬୩୪.୪ ମିମି ବର୍ଷା ହୋଇସାରିଲାଣି। ଯାହାକି ଏହି ସମୟରେ ହେବାକୁ ଥିବା ବର୍ଷା ୬୧୫.୬ ମିମି ତୁଳନାରେ ୩% ଅଧିକ। ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୯୦୮ ମିମି ବର୍ଷା ହୋଇଥିବା ବେଳେ ଏହା ସ୍ବାଭାବିକଠାରୁ ୬୫% ଅଧିକ।

ସେହିଭଳି ରାଜ୍ୟର ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁବର୍ଣ୍ଣପୁର, ଅନୁଗୁଳ, କନ୍ଧମାଳ, ଢେଙ୍କାନାଳ ଓ ମାଲକାନଗିରି ଆଦି ୮ ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଯାଇଛି। ୧୬ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ କରାଯାଇଛି। ରାଜ୍ୟର ବିଭିିନ୍ନ ନଦୀର ଜଳସ୍ତର କମୁଛି । ବନ୍ୟାରେ ୫ଲକ୍ଷ ୭୩ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ମୋଟ ୨୨ଜିଲ୍ଲାର ୧୮ଶହ ୯୦ଟି ଗାଁ ପ୍ରଭାବିତ ହୋଇଛି ।

   Related Posts