Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ବକ୍ସ ଅଫିସ୍‌ରେ ଏକାଠି ଟକ୍କର ଦେବେ ଦୁଇ ରଣବୀର, ଏହି ଫିଲ୍ମରେ ଆସିବେ ନଜର

3/10/2022 at 9:21 AM

ମୁମ୍ଵାଇ ୦୩।୧୦: ଦୀର୍ଘ ଦିନ ଧରି ବଲିଉଡ୍‌ରେ ନଜର ଆସି ନାହାନ୍ତି ରଣବୀ ସିଂ ଏବଂ ରଣବୀର କପୁର।  କିନ୍ତୁ ସଭିଏଁ ଚାହୁଁଛନ୍ତି ଦୁହେଁ ଏକ ଚଳଚ୍ଚିତ୍ରରେ କେବେ ମୁହାଁମୁହିଁ ହେବେ? ହେଲେ ଖବର ପ୍ରକାଶ ପାଇଛି ଯେ ନିର୍ମାତା- ସଞ୍ଜୟ ଲୀଲା ଭନସାଲୀ ଏଥିପାଇଁ ଏକ ଯୋଜନା କରିଛନ୍ତି । ତାଙ୍କ ଫିଲ୍ମର ସ୍କ୍ରିପ୍ଟ ମଧ୍ୟ ପ୍ରସ୍ତୁତ ହୋଇଛି। ଦେବଦାସଙ୍କ ସମୟରୁ ତାଙ୍କ ସହ କାମ କରୁଥିବା ଲେଖକ ପ୍ରକାଶ କପଡିଆ ଏହି ସ୍କ୍ରିପ୍ଟ ଲେଖିଥିବାବେଳେ ଭନସାଲୀ ବର୍ତ୍ତମାନ ତାଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ହିରାମଣ୍ଡିରେ କାମ କରୁଛନ୍ତି। ଏହା ହେଉଛି ଏକ ୱେବସିରିଜ୍‌। ଯାହା ଆସନ୍ତା ବର୍ଷ ୨୦୨୩ରେ ନେଟଫ୍ଲିକ୍ସରେ ଆସିବ । କିନ୍ତୁ ମଝିରେ କପାଡିଆ ବେଜୁ-ବାୱାର ପଟକଥା ଫିଲ୍ମର ସ୍କ୍ରିପ୍ଟ ଶେଷ କରିଛନ୍ତି । ରଣବୀର କପୁର ଏବଂ ରଣବୀର ସିଂ ଏଥିରେ ଅଭିନୟ କରିବାର ସମ୍ଭାବନା ରହିଛି।

ମିଡିଆ ରିପୋର୍ଟ ଅନୁଯାୟୀ ରଣବୀର କପୁରଙ୍କୁ ତାଙ୍କ ପତ୍ନୀ ଆଲିଆ ଭଟ୍ଟ ଏହି ଚଳଚ୍ଚିତ୍ରରେ କାମ କରିବାକୁ ପ୍ରବର୍ତ୍ତାଇଛନ୍ତି। ରଣବୀର ଭନସାଲୀଙ୍କ ଫିଲ୍ମ ସାୱାରିୟା ସହିତ ବଲିଉଡରେ ଡେବ୍ୟୁ କରିଥିଲେ। କିନ୍ତୁ ସୁଟିଂ ସମୟରେ ନିର୍ଦ୍ଦେଶକ ତାଙ୍କ ପ୍ରତି ଯେଉଁଭଳି ବ୍ୟବହାର କରିଥିଲେ । ତାଙ୍କୁ ବହୁତ ଆଘାତ ଦେଇଥିଲା। ଏକ ସମୟ ଆସିଗଲା ଯେତେବେଳେ ସେ ଫିଲ୍ମ ମଝିରେ ଛାଡିବାକୁ ସ୍ଥିର କରିଥିଲେ। ଆଲିଆ ଚଳିତ ବର୍ଷ ଭନସାଲୀଙ୍କ ସହ ଗଙ୍ଗୁବାଇ କାଠିଆୱାଡି ପରି ଫିଲ୍ମ ଦେଇଥିଲେ।

ବେଜୁ ବାୱ୍ରା ଏକ ମ୍ୟୁଜିକାଲ୍ ଚଳଚ୍ଚିତ୍ର ହେବ। ବେଜୁ ଜଣେ ଗାୟକ ହେବେ ଯିଏ ମୋଗଲ ସମ୍ରାଟ ଆକବରଙ୍କ ନବରାତ୍ରରେ ସାମିଲ୍‌ ହେବେ। ଗାୟକ ତାନସେନଙ୍କୁ ଚ୍ୟାଲେଞ୍ଜ କରିବେ । କୁହାଯାଉଛି ଯେ ଆଲିଆ ଏଥିରେ ବେଜୁଙ୍କ ପତ୍ନୀ ଭୂମିକାରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ରଣବୀର କପୁରଙ୍କୁ ତାନସେନ୍ ଭୂମିକାରେ ଦେଖିବାକୁ ମିଳିବ। ରଣବୀରଙ୍କ ପାଇଁ ଜଣେ ବଡ ବଲିଉଡ ହିରୋଇନଙ୍କୁ ଖୋଜା ଚାଲିଛି। କୁହାଯାଉଛି କି ଭନସାଲୀ ପୂର୍ବରୁ ବେଜୁଙ୍କ ଭୂମିକା ପାଇଁ ଅଜୟ ଦେବଗନଙ୍କୁ କହିଥିଲେ। କିନ୍ତୁ ବ୍ୟସ୍ତତା କାରଣରୁ ଅଜୟ ମନା କରିଦେଇଥିଲେ। ଉଲ୍ଲେଖଥାଉ କି, ଏହା ମଧ୍ୟ ଆଲୋଚନା ହୋଇଛି ଯେ ରଣବୀର କପୁର ହଁ କହିଥାଇ ପାରନ୍ତି। କିନ୍ତୁ ତାଙ୍କୁ ମଧ୍ୟ ଦେଖିବାକୁ ପଡିବ ଯେ ଭନସାଲୀଙ୍କ ଫିଲ୍ମର ସୁଟିଂ ଡେଟ୍‌ ତାଙ୍କ ବ୍ରହ୍ମାସ୍ତ୍ର ୨ସମୟରେ ନ ପଡୁ ।

   Related Posts