ଆସନ୍ତା ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ

Published By : Prameya-News7 Bureau | August 24, 2023 IST

ଭୁବନେଶ୍ୱର ୨୪।୦୮ : ଆସନ୍ତା ଦୁଇ ଦିନ ରାଜ୍ୟରେ ଅଧିକ ବର୍ଷା ହୋଇପାରେ । ଗୁରୁବାର ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଅନୁଗୁଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ, କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ୱରର କିଛି ସ୍ଥାନରେ ଭାରୀ ବର୍ଷା ହେବାର ସମ୍ଭାବନା ଅଛି ।

wp:embed {"url":"https://www.prameyanews7.com/heavyrainfall-for-next-five-day/","type":"wp-embed","providerNameSlug":"prameya-news-7"}
https://www.prameyanews7.com/heavyrainfall-for-next-five-day/
/wp:embed

ସେହିଭଳି ଶୁକ୍ରବାର ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଓ ମୟୂରଭଞ୍ଜରେ ଅଧିକ ବର୍ଷା ସମ୍ଭାବନା ଅଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହି ପୂର୍ବାନୁମାନ କରିଛି । ଶନିବାର ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ୨୭, ୨୮ ଓ ୨୯ ତାରିଖରେ ଠାଏ ଠାଏ କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପୂର୍ବାନୁମାନ କରିଛି ।

ବୁଧବାର ହୀରାକୁଦରେ ସର୍ବାଧିକ ୪୩ମିମି ବର୍ଷା ହୋଇଛି । ସକାଳୁ ସନ୍ଧ୍ୟା ଭିତରେ ଛତ୍ରପୁରରେ ୩୬.୪, ଗୋପାଳପୁରରେ ୧୭.୨, ସୋନପୁରରେ ୧୪.୬, ଭୁବନେଶ୍ୱରରେ ୧୧.୧, ରାଉରକେଲାରେ ୯.୪, ଭବାନୀପାଟଣାରେ ୯.୨ମିମି ବର୍ଷା ହୋଇଛି ।

wp:embed {"url":"https://www.prameyanews7.com/zimbabwe-captain-heath-streak-is-alive-says-henry-olonga-know-full-story/","type":"wp-embed","providerNameSlug":"prameya-news-7"}
https://www.prameyanews7.com/zimbabwe-captain-heath-streak-is-alive-says-henry-olonga-know-full-story/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.