ଅବପାତର ରୂପ ନେଲା ଲଘୁଚାପ, ଆହୁରି ଦୁଇ ଦିନ ଢାଳିବ ବର୍ଷା

Published By : Prameya-News7 Bureau | August 01, 2023 IST

ଭୁବନେଶ୍ୱର ୦୧।୦୮ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆହୁରୁ ୨ଦିନ ବର୍ଷା ଢାଳିବ । ଆଜି ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ଉତ୍ତର ଆଭ୍ୟନ୍ତରୀଣ ଏବଂ ଉପକୂଳ ସମେତ ୨୩ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ବୁଧବାର ପଶ୍ଚିମ ଓଡିଶାରେ ପ୍ରବଳ ବର୍ଷା ଢାଳିପାରେ । ଆଜି ପାଇଁ ୧୨ ଜିଲ୍ଲାକୁ ଅରେଞ୍ଜ ଏବଂ ୧୧ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ତେବେ ସୋମବାର ଚାରି ଘଣ୍ଟା ଭିତରେ ୨୫୮ ମିଲିମିଟର ବର୍ଷା ଛେଚିଲା, ବୁଡିଗଲା ଭୁବନେଶ୍ୱର । କେବଳ ରାଜଧାନୀ ନୁହେଁ, ପୁରୀଠୁ ଆରମ୍ଭ କରି ବାଲେଶ୍ୱର ଯାଏ ଉପକୂଳ ଓଡ଼ିଶାରେ ସୋମବାର ଅପରାହ୍ନରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା । ଯାହାଫଳରେ ରାସ୍ତାଘାଟରେ ଲୋକଙ୍କ ଯିବା ଆସିବାରେ ଅନେକ ସମସ୍ୟା ଦେଖିବାକୁ ମିଳିଥିଲା ।

ସେହିପରି ବର୍ଷା ସହ ଛାତି ଥରାଇଲା ଭଳି ବଜ୍ରପାତ ତାଟକା କରିଦେଇଥିଲା ଲୋକଙ୍କୁ । ଅତି କମ୍‌ରେ ୧୦ ଜଣଙ୍କ ଜୀବନ ନେଇଛି ବଜ୍ରାଘାତ । ପାଣିପାଗ ପୂର୍ବାନୁମାନ କହୁଛି, ଆହୁରି ଦୁଇଦିନ ବର୍ଷା ହେବ । ମଙ୍ଗଳବାର ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ ଉତ୍ତର ଆଭ୍ୟନ୍ତରୀଣ ସମେତ କେତେକ ଉପକୂଳ ଜିଲ୍ଲାରେ । ବୁଧବାର ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ପ୍ରବଳତର ବର୍ଷା ଢାଳିପାରେ ।

wp:embed {"url":"https://www.prameyanews7.com/world-cup-india-pakistan-match-day-and-timing-change/","type":"wp-embed","providerNameSlug":"prameya-news-7"}
https://www.prameyanews7.com/world-cup-india-pakistan-match-day-and-timing-change/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.