Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିବାହର ଦୁଇ ମାସ ପୁରିନି, ସୁନାଚେନ୍ ପାଇଁ ନବବଧୁଙ୍କୁ ମାରିଦେଲେ ଶାଶୂଘର ଲୋକ

21/04/2023 at 3:23 PM

ବାଲିପାଟଣା ୨୧/୦୪: ବାଲିପାଟଣା ଅଭୟ ମୁଖି ଗ୍ରାମ ରହିତସାହିରେ ବଧୁ ହତ୍ୟା । ବିବାହର ୨ ମାସ ନ ପୁରୁଣୁ ନବବଧୁକୁ ମାରି ଦେଲେ ସ୍ୱାମୀ ସହ ଶାଶୁଘର ଲୋକେ । ସୁନା ଚେନ୍ ପାଇଁ ନବବଧୁକୁ ବାରମ୍ବାର ଶାରିରୀକ ଏବଂ ମାନସିକ ନିର୍ଯାତନା ଦେଉଥିଲେ ଶାଶୁଘର ଲୋକେ । ସକାଳୁ ନବ ବଧୁକୁ ହତ୍ୟା କରାଯାଇଥିବା ଖବର ଜଣାପଡ଼ିବା ପରେ ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ଥାନାରେ ଅଭିଯୁକ୍ତ ସ୍ଵାମୀକୁ ଅଟକ ରଖିଛି ପୋଲିସ ।

ସୂଚନା ଥାଉକି, ବେଦୀରେ ଅଗ୍ନିକୁ ସାଖି ରଖି ବିବାହ କରିଥିଲେ । ସଂସାର କରିବା ପାଇଁ କେତେ ସ୍ଵପ୍ନ ଦେଖିଥିଲେ । ମାତ୍ର ବିବାହ କୁ ୨ ମାସ ନ ପୁରୁଣୁ ସ୍ତ୍ରୀକୁ ହତ୍ୟା କରିଛି ସ୍ଵାମୀ । ବାଲିପାଟଣା ଥାନା ଅଭୟମୁଖି ଗ୍ରାମ ରହିତସାହିରେ ଘଟିଛି ଏଭଳି ଏକ ଘଟଣା । ଗ୍ରାମର ଚିତନ ସେଠୀ ନିଆଳି ବଡାରୋ ଗ୍ରାମର ପବିତ୍ର ସେଠୀଙ୍କ କନ୍ୟା ମାମାଲି ସେଠୀଙ୍କୁ ବୈଦିକ ରିତି ନୀତି ଅନୁସାରେ ବିବାହ କରିଥିଲେ ।

ଦାବି ମୁତାବକ ୭୦ ହଜାର ଟଙ୍କା ସହ ଅନ୍ୟାନ୍ୟ ଜିନିଷପତ୍ର ଦେଇଥିଲେ । ଅର୍ଥାଭାବରୁ ସୁନା ଚେନ୍ ଦେଇ ପାରିନଥିଲେ ପବିତ୍ର । ଏ ନେଇ ଝିଅ ମାମାଲିଙ୍କୁ ବାରମ୍ବାର ଶାରିରୀକ ଏବଂ ମାନସିକ ନିର୍ଯାତନା ଦେଇଥିଲେ ପରିବାର ଲୋକ । ଚିତନ ଆଜି ସକାଳୁ ମାମାଲିର ମୃତ୍ୟୁ ହୋଇଥିବା ପବିତ୍ରଙ୍କୁ ଖବର ଦେଇଥିଲେ ।

ଖବର ପାଇ ଝିଅର ବାପା-ମାଆ ରହିତ ସାହିରେ ପହଁଞ୍ଚି ଥିଲେ । ସେତେ ବେଳକୁ ମାମାଲି ନିସ୍ତେଜ ଅବସ୍ଥାରେ ଖଟରେ ପଡି ରହିଥିଲା । ମାମାଲି ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ଶାଶୁଘର ଲୋକେ କହିଥିଲେ । ମାତ୍ର ଝିଅକୁ ସୁନା ଚେନ୍ ପାଇଁ ମାଡ଼ମାରି ମାରି ଦେଇଥିବା ମୃତକ ବାପା, ମାଆ ଅଭିଯୋଗ କରିଛନ୍ତି ।

   Related Posts