ଦ୍ୱିତୀୟ ଟେଷ୍ଟ୍ ପୂର୍ବରୁ ନ୍ୟୁଜିଲାଣ୍ଡ ଟିମକୁ ଧକ୍କା : ବାଦ୍ ପଡିଲେ ଷ୍ଟାର୍ ଅଲରାଉଣ୍ଡର୍

Published By : Prameya-News7 Bureau | June 07, 2022 IST

ନୂଆଦିଲ୍ଲୀ, ୦୭/୦୬:  ନ୍ୟୁଜିଲାଣ୍ଡ କ୍ରିକେଟ୍ ଟିମକୁ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍ ପୂର୍ବରୁ ବଡ ଝଟକା ଲାଗିଛି । କିଓ୍ୱି ଟିମର ଅଲରାଉଣ୍ଡର କୋଲିନ୍ ଡି ଗ୍ରାଣ୍ଡହୋମ୍ ଆହତ ହୋଇ ସିରିଜକୁ ବାଦ୍ ପଡିଛନ୍ତି । ଏନେଇ ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ୩୫ ବର୍ଷୀୟ ଗ୍ରାଣ୍ଡହୋମ୍ ସିରିଜର ପ୍ରଥମ ଟେଷ୍ଟର ଦ୍ୱିତୀୟ ପାଳିରେ ସେ ମାତ୍ର ୩.୫ ଓଭର ବୋଲିଂ କରିପାରିଥିଲେ । ମ୍ୟାଚ ପରେ ତାଙ୍କର ଗୋଇଠିକୁ ସ୍କାନ୍ କରାଯାଇଥିଲା ।  

କୋଲିନ୍ ଟେଷ୍ଟର ପ୍ରଥମ ପାଳିରେ ୫୦ ବଲରୁ ଅପରାଜିତ ୪୨ ରନ୍ କରିଥିଲେ । ସେ ଏହି ପାଳି ସେତେବଳେ ଖେଳିଥିଲେ ଯେତେବେଳେ ଦଳ ସଙ୍କଟରେ ଥିଲା । ଦଳ ଏକଦା ୩୬ ରନରେ ୬ ଓ୍ୱିକେଟ୍ ହରାଇଥିଲା । ଏହାପରେ ଗ୍ରାଣ୍ଡହୋମ୍ ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ । ଫଳରେ ଟିମ୍ ୧୩୨ ରନ୍ କରିପାରିଥିଲା । କେବଳ ଏତିକି ନୁହେଁ ବୋଲିଂ ବେଳେ ଗ୍ରାଣ୍ଡହୋମ୍ ଜୋ ରୁଟଙ୍କ ଓ୍ୱିକେଟ୍ ନେଇଥିଲେ । ତେବେ ଦ୍ୱିତୀୟ ଇନିଂସରେ ସେ ଆହତ ହୋଇଥିଲେ ।

ଦ୍ୱିତୀୟ ପାଳିରେ ରନଆଉଟ୍

ଗ୍ରାଣ୍ଡହୋମ୍ ଦ୍ୱିତୀୟ ପାଳିରେ ରନଆଉଟ୍ ହୋଇ ପ୍ୟାଭିଲିୟନ ଫେରିଥିଲେ । ସେ ପ୍ରଥମ ବଲରେ ହିଁ ବିନା କୌଣସି ରନରେ ଆଉଟ୍ ହୋଇଥିଲେ । ଲର୍ଡସର ଐତିହାସିକ ଷ୍ଟାଡିୟମରେ ଏହା ପ୍ରଥମ ଥର ପାଇଁ ହୋଇଥିଲା ଯେତେବେଳେ କୌଣସି ବ୍ୟାଟର ଗୋଲ୍ଡେନ୍ ଡକରେ ରନଆଉଟ୍ ହୋଇଥିଲେ । ଏହାପୂର୍ବରୁ ୧୯୭୯ରେ ଖେଳାଯାଇଥିବା ଏକ ମ୍ୟାଚର ଭାରତର କେ ଭେଙ୍କଟରାଘବନ ପ୍ରଥମ ବଲରେ ରନଆଉଟ୍ ହୋଇଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.