scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନ୍ୟୁଜକ୍ଲିକ୍ ଫଣ୍ଡିଂ କେସ୍‌, ଗିରଫ ହେଲେ ସଂସ୍ଥାପକ ପ୍ରବୀର ପୁରକାୟସ୍ଥ

3/10/2023 at 9:26 PM

NewsClick founder Prabir Purkayastha

ନୂଆଦିଲ୍ଲୀ: ଡିଜିଟାଲ ନ୍ୟୁଜ୍‌ ଓ୍ବେବସାଇଟ ନ୍ୟୁଜକ୍ଲିକ୍‌ର ଫଣ୍ଡିଂ ମାମଲାରେ ଦିଲ୍ଲୀ ପୋଲିସ୍‌ ମଙ୍ଗଳବାର ଏହାର ସଂସ୍ଥାପକ ପ୍ରବୀର ପରକାୟସ୍ଥ ଏବଂ ଅମିତ ଚକ୍ରବର୍ତ୍ତୀକୁ ଗିରଫ କରିଛି। ଅଧିକାରୀ କହିଛନ୍ତି ଯେ ପୋଲିସ୍‌ର ସ୍ବତନ୍ତ୍ର ସେଲ୍‌ ବିଦେଶୀ ଫଣ୍ଡିଂର ଯାଞ୍ଚ ସହ ଜଡ଼ିତ ରେଡ୍‌ ପରେ ନ୍ୟୁଜ ପୋର୍ଟାଲ ନ୍ୟୁଜ୍‌କ୍ଲିକ୍‌ର କାର୍ଯ୍ୟାଳୟକୁ ସିଲ୍ କରିଛି। ସୂଚନାଥାଉକି, ଦିଲ୍ଲୀ ପୋଲିସ୍‌ର ସ୍ବତନ୍ତ୍ର ସେଲ୍‌ ୟୁପିଏ ଆଇନ ଅନୁଯାୟୀ ରୁଜୁ ଏକ ମାମଲାରେ ମଙ୍ଗଳବାର ସକାଳେ ନ୍ୟୁଜକ୍ଲିକ ଏବଂ ଏହା ସହ ଜଡ଼ିତ ସାମ୍ବାଦିକଙ୍କ ଘରେ ରେଡ ଆାରମ୍ଭ କରିଥିଲେ।

ପୋଲିସ୍‌ କହିଛି, ‘ସ୍ବତନ୍ତ୍ର ସେଲ୍‌ରେ ରୁଜୁ ୟୁପିଏ ମାମଲା ଅନୁଯାୟୀ ହୋଇଥିବା ରେଡ୍‌ରେ ଏପର୍ଯ୍ୟନ୍ତ ଦୁଇ ଜଣ ଅଭିଯୁକ୍ତ ପ୍ରବୀର ପୁରକାୟସ୍ଥ ଏବଂ ଅମିତ ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଛି। ସମୁଦାୟ ୩୭ ପୁରୁଷ ସନ୍ଦିଗ୍ଧଙ୍କୁ ପଚରାଉଚରା କରାଯାଇଛି ଏବଂ ୯ ମହିଳା ସନ୍ଦିଗ୍ଧଙ୍କୁ ସେମାନଙ୍କ ଘରେ ପଚରାଉଚରା କରାଯାଇଛି। ସେମାନଙ୍କର ଡିଜିଟାଲ ଉପକରଣ ଏବଂ ଦସ୍ତାବିଜ୍‌ ଆଦିକୁ ଯାଞ୍ଚ ପାଇଁ ଜବତ କରାଯାଇଛି।

ଆହୁରି ପଢ଼ନ୍ତୁ: ‘‘ଭାରତ ବିରୋଧୀ ଏଜେଣ୍ଡାରେ ସାମିଲ୍‌ ରହିଛି କଂଗ୍ରେସ୍‌, ଚୀନ୍‌ରୁ ହେଉଛି ଫଣ୍ଡିଂ’’, News Click ମାମଲାରେ ବିଜେପିର ଟାର୍ଗେଟ୍‌

ତେବେ ରେଡ୍‌ ଉପରେ ବିରୋଧୀଙ୍କ ଆଲୋଚନାକୁ ନେଇ କେନ୍ଦ୍ରୀୟ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ‘‘ଦେଶର ଯାଞ୍ଚ ଏଜେନ୍ସୀ ସ୍ବତନ୍ତ୍ର ଏବଂ ସେମାନେ ଆଇନ ଅନୁଯାୟୀ କାମ କରିଥାନ୍ତି। ଯଦି କେହି କିଛି ଭୁଲ୍‌ କରିଛନ୍ତି, ତେବେ ଯାଞ୍ଚ ଏଜେନ୍ସୀ ସେହି ସମ୍ବନ୍ଧରେ କାମ କରିଥାଏ।’’ ସେପଟେ ପ୍ରେସ୍ କ୍ଲବ୍ ଅଫ୍‌ ଇଣ୍ଡିଆ ଏକ୍ସରେ କହିଛି ଯେ ‘‘ନ୍ୟୁଜକ୍ଲିକ୍‌ ସହ ଜଡ଼ିତ ସାମ୍ବାଦିକ ଏବଂ ଲୋକଙ୍କ ଘରେ କରାଯାଇଥିବା ରେଡ୍‌ ଖୁବ୍‌ ଚିନ୍ତାଜନକ। ଆମେ ସାମ୍ବାଦିକଙ୍କ ସହ ଏକଠି ଛିଡ଼ା ହୋଇଛି ଏବଂ ସରକାରଙ୍କ ଏହ ସମ୍ବନ୍ଧରେ ବିସ୍ତାର ସୂଚନା ପାଇଁ ଦାବି କରୁଛୁ।’’

ଉଲ୍ଲେଖଯୋଗ୍ୟ, ନ୍ୟୁଜକ୍ଳିକ୍‌ ବିରୋଧରେ ଅଭିଯୋଗ ହୋଇଛି ଯେ, ଏହା ଚୀନର ସମର୍ଥନ କରି ପ୍ରଚାର କରିବା ପାଇଁ ଟଙ୍କା ନେଇଛି। ଏହି ଓ୍ବେବସାଇଟ ମାଧ୍ୟମରେ ଭାରତରେ ଚୀନ ସମର୍ଥକ ପ୍ରଚାର ପାଇଁ ଆମେରିକା କୋଟିପତି ନେବିଲ୍‌ ରଏ ସିଙ୍ଘମ ସହ କଥିତ ଭାବରେ ଟଙ୍କା ନେଇ ଚର୍ଚ୍ଚାକୁ ଆସିଥିଲେ। ଯାହା ପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିବା ନେଇ କୁହାଯାଉଛି ।

   Related Posts