ନ୍ୟୁଜ୍‌୭ର ଭିଡିଓ ଜର୍ଣ୍ଣାଲିଷ୍ଟ ସୁବୋଧ ପାଣିଗ୍ରାହୀଙ୍କ ପରଲୋକ

Published By : Prameya-News7 Bureau | November 23, 2021 IST

ଭୁବନେଶ୍ଵର ୨୩।୧୧: ସନ୍ଧ୍ୟାରେ ଡ୍ୟୁଟି ସାରି ମନ ଖୁସିରେ ଘରକୁ ଫେରିଲେ। ହେଲେ ରାତି ପ୍ରାୟ ୯ଟା୩୦ରେ ଖବର ଆସିଲା ନ୍ୟୁଜ୭ ଚ୍ୟାନେଲରେ କାର୍ଯ୍ୟରତ ବରିଷ୍ଠ ଭିଡିଓ ସାମ୍ବାଦିକ ସୁବୋଧ ପାଣିଗ୍ରାହୀ ଆଉ ନାହାନ୍ତି। ମଙ୍ଗଳବାର ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା।। ଦୀର୍ଘ ବର୍ଷ ଧରି ସେ ବୈଦ୍ୟୁତିକ ଗଣମାଧ୍ୟମରେ ଭିଡିଓ ସାମ୍ବାଦିକ ଭାବେ କାର୍ଯ୍ୟରତ ଥିଲେ। ମେଳାପି ଏବଂ ମିଷ୍ଟଭାଷୀ ସ୍ଵଭାବର ମଣିଷଟିଏ ଥିଲେ ସୁବୋଧ। ତାଙ୍କର ବିୟୋଗରେ ନ୍ୟୁଜ୭ ପରିବାରରେ ଶୋକର ଲହରି ଖେଳି ଯାଇଛି। ନ୍ୟୁଜ୭ କାର୍ଯ୍ୟାଳୟରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି।

{"id":548931,"sizeSlug":"full","linkDestination":"none"}

ସୁବୋଧ ୨୦୦୬ ରୁ ୨୦୧୪ ପର୍ଯ୍ୟନ୍ତ ନକ୍ଷତ୍ର ଟିଭିରେ  କାମ କରିଥିଲେ। ୨୦୧୪ରୁ ବର୍ତ୍ତମାନ ସୁଦ୍ଧା ସେ ନ୍ୟୁଜ୭ରେ କାର୍ଯ୍ୟରତ ଥିଲେ।  ଏହା ପୂର୍ବରୁ ସେ ଏନ ଏନ ଡି ଟିଭି  ପାଇଁ ବ୍ରହ୍ମପୁରରେ କାର୍ଯ୍ୟ କରୁଥିଲେ। ଏହା ସହିତ ପ୍ରିଣ୍ଟ ମଡିଆରେ ମଧ୍ୟ ସେ ଦୀର୍ଘ ସମୟ କାମ କରିଛନ୍ତି।  ତାଙ୍କ ଘର ବ୍ରହ୍ମପୁର ଗେଟ୍ ବଜାରରେ। ସନ୍ଧ୍ୟାରେ ଡ୍ୟୁଟି ସାରି ଘରକୁ ଫେରିଥିଲେ। ତେବେ ଅଚାନକ ସେ ଅସୁସ୍ଥ ହୋଇ ପଡିଥିଲେ। ତାଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ହସ୍ପିଟାଲ କର୍ତ୍ତୃପକ୍ଷ ପକ୍ଷରୁ ପ୍ରକାଶ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.