ରଜ ପାଇଁ News7 ର ନିଆରା ପ୍ରତିଯୋଗିତା, ରିଲ୍ସ ପଠାଇ ଜିତି ପାରିବେ ଆକର୍ଷଣୀୟ ପୁରସ୍କାର
26/05/2022 at 6:57 PM

ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ଗଣମାଧ୍ୟମ ସଂସ୍ଥା News7 ଆଗାମୀ ରଜ ପାଇଁ ଏକ ପ୍ରତିଯୋଗିତା ଆୟୋଜନ କରୁଛି । ଏହି ପ୍ରତିଯୋଗିତାର ନାମ ରଜ ରିଲ୍ସ କଣ୍ଟେଷ୍ଟ (#RAJAREELSCONTEST) ରଖାଯାଇଛି । ପ୍ରତିଯୋଗିତା ପାଇଁ ଆପଣ ରିଲ୍ସ ପ୍ରସ୍ତୁତ କରି ନିମ୍ନୋକ୍ତ ଠିକଣାରେ ପଠାଇ ପାରିବେ । ପ୍ରତିଯୋଗିତାରେ ଭାଗନେବା ପାଇଁ ମେ ୨୫ରୁ ଜୁନ ୧୬ ମଧ୍ୟରେ ଆପଣଙ୍କୁ ରିଲ୍ସ ପଠାଇବାକୁ ପଡ଼ିବ । ଏହି ରିଲ୍ସ ମାନଙ୍କ ମଧ୍ୟରୁ ସର୍ବୋତ୍ତମ ରିଲ୍ସ ଚୟନ କରାଯିବ । ଏଥିପାଇଁ ରିଲ୍ସ ପଠାଇଥିବା ବ୍ୟକ୍ତିଙ୍କୁ ଆକର୍ଷଣୀୟ ପୁରସ୍କାର ମଧ୍ୟ ସଂସ୍ଥା ତରଫରୁ ପ୍ରଦାନ କରାଯିବ । ତେବେ ଭାଗନେବା ପାଇଁ ନିମ୍ନଲିଖିତ ନିୟମାବଳୀକୁ ଅନୁସରଣ କରନ୍ତୁ…
ନିୟମାବଳୀ:
୧ – ୧୩ ରୁ ୪୫ ବର୍ଷୀୟ ଝିଅ-ମହିଳା ଭାଗ ନେଇ ପାରିବେ।
୨ – ଓଡ଼ିଆ ରଜ ଗୀତରେ ରିଲ୍ସ ଭିଡ଼ିଓରେ ଡ୍ୟାନ୍ସ କରି ଆମର ହ୍ଵାଟ୍ସଆପ୍ ନମ୍ବର୍ ୭୦୭୭୭୦୫୪୦୦ରେ ପଠାଇ ପାରିବେ ।
୩ – ରିଲ୍ସ ଭିଡ଼ିଓ ଜଣେ ବା ଏକାଧିକ ଲୋକଙ୍କୁ ନେଇ କରି ପାରିବେ ।
୪ – ରିଲ୍ସ ଭିଡ଼ିଓ ସହ ନିଜର ସଂପୂର୍ଣ୍ଣ ତଥ୍ୟ ଦେବାକୁ ଅନୁରୋଧ ।(ନାମ, ପିତାଙ୍କ ନାମ, ଠିକଣା, ମୋବାଇଲ ନମ୍ବର)
୫ – ଭିଡ଼ିଓର ଅବଧି ସର୍ବାଧିକ ୬୦ ସେକେଣ୍ଡ ହେବା ଜରୁରୀ ନଚେତ୍ ଭିଡ଼ିଓକୁ ଅଗ୍ରାହ୍ୟ କରାଯିବ ।
୬ – ଭିଡିଓଟି ୯:୧୬ ଅନୁପାତରେ ହେବା ଆବଶ୍ୟକ ।
୭ – ଚୟନ କରାଯାଇଥିବା ଭିଡିଓ ଗୁଡିକୁ ଆମର ସୋସିଆଲ୍ ମିଡ଼ିଆରେ ଅପଲୋଡ୍ କରାଯିବ। ଦର୍ଶକଙ୍କ ଲାଇକ୍ ଓ ଭ୍ୟୁ ଆଧାରରେ ବିଜେତା ଘୋଷଣା କରାଯିବ।
୮ – ମେ ୨୫ରୁ ଜୁନ ୧୬ ପର୍ଯ୍ୟନ୍ତ ଆମକୁ ରିଲ୍ ଭିଡ଼ିଓ ପଠାଇ ପାରିବେ । ପରେ ଆସିଥିବା ଭିଡ଼ିଓକୁ ଗ୍ରହଣ କରାଯିବ ନାହିଁ ।
୯ – News7ର ଫେସବୁକ୍, ଇଂଷ୍ଟାଗ୍ରାମ୍, ୟୁଟ୍ୟୁବ ଏବଂ ଟ୍ୱିଟରକୁ ଲାଇକ୍, ଫଲୋ ଏବଂ ସବସ୍କ୍ରାଇବ୍ କରିବାକୁ ଅନୁରୋଧ ।
୧୦ – ରାଜ୍ୟ, ଦେଶ ବିଦେଶର ଖବର ଜାଣିବା ପାଇଁ News7 ଆପ୍ କୁ ଡାଉନଲୋଡ୍ କରନ୍ତୁ ଯାହାକି ଗୁଗଲ୍ ପ୍ଲେ ଷ୍ଟୋରରେ ଉବଲବ୍ଧ ।