ନ୍ୟୁଜ୭ର ପ୍ରଭାବ: ଜୟପୁରରେ ନକଲି ଔଷଧ ବିକ୍ରେତାଙ୍କ ବିରୋଧରେ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ
27/10/2018 at 1:59 AM

ଜୟପୁର ୨୬/୧୦: ଜଣେ ଡ୍ରଗ୍ସ୍ ଇନସ୍ପେଟରଙ୍କ କାମ କ’ଣ ? କ’ଣ ପାଇଁ ସରକାର ତାଙ୍କୁ ନିଯୁକ୍ତି ଦେଇଛନ୍ତି ? କୌଣସି ଯାଗାରେ ଯେମିତି ନକଲି ଔଷଧର କାରବାର ନହୁଏ, ଲୋକଙ୍କୁ ମେଡିସିନ୍ ଯୋଗାଇଦେବାରେ ଯେମିତି କୌଣସି ଅନିୟମିତତା ନହୁଏ ସେ ସବୁ ତଦାରଖ କରିବା ଡ୍ରଗ୍ସ୍ ଇନସ୍ପେକ୍ଟରଙ୍କ କାମ । ହେଲେ ଜୟପୁର ଡ୍ରଗସ୍ ଇନସ୍ପେଟରଙ୍କ କ୍ଷେତ୍ରରେ ଗୋଟେ ନୂଆ କଥା ସାମ୍ନାକୁ ଆସିଛି । ନିଜ କାମ ତ ଠିକ୍ରେ କରୁନାହାନ୍ତି । ଆଉ ସହରରେ ବେଆଇନ୍ଭାବେ ଆଉ ବେଧଡ଼କ ଭାବେ ନକଲି ପେନ୍ କିଲର ବିକ୍ରି ହେଉଥିବା କଥା ଜଣାଇଲେ ଗଣମାଧ୍ୟମକୁ ନାଲି ଆଖି ଦେଖାଉନ୍ତି । ଗଲା ଏପ୍ରିଲ ମାସରେ ନ୍ୟୁଜ୍ ସେଭେନ୍ ର ଷ୍ଟିଙ୍ଗ୍ ଅପରେସନ ଦେଖି ମାଡାମ୍ ପୂରା ରାଗି ଯାଇଥିଲେ । ଆଉ ଏବେ ଯେତେବେଳେ ତାହା ସତ ପ୍ରମାଣିତ ହୋଇଛି ।
Related Posts
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023