ଜାଡେଜା କାହାକୁ କହିଲେ ବଲିଉଡ୍‌ର ସେକ୍ସି ଆକ୍ଟ୍ରେସ୍ ? ପନ୍ତଙ୍କ ସହ ଯୋଡି ହୋଇସାରିଛି ନାଁ

Published By : Prameya-News7 Bureau | April 20, 2023 IST

ମୁମ୍ବାଇ ୨୦।୦୪: ବଲିଉଡ ଏବଂ କ୍ରିକେଟର ଯୋଡି ବେଶ୍ ଚର୍ଚ୍ଚିତ ।  ଅନେକ ସମୟରେ ଅଭିନେତ୍ରୀଙ୍କ ସହ କ୍ରିକେଟରଙ୍କ ନାଁ ଯୋଡି ହୋଇଛି । ଏହାରି ମଧ୍ୟରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ତାଙ୍କ  ଫେଭରେଟ୍ ବଲିଉଡ୍ ଆକ୍ଟ୍ରେସଙ୍କ ନାଁ ନେଇଛନ୍ତି । ଆଉ ତାଙ୍କୁ ଫିଲ୍ମ ଇଣ୍ଡର୍ଷ୍ଟ୍ରିର ସେକ୍ସି ଅଭିନେତ୍ରୀ ବୋଲି ମଧ୍ୟ କହିଛନ୍ତି । ପୂର୍ବରୁ ଏହି ଅଭିନେତ୍ରୀଙ୍କ ନାଁ କ୍ରିକେଟ୍ ତାରକା ଋଷଭ ପନ୍ତଙ୍କ ସହ ମଧ୍ୟ ଯୋଡା ଯାଇଛି ।

ରବିନ୍ଦ୍ର ଜାଡେଜାଙ୍କୁ ଏକ ସାକ୍ଷାତକାର ଫେଭରେଟ୍ ବଲିଉଡ ଅଭିନେତ୍ରୀଙ୍କ ନାଁ ପଚରା ଯାଇଥିଲା । ଏହି ସାକ୍ଷାତକାରରେ ରବିନ୍ଦ୍ର ଜାଡେଜା ଉର୍ବଶୀ ରାଉତେଲାଙ୍କ ନାଁ ନେଇଥିଲେ । ଆଉ କହିଥିଲେ ଯେ ଉର୍ବଶୀ ବଲିଉଡର ସବୁଠାରୁ ସେକ୍ସି ଅଭିନେତ୍ରୀ । ସେହି ଭିଡିଓଟି ଏବେ ବେଶ୍ ଚର୍ଚ୍ଚାରେ ରହିଛି ।ତେବେ ସବୁଠାରୁ ବଡ କଥା ହେଲା ଉର୍ବଶୀଙ୍କ ନାଁ ପୂର୍ବରୁ କ୍ରିକେଟର ଋଷଭ ପନ୍ତଙ୍କ ସହ ଯୋଡି ହୋଇଛି ।  ଯଦିଓ ଉଭୟ ଏକାଠି ନାହାଁନ୍ତି, କିନ୍ତୁ ପ୍ରଶଂସକମାନେ ତାଙ୍କ ନାଁଙ୍କୁ ନେଇ ଉର୍ବଶୀଙ୍କୁ ଥଟ୍ଟା ପରିହାସ କରୁଥିବା ଦେଖିବାକୁ ମିଳିଥାଏ ।

ତେବେ ଉର୍ବଶୀଙ୍କ କାମ ବିଷୟରେ କହିବାକୁ ଗଲେ, କିଛି ଦିନ ହେବ ସେ ବଲିଉଡ୍‌ରେ ନଜର ଆସିନାହାନ୍ତି ।  କିନ୍ତୁ କୁହାଯାଉଛି କି  ଖୁବ୍‌ଶୀଘ୍ର ହଲିଉଡ ପ୍ରୋଜେକ୍ଟରେ ନଜର ଆସିବେ । ଏହାବ୍ୟତୀତ ହୁଡାଙ୍କ ସହ ତାଙ୍କ ବଲିଉଡ ଫିଲ୍ମ 'ଇନ୍ସପେକ୍ଟର ଅବିନାଶ'ର ମଧ୍ୟ କାମ ଚାଲିଛି । କହିବାକୁ ଗଲେ ଉର୍ବଶୀ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.