ରେଫରୀଙ୍କୁ ପଡିଆରେ ଧକ୍କା-ଗୋଇଠା ମାରିଲେ ଫୁଟବଲର, ଏବେ ପୋଲିସ କରିଛି କେସ୍

Published By : Prameya-News7 Bureau | October 07, 2021 IST

ବ୍ରାଜିଲ ୦୭/୧୦:  ପଡିଆରେ ରେଫରିଙ୍କୁ ହତ୍ୟା ଅଭିଯୋଗ । ଫୁଟବଲ ଖେଳାଳିଙ୍କ ବିରୋଧରେ ମାମଲା । ପଡିଆରେ ଅଣଖେଳୁଆଡ ମନୋଭାବ ପାଇଁ ଜଣେ ବ୍ରାଜିଲ ଖେଳାଳିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଦେଶର ଦକ୍ଷିଣ ପ୍ରାନ୍ତରେ ଚାଲିଥିବା ଏକ ମ୍ୟାଚରେ ଖେଳାଳିଜଣଙ୍କ ରେଫରିଙ୍କୁ ଆକ୍ରମଣ କରିଥିଲେ । ତେଣୁ ତାଙ୍କ ବିରୋଧରେ ମାମଲା ଚାଲିଥିବା ସୂଚନା ମିଳିଛି ।

ଖବର ଅନୁସାରେ, ମ୍ୟାଚର ସେକେଣ୍ଡ୍ ହାଫରେ ସାଓ ପାଉଲୋ ସ୍ପୋର୍ଟ କ୍ଲବର ଖେଳାଳି ଓ୍ୱିଲିୟମ ରିବେଇରୋ ମ୍ୟାଚ ରେଫରିଙ୍କୁ ଦୁଇ ଥର ଆକ୍ରମଣ କରିଥିଲେ ।  ସୋମବାର ଖେଳାଯାଇଥିବା ଏହି ମୁକାବିଲାରେ ଫାଉଲ ମିଳିବା ପରେ ଉତକ୍ଷିପ୍ତ ହୋଇ ଓ୍ୱିଲିୟମ ଏପରି କାଣ୍ଡ ଭିଆଇଥିଲେ ।

ଆକ୍ରମଣ ପରେ ମ୍ୟାଚ୍ ଅଧାରେ ଅଟକିଥିଲା । ରେଫରି ରୋଡ୍ରିଗୋ କ୍ରିଭେଲାରୋଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ପରେ ସେ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଏହାପରେ ସେ ଖେଳାଳିଙ୍କ ବିରୋଧରେ ହତ୍ୟା ଉଦ୍ୟମ ଅଭିଯୋଗ କରିବେ ବୋଲି କହିଥିଲେ । ଅଭିଯୋଗ ଆଧାରରେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲା ।

wp:html /wp:html

ଅଘଟଣକୁ ନେଇ ସ୍ପୋର୍ଟ୍ସ କ୍ଲବ ପକ୍ଷରୁ ଦୁଃଖ ପ୍ରକାଶ ପାଇଛି । ଏହା ଇତିହାସରେ ସବୁଠାରୁ ଦୁଃଖଦ ଘଟଣା ବୋଲି କ୍ଲବ୍ କହିଛି । କ୍ଲବର ସଭାପତି ଡେବିଡ୍ ଗୌଲାର୍ଟ ପେରେଇଆ କହିଛନ୍ତି ଯେ, ଏହା ଦୁର୍ଭାଗ୍ୟପୂର୍ଣ୍ଣ । ଏକ ଭଲ ଦିନରେ ଏପରେ ଅଘଟଣ ଘଟିଛି । ଘଟଣାକୁ ନେଇ ସେ ସମସ୍ତ ଦର୍ଶକଙ୍କୁ କ୍ଷମା ମାଗିଛନ୍ତି । ଏହାସହ ଆଇନ ଅନୁଯାୟୀ ସମସ୍ତ ପଦକ୍ଷେପ ନେବ ବୋଲି ସେ କହିଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.