ଏସବିଆଇ, ଏଚଡିଏଫସି ଏବଂ ଆଇସିଆଇସି ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଜରୁରୀ ଖବର, ଅର୍ଥମନ୍ତ୍ରୀ କଲେ ବଡ଼ ଘୋଷଣା

Published By : Prameya-News7 Bureau | October 19, 2022 IST

ନୂଆଦିଲ୍ଳୀ: ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଜରୁରୀ ଖବର। ଯଦି ଆପଣ  ବ୍ୟାଙ୍କରୁ ଲୋନ୍ ନେବାକୁ ଯୋଜନା କରୁଛନ୍ତି ତେବେ ଆପଣଙ୍କୁ ଏବେ ଲୋନ ନେବାରେ ଅସୁବିଧା ହେବ ନାହିଁ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବ୍ୟାଙ୍କିଂ ସିଷ୍ଟମ ପାଇଁ କିଛି ଖାସ୍ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥମନ୍ତ୍ରୀ ଗ୍ରାହକଙ୍କ ସୁବିଧା ପାଇଁ ବ୍ୟାଙ୍କମାନଙ୍କୁ ବ୍ୟାଙ୍କ ସିଷ୍ଟମକୁ ସହଜ କରିବାକୁ ଆଦେଶ ଦେଇଛନ୍ତି।

ନିର୍ମଳା କହିଛନ୍ତି ବ୍ୟାଙ୍କିଙ୍ଗ କ୍ଷେତ୍ରଗୁଡିକ ଏମିତି ବ୍ୟବସ୍ଥା ଏବଂ ପ୍ରକ୍ରିୟା କରନ୍ତୁ ଯଦ୍ଵାରା ଗ୍ରାହକ ବ୍ୟାଙ୍କ ସହ ଅଧିକରୁ ଅଧିକ  ଯୋଡ଼ି ହେବେ। ବ୍ୟାଙ୍କ ଗ୍ରାହକଙ୍କ ସୁବିଧା ଉପରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଯେମିତି ବ୍ୟକ୍ତିଙ୍କୁ ସହଜରେ ଲୋନ ମିଳି ପାରିବ।ଅର୍ଥମନ୍ତ୍ରୀ ବ୍ୟାଙ୍କଙ୍କୁ ଏହି ପରାମର୍ଶ ଦେଇ କହିଛନ୍ତି ଗ୍ରାହକଙ୍କୁ ଲୋନ ଦେବାର ମାନକୁ ଉତ୍କୃଷ୍ଟ ରଖିବା ଦରକାର। ଏହାଦ୍ବାରା ଏସବିଆଇ, ଏଚଡିଏଫସି, ଆଇସିଆଇସିଆଇ ସହ ସବୁ ବ୍ୟାଙ୍କର ଗ୍ରାହକଙ୍କୁ ଫାଇଦା ମିଳିବ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ବ୍ୟାଙ୍କକୁ ଅଧିକ ଗ୍ରାହକ ଅନୁକୂଳ ହେବାର ଆବଶ୍ୟକତା ରହିଛି। କିନ୍ତୁ ପ୍ରତିକୂଳ ପରିସ୍ଥିତିର ସୀମା ଭିତରେ ରହି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଏହା ବ୍ୟାଙ୍କର ଆବଶ୍ୟକତା ନୁହେଁ। କିନ୍ତୁ ବ୍ୟାଙ୍କ୍ ଗ୍ରାହକଙ୍କୁ ସୁବିଧାକୁ ଧ୍ୟାନ ରଖିବା ଏବଂ ଅଧିକରୁ ଅଧିକ ଅନୁକୂଳ ହେବା ଆବଶ୍ୟକ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.