ତାମିଲନାଡୁରେ ୪୦ ଦିନରେ ୧୦ ବାଘଙ୍କ ମୃତ୍ୟୁ, ଯାଞ୍ଚ କରୁଛି ଜାତୀୟ ବ୍ୟାଘ୍ର ଆୟୋଗ
26/09/2023 at 5:00 PM

ନୂଆଦିଲ୍ଲୀ: ତାମିଲନାଡୁର ନୀଳଗିରି ଜିଲ୍ଲାରୁ ୧୦ ବାଘଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । କୁହାଯାଉଛି ଏଠାରେ ମାତ୍ର ୪୦ ଦିନରେ ୧୦ ବାଘଙ୍କ ମୃତ୍ୟୁ ହୋଇଛି। ଯେଉଁଥିରେ ଛଅ ଶାବକ ରହିଛନ୍ତି। ସେହିଭଳି ଏତେ ସଂଖ୍ୟକ ବାଘ ମୃତ୍ୟୁକୁ ନେଇ ବନବିଭାଗରେ ହଇଚଇ ସୃଷ୍ଟି ହୋଇଛି। ବାଘ ମୃତ୍ୟୁର ଯାଞ୍ଚ କରାଯାଉଛି।
ଲଗାତାର ହେଉଥିବା ବାଘ ମୃତ୍ୟୁରେ ରାଷ୍ଟ୍ରୀୟ ବ୍ୟାଘ୍ର ଆୟୋଗଙ୍କ ଚିନ୍ତା ବଢ଼ିଛି। ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ଆଇଜି ମୁରଲି କୁମାର କହିଛନ୍ତି ଯେ, ବାଘଙ୍କ ମୃତ୍ୟୁ ପରେ ନାସନାଲ ଟାଇଗର କମିଶନଙ୍କ ଟିମ୍ ଅଞ୍ଚଳ ଗସ୍ତର କରିଛନ୍ତି ଏବଂ ମୃତ୍ୟୁ କାରଣ ଜାଣିବାକୁ ଚେଷ୍ଟା କରୁଛନ୍ତି।
ଆହୁରି ପଢ଼ନ୍ତୁ: ୪ ବର୍ଷର ଶିଶୁକୁ ଘର ବାହାରୁ ଉଠାଇ ନେଲା କଲରାପତରିଆ ବାଘ, ୨ କିମି ଦୂରରୁ ମିଳିଲା ମୃତଦେହ
ଅପରାଧ ଶାଖା ଆଇଜି ମୁରଲୀ କୁମାର ଏହାର ସୂଚନା ଦେଇ କହିଛନ୍ତି ଯେ, ଗତ ୪୦ ଦିନରୁ ନୀଳଗିରି ଜଙ୍ଗଲ, ମୁଦୁମଲାଇ ଟାଇଗର ରିଜର୍ଭ ଅନ୍ତରୀଣ ଏବଂ ବାହ୍ୟ ଅଞ୍ଚଳରେ ଛଅ ବାଘ ଶାବକଙ୍କ ସହ ୧୦ ବାଘଙ୍କ ମୃତ୍ୟୁ ହୋଇଛି। ବାଘଙ୍କ ମୃତ୍ୟୁ ଯାଞ୍ଚ ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ ପାଇଁ ମଧ୍ୟ ଦାବି ହୋଇଛି। ସେପେଟେ ବନବିଭାଗର ଅବହେଳା କାରଣରୁ ବାଘଙ୍କ ମୃତ୍ୟୁ ଘଟିଥିବା ନେଇ ମଧ୍ୟ କୁହାଯାଉଛି।