ନ୍ୟୁଜ୍ ସେଭେନ୍ ଭୋଟ୍ ଓଡିଶା ଫଳାଫଳ : ବିଜେପି ସ୍ଥିତିରେ ଉନ୍ନତି, ବିଜେଡି ବି ବଜାୟ ରଖିଛି ଗଡ

Published By : Prameya-News7 Bureau | March 04, 2019 IST

ଭୁବନେଶ୍ବର ୪|୩ : ରାଜ୍ୟର ରାଜନୈତିକ ସ୍ଥିତିରେ ବିଶେଷ ଫରକ ହୋଇନାହିଁ । ବିଜେପିର ସ୍ଥିତିରେ ଉନ୍ନତି ଆସିଛି । ତେବେ ଭୋଟ୍ ଫଳାଫଳ ଓ ପରିଣାମକୁ କେତେ ପ୍ରଭାବିତ କରିବ ତାର ନିର୍ଦ୍ଧିଷ୍ଟ  ସଂକେତ ମିଳିନାହିଁ । ତେବେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ପରିସ୍ଥିତି ବଦଳିପାରେ । ଫେବୃଆରୀ ମାସରେ ହୋଇଥିବା ଟେଲିଭିଜନ୍ ଇତିହାସର ସବୁଠାରୁ ବଡ ଜନମତ ସର୍ଭେ ନ୍ୟୁଜ୍ ସେଭେନ୍ ର ‘ଭୋଟ୍ ଓଡ଼ିଶା’ ଫଳାଫଳରୁ ଏହି ସଂକେତ ମିଳିଛି । ସର୍ଭେ ଫଳାଫଳ ଘୋଷଣା ଆଜି ଶେଷ ହୋଇଛି ।

{"id":90608}

ସର୍ଭେ ବେଳେ ଆଶାୟୀ ଦୌଡରେ କିଏ ଆଗରେ ଓ କିଏ ପଛରେ ରହିବ ଏବଂ କିଏ ଟିକେଟ୍ ପାଇବ, କାହା ପଛରେ ଅଛି ସମର୍ଥନ ରହିଛି ତାକୁ ନେଇ ମତାମତ ସଂଗ୍ରହ ହୋଇଥିଲା । ସେହି ଅନୁସାରେ ରାୟ ଶୁଣାଇ ସାରିଛନ୍ତି ଜନତା । ତେବେ କେଉଁ ପୁରୁଣା ମୁହଁକୁ ଲୋକେ ପୁଣିଥିରେ ଦେଖିବାକୁ ଚାହୁଁଛନ୍ତି ଆଉ କେଉଁ ନୂଆ ମୁହଁକୁ ସେମାନଙ୍କର ପ୍ରଥମ ପସନ୍ଦ ବାଛିଛନ୍ତି ତାହା ମଧ୍ୟ ଜଣାପଡିଛି ।

ଭୋଟ ଓଡ଼଼ିଶା ସର୍ଭେ କେତେକ ପାରାମିଟର ନିଆଯାଇଥିଲା । ସେଗୁଡିକ ହେଲା-

୧- ଏକାଧିକ ଆଶାୟୀ :

ଅଧିକାଂଶ ସ୍ଥାନରେ ଗୋଟିଏ ଗୋଟିଏ ଦଳରୁ ଏକାଧିକ ଆଶାୟୀ ରହିଛନ୍ତି । ଯେଉଁ ଦଳରେ ବହୁ ଆଶାୟୀ ରହିଛନ୍ତି ସେହି ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇପାରେ  ବୋଲି ସର୍ଭେରେ ସ୍ପଷ୍ଟ ହୋଇଛି । ବିଜେଡି ଓ ବିଜେପିରେ ପ୍ରାୟ ସବୁ ସ୍ଥାନରେ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । କିନ୍ତୁ କଂଗ୍ରେସ ଏଥିରୁ ଫାଇଦା ଉଠାଇପାରିବ ନାହିଁ ବୋଲି ମଧ୍ୟ ମତ ମିଳିଛି ।

୨- ପ୍ରାର୍ଥୀ ନୁହେଁ ଦଳ :

ବହୁ ସ୍ଥାନରେ ଜନତା ସ୍ଥାନୀୟ ପ୍ରାର୍ଥୀଙ୍କୁ ପ୍ରତ୍ୟାଖ୍ୟାନ କରୁଛନ୍ତି କିନ୍ତୁ ଦଳକୁ ଚାହୁଁଛନ୍ତି । ଏହା ଦଳକୁ ପ୍ରାର୍ଥୀ ଚୟନ ପାଇଁ ସତର୍କ ଘଣ୍ଟି ଭଳି ହୋଇଛି । ସ୍ଥାନୀୟ ନେତା ମାନଙ୍କ କାର୍ଯ୍ୟକଳାପ ଜନସାଧାରଣଙ୍କୁ ହତାଶ କରିଛି । ଫଳରେ ନୂଆ ନେତାଙ୍କ ପାଇଁ ଅଧିକ ସୁଯୋଗ ତିଆରି ହୋଇଛି ।

୩- ସ୍ଥାନୀୟ ପ୍ରସଙ୍ଗ :

ଦେଶ ଓ ରାଜ୍ୟର ସାମ୍ପ୍ରତିକ ପ୍ରସଙ୍ଗ ଭିତ୍ତିରେ ଲଢ଼େଇ ହୋଇପାରେ କିନ୍ତୁ ଭୋଟରଙ୍କ ନଜରରେ ରହିଛି ସ୍ଥାନୀୟ ପ୍ରସଙ୍ଗ । ଏହି ସ୍ଥାନୀୟ ପ୍ରସଙ୍ଗ ନିର୍ଣ୍ଣାୟକ ହୋଇପାରେ ।

୪- ସ୍ବଚ୍ଛ ଓ ସଚ୍ଚୋଟ ପ୍ରାର୍ଥୀ ପ୍ରତି ସବୁଠି ଲୋକଙ୍କ ଆଗ୍ରହ ରହିଛି ।

୫- ଯୁବ ଓ ନୂଆ ପ୍ରାର୍ଥୀ :

ଯୁବ ପ୍ରାର୍ଥୀଙ୍କ ପ୍ରତି ଲୋକଙ୍କ ମତ ଅଧିକ ଏଥର ଦେଖାଦେଇଛି । ଏପରିକି ବହୁଥର ଜିତିଆସିଥିବା କିଛି ପ୍ରାର୍ଥୀଙ୍କୁ ଲୋକେ ଚାହୁଁନଥିବା ବେଳେ ସେମାନଙ୍କ ବଦଳରେ ଯୁବ ପ୍ରାର୍ଥୀ ଚାହୁଁଛନ୍ତି ।

୬- ଦଳ ପରିବର୍ତ୍ତନ କରିଥିବା ନେତା ଅଡୁଆ ସୃଷ୍ଟି କରିପାରନ୍ତି :

ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ ବହୁ ନେତା ଦଳ ବଦଳ କରିଛନ୍ତି । କିନ୍ତୁ ଏହି ଦଳ ବଦଳକାରୀ ନେତାଙ୍କ ଉପରେ ଭୋଟର ଆସ୍ଥା ରଖିପାରୁନାହାନ୍ତି । ଦଳ ବଦଳ କରିଥିବା ନେତାମାନଙ୍କ ମଧ୍ୟରୁ ଅତି କମ୍ ନେତା ସଫଳତା ପାଇବା ଆଶା ରହିଛି ।  

{"id":90607}

ଏହି ସବୁ ପାରିମିଟର ଆଧାରରେ ସର୍ଭ ବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପଦାକୁ ଆସିଛି । ଜମାପଡିଚି ଯେ, ବହୁ ଆସନରେ ଏଥର ବିଜେଡି-ବିଜେପି ମଧ୍ୟରେ ସିଧାସଳଖ ଲଢ଼େଇ ହେବ। ସେହିପରି ଦ୍ବିତୀୟ ସ୍ଥାନରେ ରହୁଛି ବିଜେଡି-କଂଗ୍ରେସ ମଧ୍ୟରେ ସିଧାସଳଖ ଲଢେଇ । ସର୍ଭେ ଆଧାରରେ ଏହା କୁହାଯାଇପାରେ ଯେ, ବିଜେଡି ସାରା ରାଜ୍ୟରେ ତାର ସ୍ଥାନ ବଜାୟ ରଖିଛି । ବିଜେପି ପୂର୍ବାପେକ୍ଷା ତାର ସ୍ଥିତି ମଜଭୁତ କରିଛି । ୧୦୩ରୁ ଅଧିକ ଆସନରେ ଦଳ ଶାସକ ବିଜେଡିକୁ ଟକ୍କର ଦେବା ସ୍ଥିତିକୁ ଆସିଛି।

{"id":90609}

ସେହିପରି ପ୍ରାୟ ୪୦ ଆସନରେ କଂଗ୍ରେସ  ବିଜେଡିକୁ ଟକ୍କର ଦେଉଛି ।୩ଟି ଆସନରେ ବିଜେପି ଓ କଂଗ୍ରେସ ମଧ୍ୟରେ ଲଢେଇ ହେବ । ଅନ୍ୟ ଗୋଟିଏ ଆସନରେ ବିଏସପି ଓ ବିଜେଡି ଭିତରେ ଲଢେଇ ହେବ । ଏହି ଆସନଟି ହେଉଛି ରାୟଗଡା ଜିଲ୍ଲାର ବିଷମକଟକ ନିର୍ବାଚନମଣ୍ଡଳୀ । ଏଠାରେ ବିଏସପିର ଜିତୁ ଜାକାସିକା ବିଜେଡିକୁ ଟକ୍କର ଦେବେ ବୋଲି ଜନମତ କହୁଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ୨୨ଟି ଆସନରେ ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ହିଁ ବିଜେଡି ପାଇଁ ମୁଖ୍ୟ ପ୍ରତିନ୍ଦ୍ବନ୍ଦୀ । ଅନ୍ୟପକ୍ଷରେ କଂଗ୍ରେସ ଅନେକ ଜାଗାରେ ପ୍ରାର୍ଥୀ ପାଉନଥିବା ଜଣାପଡିଛି । ସର୍ଭେରୁ ଆଉ ଏକ କଥା ମଧ୍ୟ ସ୍ପଷ୍ଟ ହୋଇଛି ଯେ, ପାଖାପାଖି ୫ଟି ଆସନରେ ବିଜେପି ପ୍ରାର୍ଥୀଙ୍କୁ ବିଦ୍ରୋହୀ ପ୍ରାର୍ଥୀ ଟକ୍କର ଦେବେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.