ନୂଆ ବର୍ଷରେ ନୂଆ ରୂପରେ ନ୍ୟୁଜ୍ 7, ଚ୍ୟାନେଲର ନୂଆ ଲୋଗୋ ଉନ୍ମୋଚିତ, ଲୋକଙ୍କ ପାଖରେ ଠିକ୍ ଖବର ପହଞ୍ଚାଇବାକୁ ବାର୍ତ୍ତା ଦେଲେ ପ୍ରତିଷ୍ଠାତା
31/12/2022 at 7:36 PM

ଭୁବନେଶ୍ୱର: ନୂଆ ଆଶା ନୂଆ ସମ୍ଭାବନା ନେଇ ଆସୁଛି ନୂଆବର୍ଷ ୨୦୨୩ । ଆଉ ନୂଆବର୍ଷରେ ନୂଆ ରୂପ ନୂଆ ରଙ୍ଗ ନେଇ ଆସୁଛି ଆପଣଙ୍କ ପ୍ରିୟ ନ୍ୟୁଜ୍ ଚାନେଲ ନ୍ୟୁଜ୍ 7 । ଦୀର୍ଘ ୮ବର୍ଷ ଧରି ଓଡ଼ିଶାବାସୀ ହୃଦୟରେ ରାଜ୍ କରୁଥିବା, ଲୋକଙ୍କ ନଜରରେ ନମ୍ବର ଓ୍ବାନ୍ ନ୍ୟୁଜ୍ ଚାନେଲ ନ୍ୟୁଜ୍ 7ର ନୂଆ ଲୋଗୋ ଉନ୍ମୋଚିତ ହୋଇଛି । ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସୋଆର ପ୍ରତିଷ୍ଠାତା ସଭାପତି ତଥା ସୁମା ରିୟଲ ମିଡିଆର ମ୍ୟାନେଜିଂ ଡାଇରେକ୍ଟର ପ୍ରଫେସର ଡକ୍ଟର ମନୋଜ ରଞ୍ଜନ ନାୟକ ନ୍ୟୁଜ୍ 7ର ନୂଆ ଲୋଗକୁ ଉନ୍ମୋଚନ କରିଛନ୍ତି ।
ଆଉ କିଛି ସମୟର ଅପେକ୍ଷା । ଘଣ୍ଟାରେ ୧୨ ବାଜିବ । କଡ଼ ଲେଉଟାଇବ କ୍ୟାଲେଣ୍ଡର । ପୁରୁଣା ବର୍ଷ ୨୦୨୨କୁ ବିଦାୟ ଦେଇ ନୂଆବର୍ଷ ୨୦୨୩କୁ ସ୍ବାଗତ କରିବେ ସମସ୍ତେ । ଆଉ ନୂଆ ଉତ୍ସାହ, ନୂଆ ଉଦ୍ଦୀପନା ଆଉ ସେଲିବ୍ରେସନର ମାହୋଲ ଭିତରେ ଠିକ୍ ରାତି ୧୨ଟାରେ ବଦଳିବ ନ୍ୟୁଜ୍ 7ର ଲୋଗୋ । ନୂଆବର୍ଷରେ ନୂଆ ରୂପ ନୂଆ ରଙ୍ଗ ନେଇ ଆସିବ ଆପଣଙ୍କ ପ୍ରିୟ ନ୍ୟୁଜ୍ ଚାନେଲ ନ୍ୟୁଜ୍ 7 । ଦୀର୍ଘ ୮ବର୍ଷ ଧରି ଓଡ଼ିଶାବାସୀ ସୁଖ ଦୁଃଖର ସାଥୀ ହୋଇ ରହିଛି ନ୍ୟୁଜ୍ 7 । ସବୁବେଳେ ଲୋକଙ୍କ ସ୍ବର ଗୁରୁତ୍ବ ଦେଇ ଆସିଛି । ଏହି ୮ ବର୍ଷ ଭିତରେ ଅନେକ ପାଖଣ୍ଡିଙ୍କ ପର୍ଦ୍ଦାଫାସ କରିଛି । ସମାଜ ପାଇଁ କଳଙ୍କ ସାଜିଥିବା କାର୍ପଟଦାରଙ୍କ ମୁଖା ଖୋଲିଛି । ଅସହାୟଙ୍କ ସହାୟତା ପାଇଁ ସବୁବେଳେ ଚେଷ୍ଟା କରି ଆସିଛି ନ୍ୟଜ୍ 7 । ନ୍ୟୁଜ୍ 7ର ଏହି ଉଦ୍ୟମ ଆଗକୁ ବି ଜାରି ରହିବ । ଓଡ଼ିଶାର ସ୍ବାର୍ଥ ପାଇଁ ଓଡ଼ିଶାବାସୀଙ୍କ ହିତସାଧନ ପାଇଁ ସବୁ ବାଧାବିଘ୍ନକୁ ସାମ୍ନା କରିବାକୁ ପ୍ରସ୍ତୁତ ନ୍ୟୁଜ୍ 7 ଟିମ୍ । ନୂଆବର୍ଷରେ ନ୍ୟୁଜ୍ 7ରେ ନୂଆ ଲୋଗୋକୁ ଉନ୍ମୋଚନ କରିଛନ୍ତି ସୋଆର ପ୍ରତିଷ୍ଠାତା ସଭାପତି ତଥା ସୁମା ରିୟଲ ମିଡିଆର ମ୍ୟାନେଜିଂ ଡାଇରେକ୍ଟର ମନୋଜରଞ୍ଜନ ନାୟକ । ନ୍ୟୁଜ୍ 7 ଟିମ୍ର ଉତ୍ସାହ ବଢ଼ାଇବା ସହ କହିଛନ୍ତି, ଆମେ ଠିକ୍ ରାସ୍ତାରେ ଯିବା ଆଉ ଲୋକଙ୍କ ପାଖରେ ଠିକ୍ ଖବର ପହଞ୍ଚାଇବା । ଓଡ଼ିଶାବାସୀଙ୍କ ଭଲପାଇବାକୁ ଆଧାର କରି ନ୍ୟୁଜ୍ 7 ବହୁତ୍ ଆଗକୁ ଯିବ ।
୨୦୨୩ରେ ନୂଆ ରୂପରେ ଆସିବ ନ୍ୟୁଜ୍ 7 । ଆଗାମୀ ଦିନରେ ଆହୁରି ତଥ୍ୟ ଭିତ୍ତିକ ଖବର ପ୍ରସାରଣ କରି ଆମେ ଆମ ଦର୍ଶକଙ୍କ ନିକଟତର ହେବୁ ବୋଲି କହିଛନ୍ତି ପ୍ରମେୟ ନ୍ୟୁଜ୍ 7 ଗ୍ରୁପ୍ ଏଡିଟର ଗୋପାଳ କୃଷ୍ଣ ମହାପାତ୍ର । ସେହିଭଳି କୋଭିଡ୍ ସମୟରେ ଘରେ ଘରେ ନ୍ୟୁଜ୍ 7କୁ ପହଞ୍ଚାଇଥିବାରୁ ଡିଟ୍ରିବ୍ୟୁସନ ଟିମକୁ ଧନ୍ୟବାଦ ଦେଇଛନ୍ତି ପ୍ରମେୟ ନ୍ୟୁଜ୍ 7 ସିଇଓ ସୁନୀଲ କୁମାର ଦାସ ।
ନୂଆ ବର୍ଷରେ ଓଡ଼ିଆ ନ୍ୟଜ୍ ଚାନେଲ ନ୍ୟୁଜ୍ 7 ନୂଆ ଅଧ୍ୟାୟ ସୃଷ୍ଟି କରିବ । ନୂଆ ଟ୍ରେଣ୍ଡ ସେଟର ଭାବେ ପରିଚିତ ନ୍ୟୁଜ୍ 7 ଆଗାମୀ ଦିନରେ ଉପସ୍ଥାପନା ଶୈଳୀ ଏବଂ ଉନ୍ନତମାନର କାର୍ଯ୍ୟକ୍ରମ ଦ୍ବାରା ଦର୍ଶକଙ୍କ ପାଖରେ ଖବର ପହଞ୍ଚାଇବାର ମାଧ୍ୟମ ପାଲଟିବ । ନ୍ୟୁଜ୍ 7ର ଉଭୟ ଟେଲିଭିଜନ ଓ ଡିଜିଟାଲ ପ୍ଲାଟଫର୍ମ ଓଡ଼ିଶାର ଲୋକଙ୍କ ଦ୍ବାରା ଆଦୃତି ପାଇଥିବାରୁ ଦର୍ଶକ ତଥା ପାଠକଙ୍କୁ ଧନ୍ୟବାଦ । ସବୁବେଳେ କେବଳ ବିଶ୍ୱାସନୀୟ ଖବର ଯୋଗାଇ ନ୍ୟୁଜ 7 ଲୋକଙ୍କ ପ୍ରିୟ ହୋଇପାରିଛି ବୋଲି ପ୍ରମେୟ ଓ ନ୍ୟୁଜ 7ର ମାର୍କେଟିଂ ଡାଇରେକ୍ଟର ହିମାଂଶୁ ହୋତା କହିଛନ୍ତି । ସେହିପରି ନୂଆ ଲୋଗୋ, ନୂଆ ରଙ୍ଗରେ ନୂଆ ଉତ୍ସାହ ସହିତ ଲୋକଙ୍କ ପହଞ୍ଚିବୁ ବୋଲି କହିଛନ୍ତି ନ୍ୟୁଜ 7ର ଡିଜିଟାଲ ମୁଖ୍ୟ ଅମରେଶ ଦାସ ।
ଏହି ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମରେ ନ୍ୟୁଜ 7 ୱାର୍କିଂ ଏଡିଟର ଦେବ ନାରାୟଣ ସେଠୀ, ପ୍ରମେୟ ପୋର୍ଟାଲର କନସଲଟିଂର ଏଡିଟର ସୁବ୍ରତ ଦାସ, ସୋଆର ଲୋକ ସମ୍ପର୍କ ମୁଖ୍ୟ ବରିଷ୍ଠ ସାମ୍ୱାଦିକ ପରେଶ ଦାସଙ୍କ ସହ ବହୁ କର୍ମଚାରୀ ଉପସ୍ଥିତ ଥିଲେ ।
ନୂଆ ବର୍ଷରେ ନ୍ୟୁଜ୍ 7ର ନୂଆଲୋଗକୁ ନେଇ ଉତ୍ସାହିତ ନ୍ୟୁଜ 7 ଟିମ୍ ଦର୍ଶକଙ୍କ ଆଶା ଭରସାକୁ ଅତୁଟ ରଖିବାକୁ ଶତ ପ୍ରତିଶତ ଚେଷ୍ଟା କରିବ । ନୂଆବର୍ଷ ଆମ ଦର୍ଶକଙ୍କ ପାଇଁ ମଙ୍ଗଳମୟ ହେଉ ଏହାହିଁ କାମନା ।