ନ୍ୟୁଜ୍-୭ର ପ୍ରଭାବ; ଛାତ୍ରୀଙ୍କୁ ମିଳିଲା ନ୍ୟାୟ, ପଢ଼ା ଖର୍ଚ୍ଚ ପାଇଁ ମା’ଙ୍କ ଦରମାରୁ ମାସକୁ ମିଳିବ ୬ ହଜାର ଟଙ୍କା

Published By : Prameya-News7 Bureau | December 18, 2022 IST

ଆନନ୍ଦପୁର୧୮/୧୨: ନ୍ୟୁଜ-୭ର ପ୍ରଭାବ, ଛାତ୍ରୀଙ୍କୁ ମିଳିଲା ନ୍ୟାୟ । ଆନନ୍ଦପୁର ସୁନ୍ଦରାପାଳ ଆଦର୍ଶ ବିଦ୍ୟାଳୟରେ ପଢୁଥିବା ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ମିଳିବ ପାଠପଢା ଖର୍ଚ୍ଚ । ମାଙ୍କ ଦରମାରୁ ପଢା ଖର୍ଚ୍ଚ ବାବଦକୁ ମାସିକ ୬ହଜାର ଟଙ୍କା ମିଳିବି। କେନ୍ଦୁଝର ଜିଲ୍ଲାପାଳ ତଦନ୍ତ କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।   

ସୂଚନା ଅନୁଯାୟୀ, ଆନନ୍ଦପୁର ସୁନ୍ଦରାପାଳ ଆଦର୍ଶ ବିଦ୍ୟାଳୟରେ ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ ପାଠପଢା ଖର୍ଚ୍ଚ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଥିଲେ । ଛାତ୍ରୀଙ୍କ ମା’ ତଥା ଶିକ୍ଷୟିତ୍ରୀ ଜଣଙ୍କ ଅନ୍ୟଜଣେ ପୁରୁଷଙ୍କ ପ୍ରେମରେ ପଡ଼ି ୫ବର୍ଷ ହେଲା ଘରକୁ ଫେରୁ ନାହିନ୍ତି । ଫଳରେ ବାପାଙ୍କ ସ୍ବଳ୍ପ ରୋଜଗାରରେ ଘର ଚଳିବା ସହିତ ତାଙ୍କ ପଢା ଖର୍ଚ୍ଚ ବହନ କରିବା ସମ୍ଭବ ହେଉନାହିଁ । ତେଣୁ ମା’ଙ୍କ ଦରମାରୁ ପଢ଼ା ଖର୍ଚ୍ଚ ଦେବା ପାଇଁ ଚିଠିରେ ଅନୁରୋଧ କରିଥିଲେ । ଏନେଇ ନ୍ୟୁଜ୍-୭ରେ ପ୍ରସାରଣ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତଦନ୍ତ କରିବାକୁ କେନ୍ଦୁଝର ଜିଲ୍ଲାପାଳଙ୍କୁ କହିଥିଲେ । ଜିଲ୍ଲାପାଳ ନିର୍ଦ୍ଦେଶ ପରେ ଜିଲ୍ଲା ଶିକ୍ଷାଧିକାରୀ ତେଲକୋଇ ବ୍ଲକରେ କାର୍ଯ୍ୟରତ ଥିବା ବିଜ୍ଞାନ ଶିକ୍ଷୟିତ୍ରୀଙ୍କୁ ଡାକି ଜବାବ ତଲବ କରିଥିଲେ ।  ଶିକ୍ଷୟିତ୍ରୀ ଜଣକ ନିଜ ଝିଅର ପଢା ଖର୍ଚ୍ଚ ପାଇଁ ମାସକୁ ୬ହଜାର ଟଙ୍କା ଦେବାକୁ ରାଜି ହୋଇଛନ୍ତି । ଏଣିକି ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ପ୍ରତିମାସରେ 6ହଜାର ଟଙ୍କା ଲେଖାଏଁ ମିଳିବ । ଏନେଇ ଶୁଣିବା ପରେ ଛାତ୍ରୀ ଜଣକ ଖୁସିହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.