ମଥାରେ ସିନ୍ଦୁର ପିନ୍ଧି, ରଣବୀର ବାବୁଙ୍କ ହାତ ଧରି ମୁମ୍ବାଇ ଫେରିଲେ ଦୀପିକା

Published By : Prameya-News7 Bureau | November 18, 2018 IST

ମୁମ୍ବାଇ ୧୮/୧୧ : ନବ ଦମ୍ପତି ରଣବୀର ଏବଂ ଦୀପିକା ଆଜି ନିଜ ଇଟାଲୀରୁ ନିଜ ଦେଶକୁ ଫେରି ଆସିଛନ୍ତି | ଆଜି ସକାଳ ୮ଟା ରେ ଉଭୟ ଦୀପବୀର ମୁମ୍ବାଇ ଏୟାରପୋର୍ଟରେ ପହଂଚିଥିଲେ | ନବ ଦମ୍ପତିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ପ୍ରଶଂସକଙ୍କ ଭିଡ ଲାଗିରହିଥିଲା | ଉଭୟ ମ୍ୟାଚିଙ୍ଗ ଡ୍ରେସ ପିନ୍ଧିଥିଲେ | ଦୀପିକା ଏକ ଲାଲ ରଙ୍ଗର ଓଢଣୀ ଘୋଡେଇ ହୋଇଥିଲେ | ଉଭୟ ପରସ୍ପରର ହାତ ଧରି ଏୟାରପୋର୍ଟ ବାହାରକୁ ଆସିଥିଲେ | ଦୀପିକାଙ୍କ ସ୍ୱାଗତ ପାଇଁ ରଣବୀରଙ୍କ ମୁମ୍ବାଇ ସ୍ଥିତ ଘର ପ୍ରଭାଦେବୀକୁ ବହୁତ ସୁନ୍ଦର ଭାବେ ସଜା ଯାଇଥିଲା | ପୁରା ବିଲଡିଂ ସହ ଆଖପାଖ ରାସ୍ତାକୁ ରଣବୀର ସଜେଇଥିଲେ | ନବ ଦମ୍ପତ୍ତିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଧନା କରାଯାଇଥିଲା | ସୂଚନାଯୋଗ୍ୟ ଯେ ରଣବୀର ଏବଂ ଦୀପିକା ଜୁହୁରେ ଏକ ଆଲିଶାନ ବଙ୍ଗଳା କିଣିଛନ୍ତି | ଖବର ମୁତାବିକ ଏହି ବଙ୍ଗଳାର ମୂଲ୍ୟ ପାଖାପାଖି ୫୦ କୋଟି ଟଙ୍କା | ଉଭୟ ମିଶି ବଙ୍ଗଳାର ବ୍ୟକ୍ତିଗତ ଭାବେ ଈଂଟରିୟର କରାଉଛନ୍ତି | ଆସନ୍ତା ୨୧ ତାରିଖରେ ବାଙ୍ଗାଲୁରୁରେ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ପାଇଁ ଏକ ରିସେପସନର ଆୟୋଜନ କରିଛନ୍ତି | ଆସନ୍ତା ୨୮ ତାରିଖରେ ମୁମ୍ବାଇରେ ମିଡ଼ିଆ ପର୍ସନଙ୍କ ପାର୍ଟି ରଖିଛନ୍ତି | ଏଥିସହ ଆସନ୍ତା ଡିସେମ୍ବର ୧ ତାରିଖରେ ବଲିଉଡର ଅଭିନେତା, ଅଭିନେତ୍ରୀ ଏବଂ ସେଲିବ୍ରିଟିଙ୍କ ପାଇଁ ଏକ ରିସେପସନ ଆୟୋଜନ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.