ଯୌତୁକ ପାଇଁ ନବ ବଧୂକୁ ହତ୍ୟା ; ଶାଶୁ, ଶ୍ୱଶୁର, ନଣନ୍ଦ ଓ ସ୍ୱାମୀ ଫେରାର

Published By : Prameya-News7 Bureau | February 03, 2019 IST

ବାଲେଶ୍ୱର ୩/୨ : ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ | ମୃତକ ହେଲେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ରାହାପୁର ଗାଁର ସୁମିତ୍ରା ବିଶି | ୨୦୧୬ ମସିହାରେ ଧଉଳି ଗାଁର ପ୍ରତାପ ସାହାଣୀଙ୍କୁ ବିବାହ କରିଥିଲେ | ବିବାହ ବେଳେ ସୁମିତ୍ରା ଅଧିକ ଯୌତୁକ ଆଣିନଥିଲେ | ବିବାହ ପରେ ଅଧିକ ଯୌତୁକ ଦାବିରେ ସୁମିତ୍ରାଙ୍କୁ ଅନେକଥର ନିର୍ଯ୍ୟାତନା ଦେଇଥିବା ସୁମିତ୍ରାଙ୍କ ବାପା ଘରଲୋକେ ଅଭିଯୋଗ କରିଛନ୍ତି | ଝିଅକୁ ପିଟି ପିଟି ମାରିଦେଇଥିବା ଅଭିଯୋଗ କରିଛନ୍ତି ପରିବାରଲୋକେ |

{"id":81254}

ସୁମିତ୍ରାଙ୍କ ବାପା ଘରଲୋକଙ୍କ ଅଭିଯୋଗ ଆଧାରରେ ସିମୁଳିଆ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି | ସୁମିତ୍ରାଙ୍କ ଶାଶୂଘରେ ଶାଶୁ, ଶ୍ୱଶୁର, ସ୍ୱାମୀ ଓ ନଣନ୍ଦ ଥିଲେ | ସୁମିତ୍ରାଙ୍କ ମୃତ୍ୟୁ ପରେ ଏସମସ୍ତେ ଫେରାର ଅଛନ୍ତି | ସମସ୍ତଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ସୁମିତ୍ରାଙ୍କ ବାପା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.