ଚାନ୍ଦବାଲି ୨୪|୧: ଚାନ୍ଦବାଲି ଖଦାଳପୋଖରୀ ଗଁ।ରେ ନବବଧୂକୁ ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା ଅଭିଯୋଗ । ନବବଧୂକୁ ବଳିବେଦା ଉଦ୍ଦେଶ୍ୟରେ ଶ୍ବଶୁର ଘରେ ଲୋକେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ବାପଘର ଲୋକେ । ସେପଟେ ମୃତକର ସ୍ବାମୀକୁ ବି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତ କରାଯାଇଛି ।
{"id":77598}ନବବଧୂର ଗଳକାଟି ହତ୍ୟା । ସ୍ବାମୀ ବି ଗୁରୁତର । ଏଭଳି ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ବାଂଶଡା ଖଦାଳପୋଖରୀ ଗାଁରେ । ମୃତକ ହେଲେ ରଶ୍ମିତା ନାୟକ। ଘରେ ଗ୍ରହ ଶାନ୍ତି ପାଇଁ ୨ ଦିନ ହେଲା ହୋମ ଯଜ୍ଞ ଚାଲିଥିବା ବେଳେ କାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ବି ଯଜ୍ଞ ଚାଲିଥିଲା । ସକାଳେ ରଶ୍ମିତାଙ୍କ ସ୍ବାମୀ ପ୍ରହଲ୍ଲାଦ ଘକ କାନ୍ଥରେ ମୁଣ୍ଡ ପିଟିପିଟି ରକ୍ତାତ କରିଦେଇଥିଲା । ସାହି ପଡିଶା ଲୋକେ ଏହା ଜାଣି ଦେଖିବା ପାଇଁ ଆସିଥିଲେ । ହେଲେ ଘରେ ରଶ୍ମିତାଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ବେଳେ ପାଖରେ ପ୍ରହଲ୍ଲାଦ ବି ପଡିଥିବା ଦେଖିବାକୁ ପାଇଥିଲେ । ସେତେବେଳକୁ ରଶ୍ମିତାଙ୍କ ମୃତ୍ୟୁ ହୋଇସାରିଥିଲା । ତାଙ୍କ ବେକକୁ କୌଣସି ଧାରୁଆ ଅସ୍ତ୍ରରେ କଟାଯାଇଥିଲା । ଗ୍ରାମବାସୀ ଓ ପରିବାର ଲୋକେ ସାଙ୍ଗେ ସାଙ୍ଗେ ରଶ୍ମିତାର ପରିବାରକୁ ଘଟଣା ସଂପର୍କରେ ଜଣାଇବା ସହ ପ୍ରହଲ୍ଲାଦକୁ ହସ୍ପିଟାଲ ନେଇଥିଲେ ।
{"id":77599}ରଶ୍ମିତାର ପରିବାର ଲୋକେ ପହଞ୍ଚିବା ପରେ ରଶ୍ମିତାକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ଗ୍ରହ ଶାନ୍ତି ପାଇଁ ଘରେ ହୋମ ଯଜ୍ଞ ଚାଲିଥିବାରୁ ରଶ୍ମିତାକୁ ଶ୍ବଶୁର ଘର ଲୋକେ ବଳି ଦେବା ଉଦ୍ଦେଶ୍ୟରେ ମାରି ଦେଇଥିବା ଅଭିଯୋଗ ହୋଇଛି । ଯାହାକୁ ଅସ୍ବୀକାର କରିଛନ୍ତି ଗ୍ରାମବାସୀ ଓ ଶ୍ବଶୁ ଘର ଲୋକେ । ପୋଲିସ ମୃତଦେହ ଜବତକରି ତଦନ୍ତ ଜାରି ରଖିଛି ।
{"id":77600}ରଶ୍ମିତାକୁ ହତ୍ୟା କଲା କିଏ ? ସ୍ବାମୀ ତାକୁ ବଳି ଦେବା ଉଦ୍ଦେଶ୍ୟରେ ହତ୍ୟା କରିନାହିଁ ତ ? ନା ଏପଛରେ ଆଉ କିଛି ରହସ୍ୟ ରହିଛି ? ପୋଲିସର ତଦନ୍ତ ପରେ ସବୁ କିଛି ପର୍ଦ୍ଦାଫାଶ ହେବ ବୋଲି ଆଶା କରାଯାଉଛି ।
{"id":77601,"width":471,"height":644}