ପୁରୁଣା ପ୍ରେମିକକୁ ଭିଡିଓ କଲ କରୁଥିବାରୁ ଶ୍ବଶୁରଘର ଲୋକେ କରୁଥିଲେ ବିରୋଧ, ଏମିତି ଏକ ଭୟଙ୍କର ପଦକ୍ଷେପ ନେଲେ ନବବଧୂ…

Published By : Prameya-News7 Bureau | August 07, 2019 IST

ଭଣ୍ଡାରୀପୋଖରୀ୭|୮: ସୋସିଆଲ ମେଡିଆରେ ଚାଟିଂରୁ ପ୍ରେମ , ପରେ ବିବାହ । ପୁଣି ପ୍ରେମ ବିବାହର ଦୁଇ ମାସ ନଯାଉଣୁ  ପୁରୁଣା ପ୍ରେମିକ ସହ ଭିଡିଓ ଚାଟ୍‌ କରିବା ବେଳେ ଶ୍ଵଶୁର ଘର ଲୋକେ ବିରୋଧ କରିବାରୁ ନବବଧୂ  ଘଟାଇଲେ ଏକ ଅଭାବନୀୟ ଘଟଣା । ଏବେ ସମସ୍ତେ ହୋଇଯାଇଛନ୍ତି ସ୍ତବ୍ଦ । କିରୋସିନରେ ପୋଡି ହୋଇ ନବବଧୂ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

{"id":141791,"width":588,"height":579}

ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ପାହାଡପୁର  ଖୁଣ୍ଟିଆ ସାହିରେ । ସୂଚନା ଅନୁଯାୟୀ ରାଉଲକେଲାର  ଯୁବତୀ ମିନି ସାହୁ ଓ ଭଦ୍ରକ ଜିଲ୍ଲା ପାହାଡପୁର  ଅଞ୍ଚଳର ଖୁଣ୍ଟିଆ ସାହିର  ଭିନ୍ନକ୍ଷମ ଯୁବକ ରାକେଶ ଖୁଣ୍ଟିଆଙ୍କ  ସୋସିଆଲ ମିଡିଆରେ ପରିଚୟ ହୋଇଥିଲେ ।

{"id":141792}

 ଧୀରେ ଧୀରେ ଏହି ସମ୍ପର୍କ ପ୍ରେମରେ ପରିଣତ ହୋଇ ବିବାହରେ ଶେଷ ହୋଇଥିଲା । ମାତ୍ର ବିବାହକୁ ଦୁଇମାସ ନପୁରୁଣୁ  ନବବଧୂ ମିନି ପୁରୁଣା ପ୍ରେମିକାଙ୍କ ସହ ସମ୍ପର୍କ ଯୋଡିଥିଲେ । ପୁରୁଣା ପ୍ରେମିକଙ୍କୁ ଭିଡିଓ କଲ କରୁଥିବା କଥା ଶ୍ଵଶୁର ଘର ଲୋକେ  ଜାଣିବା ପରେ ଏହାକୁ ବିରୋଧ କରିଥିଲେ । ଏହି ଘଟଣା ସମ୍ପର୍କରେ ରାକେଶଙ୍କ ପରିବାର ପକ୍ଷରୁ ମିନିଙ୍କ ପରିବାରକୁ ଜଣାଇଦିଆଯାଇଥିଲା ।

{"id":141793}

ଫଳରେ ଉଭୟ ପରିବାର ଏକାଠି ବସି ଘଟଣାର ସମାଧାନ ପାଇଁ ଉଦ୍ୟମ କରିଥିଲେ । ତେବେ ମିନି ପୁରୁଣା ପ୍ରେମିକକୁ ବାହା ହେବାକୁ ଚାହୁଁଥିବା ରୋକଠୋକ କହିଥିଲେ । ହେଲେ ପୁରୁଣା ପ୍ରେମିକ କିନ୍ତୁ ବିବାହ ପାଇଁ ମନା କରିଦେଇଥିଲା ।ଏହାପରେ ନବବଧୂ ଙ୍କ ବାପଘର ଓ ଶ୍ଵଶୁର ଘର ଲୋକେ ଭଦ୍ରଲୋକଙ୍କ ଉପସ୍ଥିତି ରେ ବିବାହ ବିଛେଦ ପାଇଁ ଆଲୋଚନା କରିଥିଲେ ।ଏପରିକି ଓକିଲ ପରାମର୍ଶ ମଧ୍ୟ କରିଥିଲେ ।

{"id":141794}

ତେବେ ଏସବୁ ଘଟଣାକୁ ନେଇ ମିନି କ୍ଷୁବ୍ଧ ଥିଲେ । ନବବଧୂ  ମିନି ଆଜି ସକାଳୁ ନିତ୍ୟକର୍ମ ସାରିବା ପରେ ତାଙ୍କୁ ଶାଶୁ ପିଠାକରି ଖାଇବାକୁ ଦେଇଥିଲେ । ଶାଶୁ ନିତ୍ୟକର୍ମ ସାରିବାକୁ ଯାଇଥିବାବେଳେ ମିନି ନିଜଦେହରେ କିରୋସିନ ଢାଳି ନିଆଁ ଲଗାଇଦେଇଥିଲେ ।ଏହା ଦେଖି ଘରଲୋକେ ପାଣି  ଢାଳି ନିଆଁ ଲିଭାଇଥିଲେ ମଧ୍ୟ  ତାଙ୍କର ମୃତ୍ୟୁ ହୋଇଥିଲା । ଖବରପାଇ ପୋଲିସ ଆସି ଘଟଣାସ୍ଥଳରେ ପହଞ୍ଚିବା ସହ ଶବକୁ ଜବତ କରିଛି ।ସେପଟେ ମିନିଙ୍କ ପରିବାର ଲୋକ ଖବର ପାଇ ରାଉରକେଲାରୁ ଆସୁଛନ୍ତି । ଘଟଣା ଘଟିବାବେଳେ ସ୍ବାମୀ ରାକେଶ ବାହାରେ ଥିଲେ ।

{"id":141795,"width":591,"height":337}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.