WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କାନ୍ଥରୁ ଲିଭିନି ନାଁ, କିନ୍ତୁ ଲିଭିଗଲା ନବବଧୂ କୌଶଲ୍ୟାଙ୍କ ଜୀବନ ଦୀପ

3/10/2023 at 2:38 PM

କଟକ ୦୩।୧୦ : କାନ୍ଥରୁ ଲିଭିନି ନାଁ । କିନ୍ତୁ ଲିଭିଗଲା ଜୀବନ ଦୀପ । ସଂସାର ଆରମ୍ଭ ପୂର୍ବରୁ ଜଳିପୋଡି ପାଉଁଶ ହୋଇଗଲା କୌଶଲ୍ୟାଙ୍କ ଜୀବନ । କଟକ ବିଡାନାସୀ ଥାନା ନୂଆସାହି ଅଞ୍ଚଳରେ ବୁଲେଟ୍‌ ପାଇଁ ନବବଧୂଙ୍କୁ ହତ୍ୟା ଅଭିଯୋଗ ଆସିଛି ।

ଖବର ଅନୁଯାୟୀ, ଦୁଇବର୍ଷ ତଳେ ବିଡାନାସୀ ଅଞ୍ଚଳର ଦିବାକର ଦାସଙ୍କ ପୁଅ ଜନ୍ମଜୟ ଦାସକୁ ବିବାହ କରିଥିଲେ କଟକ ପୁରୀଘାଟ ଅଞ୍ଚଳର କୌଶଲ୍ୟା ବେହେରା । ଏବେ ଜନ୍ମଜୟ ଓ କୌଶଲ୍ୟାଙ୍କର ୧୪ ମାସର ପୁଅ ଥିବା ବେଳେ କୌଶଲ୍ୟା ଆତ୍ମହତ୍ୟା କରିଥିବେ ବୋଲି କେହି ସହଜରେ ଗ୍ରହଣ କରିପାରୁ ନାହାଁନ୍ତି । ତେବେ କୌଶଲ୍ୟାଙ୍କ ଶଶୁର କହିବା କଥା ଟିକେ ଟିକେ କଥାରେ କୌଶଲ୍ୟା ରାଗିଯାଆନ୍ତି ଏବଂ ଘରକୁ ଯଦି ମୋ ଝିଅ ମାନେ ଆସନ୍ତି । ତେବେ ସେ ତାହା ବିରୋଧ କରିବା ସହ ଘରକୁ କାହାକୁ ନଆସିବା ପାଇଁ ବାରଣ କରନ୍ତି ବୋଲି କହିଛନ୍ତି ଦିବାକର ।

ଏପଟେ ଝିଅର ବାପା କୃଷ୍ଣଚନ୍ଦ୍ର ବେହେରା ଅଭିଯୋଗ ଆଣିଛନ୍ତି ଜ୍ବାଇଁ ପ୍ରତିଦିନ ରାତିରେ ମଦ ପିଇ ଝିଅକୁ ମାରଧର କରିବା ସହ ବୁଲେଟ ଆଣିବାକୁ ଦାବି କରନ୍ତି। ବାହାଘରରେ ସବୁ ଯାନି ଯୌତୁକ ଦେବା ସତ୍ତ୍ୱେ ମଧ୍ୟ ବୁଲେଟ୍ ପାଇଁ ଦାବି କରି ଆସୁଥିଲେ ଜ୍ବାଇଁ । ଆଉ ବୁଲେଟ ନ ମିଳିବାରୁ ପ୍ରତିଦିନ ନିର୍ଯାତନା ପାଉଥିଲା କୌଶଲ୍ୟା । ଶେଷରେ ସୋମବାର ଝିଅର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ଝିଅର ବାପା । ଘଟଣାସ୍ଥଳରେ ବିଡାନାସୀ ପୋଲିସ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

   Related Posts